Mahanadi Mishap: ମହାନଦୀରେ ଗାଧୋଇବା ବେଳେ ଅଘଟଣ; ଭାସିଗଲେ ୩ ସାଙ୍ଗ, ଜଣେ ନାବାଳକ ନିଖୋଜ
ମହାନଦୀରେ ଗାଧୋଇବା ବେଳେ ଅଘଟଣ। ନଦୀରେ ଭାସିଯାଇ ୩ ସାଙ୍ଗଙ୍କ ମଧ୍ୟରୁ ୨ ଜଣଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ବେଳେ ଜଣେ ନାବାଳକ ଏବେ ବି ନିଖୋଜ ଅଛନ୍ତି।
ସୂଚନା ଅନୁସାରେ, ନାବାଳକମାନେ ମହାନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ହଠାତ୍ ୩ ଜଣ ନଦୀ ସ୍ରୋତରେ ଭାସିଯାଇଥିଲେ। ଘଟଣା ଜଣାପଡ଼ିବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।
ଉଦ୍ଧାରକାରୀ ଦଳ ୨ ଜଣ ନାବାଳକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ତେବେ ଅନ୍ୟ ଜଣେ ନାବାଳକଙ୍କ ପତ୍ତା ମିଳିନାହିଁ। ନିଖୋଜ ନାବାଳକ ଜଣକ କଟକ ଜଗତପୁର ବାଲିସାହି ଅଞ୍ଚଳର ବୋଲି ଜଣାପଡ଼ିଛି।
ନିଖୋଜ ନାବାଳକଙ୍କୁ ଖୋଜିବା ପାଇଁ ମହାନଦୀରେ ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି। ନଦୀର ପ୍ରଖର ସ୍ରୋତ ଯୋଗୁଁ ଉଦ୍ଧାରକାରୀ ଦଳକୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ୁଛି। ଘଟଣାକୁ ନେଇ ନିଖୋଜ ନାବାଳକଙ୍କ ପରିବାରରେ ଚିନ୍ତାର ବାତାବରଣ ଦେଖାଦେଇଛି।
ମହାନଦୀରେ ବୁଡ଼ି ନାବାଳକ ନିଖୋଜ
ମହାନଦୀରେ ବୁଡ଼ି ୧୪ ବର୍ଷୀୟ ନାବାଳକ ନିଖୋଜ
ଗାଧୋଇବା ବେଳେ ଭାସି ଯାଇଥିଲେ ୩ ସାଙ୍ଗ
୨ ଜଣଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ
ନିଖୋଜ ନାବାଳକଙ୍କୁ ଖୋଜାଖୋଜି ଜାରି
ନିଖୋଜ ନାବାଳକ ଜଗତପୁର ବାଲିସାହିର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।