House Designs: ସ୍ଥାନ ଭେଦରେ ଘରର ନିର୍ମାଣଶୈଳୀ ଭିନ୍ନ କାହିଁକି?

Oct 15, 2026 - 09:03
House Designs: ସ୍ଥାନ ଭେଦରେ ଘରର ନିର୍ମାଣଶୈଳୀ ଭିନ୍ନ କାହିଁକି?

"ଭାରତରେ ଭାଷା, ସଂସ୍କୃତି ଓ ଖାଦ୍ୟପେୟ ଭଳି ଘରର ନିର୍ମାଣଶୈଳୀରେ ମଧ୍ୟ ବିବିଧତା ଦେଖିବାକୁ ମିଳେ।

କାଶ୍ମୀରରେ ଗଡ଼ାଣିଆ ଛାତ ଥିବା ଘର ଦେଖିବାକୁ ମିଳୁଥିବା ବେଳେ ରାଜସ୍ଥାନରେ ସମତଳ।

ସେହିପରି, ଗୋଆ ଓ କେରଳରେ ଅଧିକ ବର୍ଷାକୁ ଦୃଷ୍ଟିରେ ରଖି ଘର ନିର୍ମାଣ କରାଯାଏ।

ଏହା ପଛରେ ସ୍ଥାନୀୟ ପାଣିପାଗ, ଭୌଗୋଳିକ ପରିସ୍ଥିତି ଓ ଜୀବନଶୈଳୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।Advertisment ରାଜସ୍ଥାନରେ ସମତଳ ଛାତ: ରାଜସ୍ଥାନରେ ଗ୍ରୀଷ୍ମ ଋତୁରେ ପ୍ରବଳ ଗରମ ହେବା ସହ ବର୍ଷାର ପରିମାଣ ତୁଳନାତ୍ମକ ଭାବେ କମ୍।

ତେଣୁ ସେଠାକାର ପାରମ୍ପରିକ ଘରେ ସମତଳ ଛାତ ଦେଖିବାକୁ ମିଳେ।

ଏହାକୁ ଶସ୍ୟ, ଆଚାର ଶୁଖାଇବା ଭଳି ଘରୋଇ କାର୍ଯ୍ୟରେ ବ୍ୟବହାର କରାଯାଏ।ଗୋଆ ଓ କେରଳରେ ଢାଲୁ ଛାତ: ଏହି ଅଞ୍ଚଳରେ ଅଧିକ ବର୍ଷା ହେଉଥିବାରୁ ଢାଲୁ ଛାତ ନିର୍ମାଣ କରାଯାଏ।

ଏହାଦ୍ୱାରା ବର୍ଷାଜଳ ସହଜରେ ତଳକୁ ବୋହିଯାଏ ଏବଂ ଛାତ ଉପରେ ପାଣି ଜମିବା ସମସ୍ୟା କମିଥାଏ।କାଶ୍ମୀରରେ ଗଡ଼ାଣିଆ ଛାତ: ଶୀତ ଋତୁରେ ତୁଷାରପାତ ହେଉଥିବାରୁ ଏଠାରେ ଢାଲୁ ଛାତ ଉପଯୋଗୀ।

ଏହା ଛାତ ଉପରେ ବରଫ ଜମିବା ହ୍ରାସ କରିବାରେ ସହାୟକ ହୁଏ।

ସୂର୍ଯ୍ୟକିରଣର ପ୍ରଭାବକୁ ବିଚାର ଏଠାରେ ଉଭୟ ଗ୍ରୀଷ୍ମ ଓ ଶୀତଋତୁକୁ ଧ୍ୟାନରେ ରଖି ଘରର ନକ୍ସା ପ୍ରସ୍ତୁତ କରାଯାଏ।

ସୂର୍ଯ୍ୟକିରଣ, ପ୍ରାକୃତିକ ଆଲୋକ ଓ ବାୟୁ ଚଳାଚଳ ପାଇଁ ଝରକାର ସ୍ଥିତି ଗୁରୁତ୍ୱପୂର୍ଣ୍ଣ।

ଘରର ଦିଗ ଓ ଝରକାର ସ୍ଥିତି ଅନୁସାରେ ଭିତରକୁ ପ୍ରବେଶ କରୁଥିବା ସୂର୍ଯ୍ୟକିରଣର ପରିମାଣ ବଦଳିଥାଏ।

ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ ଦିଲ୍ଲୀରେ ଶୀତ ଋତୁରେ ଦକ୍ଷିଣ ଦିଗରୁ ଆସୁଥିବା ସୂର୍ଯ୍ୟକିରଣ ଘରକୁ ଉଷ୍ମ ରଖିବାରେ ସହାୟକ ହୋଇପାରେ।

ଅନ୍ୟପକ୍ଷରେ, ଉତ୍ତର ଦିଗର ଝରକା ଦେଇ ସାଧାରଣତଃ ପରୋକ୍ଷ ଆଲୋକ ମିଳିଥାଏ।

ତେଣୁ ଘରର ଦିଗ ନିର୍ଦ୍ଧାରଣ କରିବା ସମୟରେ ଋତୁ ଅନୁସାରେ ସୂର୍ଯ୍ୟକିରଣର ପ୍ରଭାବକୁ ବିଚାର କରାଯାଏ।

ପାଣିପାଗ ଅନୁସାରେ ଘର ନିର୍ମାଣ ଜରୁରୀ ଘର ନିର୍ମାଣ କରିବା ସମୟରେ କେବଳ ଆଧୁନିକ ଡିଜାଇନ୍ କିମ୍ବା ସୌନ୍ଦର୍ଯ୍ୟକୁ ଗୁରୁତ୍ୱ ଦେଲେ ହେବ ନାହିଁ।

ସେହି ଅଞ୍ଚଳର ତାପମାତ୍ରା, ବର୍ଷା, ତୁଷାରପାତ, ପବନ ଓ ଭୌଗୋଳିକ ପରିସ୍ଥିତିକୁ ମଧ୍ୟ ବିଚାର କରିବା ଆବଶ୍ୟକ।

ଉପଯୁକ୍ତ ନିର୍ମାଣଶୈଳୀ ଘରକୁ ଅଧିକ ଆରାମଦାୟକ କରିବା ସହ ଶକ୍ତିର ବ୍ୟବହାର ହ୍ରାସ କରିବାରେ ମଧ୍ୟ ସହାୟକ ହୋଇପାରେ।

Hand Arthritis: ଡବା ଖୋଲିବା ବେଳେ ହାତରେ ଯନ୍ତ୍ରଣା ହେଉଛି କି?

ଜାଣନ୍ତୁ ଆର୍ଥ୍ରାଇଟିସର ଏହି ପ୍ରାରମ୍ଭିକ ଲକ୍ଷଣ,"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।