Mahanadi: ରାଜନୀତିକୁ ଫେରିଲା ମହାନଦୀ: ଓଡ଼ିଶା ଆଶ୍ବସ୍ତ ହେଲା ପରି ସଙ୍କେତ ଆସୁନି
"ଭୁବନେଶ୍ବର: ଏମ୍ଏମ୍ଡିଆର୍ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିଲା ବେଳେ ମହାନଦୀ ଜଳ ବିବାଦ ପ୍ରସଙ୍ଗ ଧସେଇ ପଶିଛି।
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ଏକ ମନ୍ତବ୍ୟକୁ ନେଇ ରାଜନୀତି ତେଜିଛି।
ମହାନଦୀ ବିବାଦରେ ଓଡ଼ିଶା କ୍ଷତିଗ୍ରସ୍ତ ରାଜ୍ୟ ହୋଇଥିଲାବେଳେ ଏହାକୁ ଏକ ବିବାଦ ନୁହେଁ ବୋଲି ଶ୍ରୀ ସାଏ ମନ୍ତବ୍ୟ ଦେଇ ରାଜ୍ୟ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି।
ବିଜେଡି ଏହାର କଡ଼ା ପ୍ରତିବାଦ କରି ଓଡ଼ିଶାର ସ୍ବାର୍ଥ ସହ ସାଲିସ କରାଯାଉଥିବା ନେଇ ସନ୍ଦେହ ପ୍ରକଟ କରିଛି।
ବିଧାନସଭା ଅଧିବେଶନ ପୂର୍ବରୁ ମହାନଦୀ ପ୍ରସଙ୍ଗ ତେଜିଥିବାରୁ ଏହାକୁ ରାଜନୈତିକ ମହଲରେ ବେଶ୍ ଗୁରୁତ୍ବ ଦିଆଯାଉଛି।Advertisment ଶ୍ରୀ ସାଏ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି।
ଆଜି ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।
ଏହା ପରେ ଗଣମାଧ୍ୟମକୁ ସେ କହିଥିଲେ, ମହାନଦୀକୁ ନେଇ କୌଣସି ବିବାଦ ନାହିଁ।
ଦୁଇ ରାଜ୍ୟରେ ବିଜେପି ସରକାର।
କେନ୍ଦ୍ରରେ ବି ବିଜେପି ସରକାର।
ତେଣୁ ବିବାଦ ସ୍ଥିତି କିଛି ନାହିଁ।
ଖୁବ୍ଶୀଘ୍ର ଏହାର ସମାଧାନ ହେବ।
ଦିଲ୍ଲୀରେ ଏ ସଂକ୍ରାନ୍ତରେ ଆଲୋଚନା ହୋଇଛି।
ଦୁଇ ରାଜ୍ୟ ପାଇଁ ଯାହା ହିତ, ସେହି ଦୃଷ୍ଟିରୁ ପଦକ୍ଷେପ ନେବାକୁ ସିଡବ୍ଲ୍ୟୁସିକୁ ଦାୟିତ୍ବ ଦିଆଯାଇଛି ବୋଲି ଶ୍ରୀ ସାଏ କହିଥିଲେ।
ତେବେ କେବେ ସମାଧାନ ହେବ, ତାହାର ନିର୍ଦ୍ଦିଷ୍ଟ ସମୟସୀମା ସେ କହି ନଥିଲେ।
ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ସହଜରେ ଗ୍ରହଣ କରିନାହାନ୍ତି ବିରୋଧୀ।
