Madras High Court Sets Conditions For Non-Hindu Entry: ମନ୍ଦିର ପର୍ଯ୍ୟଟନ ସ୍ଥଳ ନୁହେଁ, ଅଣହିନ୍ଦୁଙ୍କ ପ୍ରବେଶ ନେଇ ହାଇକୋର୍ଟଙ୍କ ବଡ଼ ରାୟ
ତାମିଲନାଡ଼ୁର ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ ମନ୍ଦିରଗୁଡ଼ିକରେ ଅଣ-ହିନ୍ଦୁମାନଙ୍କ ପ୍ରବେଶକୁ ନେଇ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି।
କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଆଗମିକ ମନ୍ଦିରଗୁଡ଼ିକ କେବଳ ବୁଲିବା କିମ୍ବା ପର୍ଯ୍ୟଟନ ସ୍ଥଳ ନୁହେଁ, ବରଂ ଏହା ଲୋକଙ୍କ ଆସ୍ଥା ଏବଂ ପୂଜାର ପବିତ୍ର କେନ୍ଦ୍ର ଅଟେ।
ତେଣୁ ଏଠାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ମନ୍ଦିରର ରୀତିନୀତି ଏବଂ ନିୟମକୁ ସମ୍ମାନ ଦେବା ନିହାତି ଆବଶ୍ୟକ।
Advertisment ଅଦାଲତଙ୍କ ରାୟ ଅନୁଯାୟୀ, ଯଦି କୌଣସି ଅଣ-ହିନ୍ଦୁ ବ୍ୟକ୍ତି କୌଣସି ଆଗମିକ ମନ୍ଦିରକୁ ଭଗବାନଙ୍କ ଦର୍ଶନ ଏବଂ ପୂଜା କରିବା ଉଦ୍ଦେଶ୍ୟରେ ଆସିବାକୁ ଚାହାଁନ୍ତି, ତେବେ ତାଙ୍କୁ ଏକ ଲିଖିତ ଆଫିଡେଭିଟ ଦେବାକୁ ପଡ଼ିବ।
ଏହି ଶପଥପତ୍ରରେ ତାଙ୍କୁ ସ୍ପଷ୍ଟ କରିବାକୁ ହେବ ଯେ ସେ ସମ୍ପୂର୍ଣ୍ଣ ଶ୍ରଦ୍ଧା ଓ ନିଷ୍ଠା ସହ ମନ୍ଦିରକୁ ଆସୁଛନ୍ତି ଏବଂ ସେଠାକାର ସମସ୍ତ ଧାର୍ମିକ ନିୟମକାନୁନ୍ କଡ଼ାକଡ଼ି ଭାବେ ପାଳନ କରିବେ।
ଏହି ମାମଲାରେ କୋର୍ଟ ଏକ ବଡ଼ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ମନ୍ଦିରରେ ପ୍ରବେଶ କରିବା ପାଇଁ କୌଣସି ବ୍ୟକ୍ତିଙ୍କୁ ନିଜ ଧର୍ମ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ।
କିନ୍ତୁ ମନ୍ଦିରର ପବିତ୍ରତା ରକ୍ଷା ପାଇଁ ଆସିବାର ଉଦ୍ଦେଶ୍ୟ ଏବଂ ସ୍ଥାନୀୟ ପରମ୍ପରା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ବାଧ୍ୟତାମୂଳକ ଅଟେ।
ଏହି ନିୟମ ସମସ୍ତ ମନ୍ଦିରରେ ପ୍ରଯୁଜ୍ୟ ହେବ ନାହିଁ, ବରଂ କେବଳ 'ଆଗମିକ ପରମ୍ପରା' ଅନୁଯାୟୀ ପରିଚାଳିତ ମନ୍ଦିରଗୁଡ଼ିକ ପାଇଁ ହିଁ ଲାଗୁ ହେବ।
Advertisment ଶୁଣାଣି ସମୟରେ କୋର୍ଟ ମନ୍ଦିରଗୁଡ଼ିକରେ ରାଜନେତାମାନଙ୍କ ପ୍ରବେଶ ଏବଂ ସେଠାରେ ଚାଲିଥିବା ରାଜନୈତିକ କାର୍ଳକଳାପକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି।
କୋର୍ଟ କହିଛନ୍ତି ଯେ ମନ୍ଦିରଗୁଡ଼ିକୁ କୌଣସି ପ୍ରକାରେ ରାଜନୈତିକ ଆଡ୍ଡା କିମ୍ବା କାର୍ଯ୍ୟକଳାପର କେନ୍ଦ୍ର କରାଯିବା ଉଚିତ୍ ନୁହେଁ।
ଏହାବ୍ୟତୀତ ମନ୍ଦିର ପରିସରରେ ଭିଡିଓ ବନେଇବା ଭଳି ଅସାମାଜିକ କାର୍ଯ୍ୟକୁ ମଧ୍ୟ କୋର୍ଟ କଡ଼ା ଭାଷାରେ ନିନ୍ଦା କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।