Mahadev Puja Committee: ୟୁନିଟ୍-୧ ଶ୍ରୀଶ୍ରୀ ମହାଦେବ ପୂଜା କମିଟି: ବାଉଁଶପାତିଆ ତୋରଣରେ ପୂଜା ପାଇବେ ‘ହରପାର୍ବତୀ’
"ଭୁବନେଶ୍ୱର: ପ୍ରତିବର୍ଷ ନିଜର ସ୍ୱତନ୍ତ୍ର କାଳ୍ପନିକ ତୋରଣ ପାଇଁ ଚର୍ଚ୍ଚାରେ ରହୁଥିବା ୟୁନିଟ୍-୧ସ୍ଥିତ ଶ୍ରୀଶ୍ରୀ ମହାଦେବ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ମଧ୍ୟ ବାଉଁଶ ପାତିଆରେ ସ୍ୱତନ୍ତ୍ର ତୋରଣ ପ୍ରସ୍ତୁତି କରାଯାଉଛି।
ଏହି ପୂଜା କମିଟିର ବିଶେଷତ୍ବ ଏହି କି ଯେ ପୂଜା ମଣ୍ଡପରେ ହରପାର୍ବତୀ ପୂଜା ପାଆନ୍ତି।
ଚଳିତ ବର୍ଷ ମଧ୍ୟ ୮୦ ଫୁଟ ଉଚ୍ଚ ଓ ୮୦ ଫୁଟ ଚଉଡ଼ାର ରାଜସ୍ଥାନର କଳାକୃତି, ସଂସ୍କୃତି ଓ ଲୋକକଥା ଦର୍ଶାଉଥିବା ଏକ କାଳ୍ପନିକ ତୋରଣରେ ହରପାର୍ବତୀଙ୍କ ସମେତ ପ୍ରଭୁ ଶ୍ରୀଗଣେଶ ଓ କାର୍ତ୍ତିକ ପୂଜା ପାଇବେ।
ମହାଦେବଙ୍କ ମୂର୍ତ୍ତି ୧୫ ଫୁଟ ଉଚ୍ଚତାର ହେବ।
Advertisment Odisha FTA: ମୁକ୍ତ ବାଣିଜ୍ୟ ରାଜିନାମା ମାଧ୍ୟମରେ ବିଶ୍ୱ ବଜାରରେ ସୁଯୋଗ ଖୋଜୁଛି ଓଡ଼ିଶା ସେହିପରି ୨୦ ଫୁଟ ଉଚ୍ଚର ସୁନେଲି ଜରିରେ କଟକ କାରିଗରମାନଙ୍କୁ ନେଇ ମେଢ଼ ପ୍ରସ୍ତୁତ କରାଯିବ।
ମା"ଙ୍କୁ ରୁପା ମୁକୁଟ ଓ ମହାଦେବ ରୁପା ତ୍ରିଶୂଳ ଆକର୍ଷଣ ସାଜିବ।
ଷଷ୍ଠୀ ଦିନ ରାତିରେ ବିଲ୍ବବରଣ ସହ ମହାସପ୍ତମୀରେ ଚକ୍ଷୁଦାନ ଓ ପୂଜାର୍ଚ୍ଚନା କରାଯିବ।
ମହାଷ୍ଟମୀରେ ପାଞ୍ଚ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ।
କମିଟିର ୪୦ ଜଣ ସ୍ୱେଚ୍ଛାସେବୀ ଶୃଙ୍ଖଳା ଦାୟିତ୍ବରେ ରହିବେ।
୨୦ ସିସିଟିଭି କ୍ୟାମେରା ଲଗାଯାଇ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯିବ।।
ଷଷ୍ଠୀ ଦିନ ଭଜନ ସମାରୋହ ସହିତ ସପ୍ତମଠାରୁ ଦଶମୀ ପର୍ଯ୍ୟନ୍ତ ମେଲୋଡି କାର୍ଯକ୍ରମ ରହିଛି।
ପ୍ଲାଷ୍ଟିକ ଓ ନିଶାମୁକ୍ତ ପରିବେଶରେ ପୂଜା ଅନୁଷ୍ଠିତ ହେବ।
ଭସାଣିରେ ପାରମ୍ପରିକ ବାଦ୍ୟଯନ୍ତ୍ରଚଳିତ ବର୍ଷ ଆମ ପୂଜା ମଣ୍ଡପ ୬୫ ବର୍ଷରେ ପଦାର୍ପଣ କରୁଛି।।
ସେଥିପାଇଁ ସମ୍ପୂର୍ଣ୍ଣ ପାରମ୍ପରିକ ନୀତିରେ ପୂଜା ସହିତ ଭସାଣି ବ୍ୟବସ୍ଥା କରାଯାଇଛି।
ଏଥିପାଇଁ ୩୦ ଲକ୍ଷ ଟଙ୍କାର ବଜେଟ୍ କରାଯାଇଛି।
ଭସାଣିରେ ଡିଜେ ବଦଳରେ ପାରମ୍ପରିକ ବାଦ୍ୟଯନ୍ତ୍ରର ବ୍ୟବସ୍ଥା କରାଯାଇଛି।
ଅଶୋକ କୁମାର ଦାସ, ସଭାପତି Neglect: ଭତ୍ତା ବିନା ଭିକ୍ଷାବୃତ୍ତିରେ ବଞ୍ଚିଛନ୍ତି ୭ ବୁଢ଼ାବୁଢ଼ୀ ବରିଷ୍ଠ ନଗେରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସ୍ୱେଚ୍ଛାସେବୀଙ୍କ ସମେତ ପୁଲିସ କର୍ମଚାରୀ ମଧ୍ୟ ରହିବେ।
ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନର ବ୍ୟବସ୍ଥା ସହିତ ଭିନ୍ନକ୍ଷମମାନଙ୍କ ପାଇଁ ହ୍ବିଲ୍ଚେୟାର୍ ବ୍ୟବସ୍ଥା ରହିଛି।
ପାର୍କିଂ ସମସ୍ୟା ଯେଭଳି ନ ହୁଏ ସେଥିପାଇଁ ମଧ୍ୟ ଦୃଷ୍ଟି ଦିଆଯିବ।
ଅଗ୍ନି ନିରାପତ୍ତା ବ୍ୟବସ୍ଥା ମଧ୍ୟ ହୋଇଛି।
ରଞ୍ଜିତ ମହାରଣା, ସମ୍ପାଦକ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।