S Jaishankar: ୟୁଏନ୍ଜିଏରେ ଭାରତୀୟ ଦଳର ନେତୃତ୍ୱ ନେବେ ଜୟଶଙ୍କର ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା କହିଛନ୍ତି, ମହାନଦୀ ଜଳ ବିବାଦ କୌଣସି ବିବାଦ ନୁହେଁ ବୋଲି ସେ ଦେଇଥିବା ମନ୍ତବ୍ୟ ଗ୍ରହଣୀୟ ନୁହେଁ।
ବାସ୍ତବରେ ମହାନଦୀ ଜଳ ବିବାଦର ସୃଷ୍ଟିକର୍ତ୍ତା ହେଉଛି ଛତିଶଗଡ଼।
ବେଆଇନ ଭାବେ ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ଦ୍ୱାରା ଅନେକ ବ୍ୟାରେଜ ନିର୍ମାଣ ଯୋଗୁଁ ଓଡ଼ିଶାର ମହାନଦୀରେ ଜଳସଙ୍କଟ ଦେଖା ଦେଇଛି।
ଏହି ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଟ୍ରିବ୍ୟୁନାଲ ଗଠନ ହୋଇ ଏହାର ବିଚାର ଚାଲିଛି।
ଛତିଶଗଡ଼ ଦ୍ୱାରା ନିର୍ମାଣ ହୋଇଥିବା ବ୍ୟାରେଜଗୁଡିକୁ ବେଆଇନ ଘୋଷଣା କରାଯାଉ ବୋଲି ଓଡ଼ିଶା ଦାବି କରି ଆସୁଛି।
ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରଠାରୁ ବିଜେପି ନେତାମାନେ ଆପୋସ ଆଲୋଚନା ମାଧ୍ୟମରେ ଏହାର ସମାଧାନ ପାଇଁ ଯୁକ୍ତି ବାଢୁଛନ୍ତି।
କିନ୍ତୁ କେଉଁ ଆଧାରରେ ଆପୋସ ଆଲୋଚନା ହେବ, ସେ ନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।
ଏବେ ଟ୍ରିପଲ ଇଞ୍ଜିନ ସରକାର ଅଛି।
କିନ୍ତୁ ବିଜେପି ସରକାରକୁ ଆସିବାର ଅଢ଼େଇ ବର୍ଷ ବିତି ଯାଇଥିଲେ ମଧ୍ୟ ମହାନଦୀ ସମସ୍ୟା ଯେଉଁଠି ଥିଲା ସେଇଠି ଅଛି।
ଅପରପକ୍ଷରେ ଓଡ଼ିଶାର ସ୍ୱାର୍ଥ ସହିତ ସାଲିସ ହେବା ନେଇ ଏବେ ସନ୍ଦେହ ପ୍ରକାଶ ପାଇଛି।
ମହାନଦୀକୁ ନେଇ କୌଣସି ବିବାଦ ନାହିଁ: ଛତିଶଗଡ଼ ମୁଖ୍ୟମନ୍ତ୍ରୀଜଳ ବିବାଦର ସୃଷ୍ଟିକର୍ତ୍ତା ଛତିଶଗଡ଼: ବିଜେଡି ସବର୍ଦଳୀୟ କମିଟି, ମନ୍ତ୍ରୀସ୍ତରୀୟ କମିଟି ବୈଠକ ଆଉ ବସୁନିଓଡ଼ିଶା ଆଶ୍ବସ୍ତ ହେଲା ପରି ସଙ୍କେତ ଆସୁନି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି, ଯଦି ବିବାଦ ନାହିଁ, ତେବେ ଟ୍ରିବ୍ୟୁନାଲରେ ଛତିଶଗଡ଼ ସରକାର ପକ୍ଷ କାହିଁକି ରଖୁଛନ୍ତି?
ବେଆଇନ ଭାବେ ବ୍ୟାରେଜ କାହିଁକି ନିର୍ମାଣ କରିଛନ୍ତି?
ଅଣମୌସୁମୀ ସମୟରେ ପାଣି କାହିଁକି ବନ୍ଦ କରି ଦେଉଛନ୍ତି?
