Madhya Pradesh Shocker: ଛେପ ପକାଉ ପକାଉ ଚଲିଗଲା ଜୀବନ; ଲାଗିଗଲା ୧୧ ହଜାର ଭୋଲ୍ଟ ଇଲେକ୍ଟ୍ରିକ୍ ସକ୍

Oct 26, 2026 - 16:53
Madhya Pradesh Shocker: ଛେପ ପକାଉ ପକାଉ ଚଲିଗଲା ଜୀବନ; ଲାଗିଗଲା ୧୧ ହଜାର ଭୋଲ୍ଟ ଇଲେକ୍ଟ୍ରିକ୍ ସକ୍

କାଳ ହେଲା ଗୁଟଖା ଛେପ।

ସାମାନ୍ୟ ଅସାବଧାନତାରୁ ଚାଲିଗଲା ଜୀବନ।

ଗୁଟଖା ଖାଇ ବାଲକୋନିରୁ ଛେପ ପକାଉଥିବା ବେଳେ ୧୧ କେଭି ତାର ସଂସ୍ପର୍ଶରେ ଆସି ଚାଲିଗଲା ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ଜୀବନ।

ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାର ଗଞ୍ଜବାସୋଦା ଅଞ୍ଚଳରୁ ଆସିଛି ଏଭଳି ଏକ ହୃଦୟବିଦାରକ ଖବର ।

Advertisment ମୃତକ ହେଉଛନ୍ତି ୬୫ ବର୍ଷୀୟ ପ୍ରଭୁଲାଲ ଗୁପ୍ତା ।

ସେ ଜଣେ ରାଜମିସ୍ତ୍ରୀ ଥିଲେ ।

ତାଙ୍କ ଘର ଛତରପୁର ଅଞ୍ଚଳରେ ହୋଇଥିବା ବେଳେ ଦୀର୍ଘ ପ୍ରାୟ ୧୦ ବର୍ଷ ଧରି ସେ ଗଞ୍ଜବାସୋଦାସ୍ଥିତ ଗାୟତ୍ରୀ ନଗରରେ ଏକ ଭଡ଼ା ଘରେ ରହୁଥିଲେ।

ବାଲକୋନିରେ ଠିଆ ହୋଇ ଗୁଟଖା ଖାଉଥିଲେ।

ବାଲକୋନିରୁ ଛେପ ପକାଇଥିଲେ।

ସେହି ଛେପ ଘର ନିକଟରେ ଯାଇଥିବା ୧୧ କେଭି ହାଇଟେନସନ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା।

ଏହାପରେ ସେ ବିଦ୍ୟୁତ୍ ଆଘାତରେ ଗୁରୁତର ଭାବେ ଦଗ୍ଧ ହୋଇଥିଲେ ।

ଘଟଣା ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା ।

କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment କାଳ ହେଲା ଗୁଟଖା ଛେପ ଛେପ ପକାଉ ପକାଉ ଚଲିଗଲା ଜୀବନ ଲାଗିଗଲା ୧୧ ହଜାର ଭୋଲ୍ଟ ଇଲେକ୍ଟ୍ରିକ୍ ସକ୍ ସାମାନ୍ୟ ଅସାବଧାନତାରୁ ଚାଲିଗଲା ଜୀବନ ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରୁ ଆସିଛି ହୃଦୟବିଦାରକ ଖବର ଛେପ ପକାଉଥିବା ବେଳେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।