ବିବାଦ ଥିଲା ଓ ଅଛି।
ଆମ ଅଧିକାର ଆମେ ପାଇବା ଦରକାର।
ତୁରନ୍ତ ସମାଧାନର ବାଟ ବାହାରିବା ଦରକାର।
ମହାନଦୀକୁ ନେଇ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ଲମ୍ବା ସମୟ ଧରି ଆଇନଗତ ଲଢ଼େଇ ଚାଲିଛି।
କିନ୍ତୁ ଓଡ଼ିଶା ଏ ପର୍ଯ୍ୟନ୍ତ ସାମାନ୍ୟ ଆଶ୍ବସ୍ତି ପାଇନି।
ଓଡ଼ିଶା ପକ୍ଷରୁ ଅଣମୌସୁମୀ ସମୟରେ ଜଳପ୍ରବାହ ନେଇ ଅନ୍ତରୀଣ ରାୟ ଲାଗି ବାରମ୍ବାର ଯୁକ୍ତି ସତ୍ତ୍ବେ ଟ୍ରିବ୍ୟୁନାଲ କୌଣସି ରାୟ ଦେଇନାହାନ୍ତି।
ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେଲା ପରେ ଆପୋସ ଆଲୋଚନାକୁ ଗୁରୁତ୍ବ ଦେଉଛନ୍ତି।
ଯେହେତୁ ଉଭୟ ରାଜ୍ୟରେ ବିଜେପି ସରକାର ଅଛି, ତେଣୁ ଆଲୋଚନା ଉପରେ ସରକାର ଗୁରୁତ୍ବାରୋପ କରୁଛନ୍ତି।
FIR: ଥେରୁବାଲି ଫାଣ୍ଡିରେ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଏତଲା ବର୍ଷେରୁ ଅଧିକ ସମୟ ହେଲାଣି ଆପୋସ ଆଲୋଚନା ଆରମ୍ଭ ହୋଇଥିଲେ ବି ଓଡ଼ିଶାବାସୀ ଆଶ୍ବସ୍ତ ହେଲା ପରି କିଛି ମଧ୍ୟ ସଙ୍କେତ ପାଉନାହାନ୍ତି।
ଆଲୋଚନା ସକାରାତ୍ମକ ରହିଛି ବୋଲି ସରକାର ସବୁବେଳେ କହୁଛନ୍ତି, କିନ୍ତୁ ବାସ୍ତବ ସ୍ଥିତି ସମ୍ପର୍କରେ ଲୋକମାନେ ଏବେ ବି ଅଜ୍ଞ।
ଆପୋସ ଆଲୋଚନାର ନିର୍ଦ୍ଦିଷ୍ଟ ଆଧାର କ"ଣ, ତାହା ଜଣାପଡ଼ୁ ନାହିଁ।
ସେହିପରି ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାର ଏକ ସର୍ବଦଳୀୟ କମିଟି ଗଠନ କରିଥିଲେ।
ଦୁଇ ଥର କମିଟି ବୈଠକ ବସିଛି।
ବର୍ତ୍ତମାନ ଏହି କମିଟିର ସ୍ଥିତି କ"ଣ ଏବଂ କମିଟି ଆପୋସ ଆଲୋଚନା ପାଇଁ ସରକାରଙ୍କୁ କି ପରାମର୍ଶ ଦେଉଛି, ତାହା ବି ଅନ୍ଧାରରେ।
ଜାନୁଆରି ମାସରେ ଓଡ଼ିଶାର ମନ୍ତ୍ରୀସ୍ତରୀୟ କମିଟି ଛତିଶଗଡ଼ ଗସ୍ତରେ ଯିବାକୁ ସ୍ଥିର ହୋଇଥିଲା।
କିନ୍ତୁ ଶେଷ ମୁହୂର୍ତ୍ତରେ ତାହା ରହସ୍ୟଜନକ ଭାବେ ବାତିଲ ହୋଇଗଲା।
ତାହା ପରେ ଆଉ କମିଟି ବୈଠକ ବି ବସୁନି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।