Mahanadi Water Dispute: ମହାନଦୀ ଜଳ ବିବାଦର ସମାଧାନର ମଧ୍ୟସ୍ଥି କରିବେ ଅମିତ ଶାହା

Oct 01, 2026 - 21:07
Mahanadi Water Dispute: ମହାନଦୀ ଜଳ ବିବାଦର ସମାଧାନର ମଧ୍ୟସ୍ଥି କରିବେ ଅମିତ ଶାହା

"ସମାଧାନର ନିକଟତର ହେଉଛୁ, ଖୁବ ଶୀଘ୍ର ଚୂଡ଼ାନ୍ତ ରୂପରେଖ ପ୍ରକାଶ ପାଇବାର ଆଶା- ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀAdvertisment ଭୁବନେଶ୍ୱର:  ଅନେକ ଦିନ ଧରି ମହାନଦୀର ଜଳର ବ୍ୟବହାର ଓ ଆବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଚାଲିଛି।

ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଏବଂ ଟ୍ରିବୁନାଲ୍‌ ମଧ୍ୟ ଗଠନ କରାଯାଇଛି।

ଉଭୟ ରାଜ୍ୟର ରାଜନୈତିକ ପଟ୍ଟ ପରିବର୍ତ୍ତନ ପରେ ସମାଧାନର ଆଶା ମଧ୍ୟ ସ୍ପଷ୍ଟଦେଖାଯାଉନଥିଲା।

ସମ୍ପ୍ରତି ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ହସ୍ତକ୍ଷେପ କରିଛନ୍ତି।

ଆଜି (ଗୁରୁବାର) ନୂଆଦିଲ୍ଲୀ କର୍ତ୍ତବ୍ୟ ଭବନରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମହାନଦୀ ଜଳ ବିବାଦ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର.

ପାଟିଲ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଉପସ୍ଥିତ ଥିଲେ।

Mahandi River Tribunal ଅନ୍ତରୀଣ ରାୟ ପାଇଁ ମହାନଦୀ ଟ୍ରିବୁନାଲ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲା ମହାନଦୀ ବଞ୍ଚାଓ ଆନ୍ଦୋଳନ ବୈଠକ ପରେ, ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଖୁବ୍ ସୌହର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଏହି ଆଲୋଚନା ସକାରାତ୍ମକ ହୋଇଛି।

ମହାନଦୀ ଆମର ଜୀବନ ରେଖା ।

ଓଡ଼ିଶାର କୋଟି କୋଟି ଲୋକଙ୍କ ଜୀବନଜୀବିକାର ପନ୍ଥା ହେଉଛି ମହାନଦୀ ।

ଜଳସେଚନ, ବନ୍ୟା ନିୟନ୍ତ୍ରଣ, ଜଳ ବିଦ୍ୟୁତ୍ ଉତ୍ପାଦନ, ପାନୀୟ ଜଳ ଯୋଗାଣ, ପର୍ଯ୍ୟାବରଣ ଆଦି ଅନେକ ବିଷୟରେ ସେ ବୈଠକରେ ଉପସ୍ଥାପନ କରିଛନ୍ତି ।

ଓଡ଼ିଶାକୁ କିପରି ପର୍ଯ୍ୟାପ୍ତ ପରିମାଣରେ ଜଳ ଉପଲବ୍‌ଧ ହେବ, ବୈଠକରେ ସେ ଗୁରୁତ୍ୱ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ।

Mahanadi water dispute: ମହାନଦୀ ଜଳ ବିବାଦର ସମାଧାନ ନେଇ ଆଜି ଶାହଙ୍କ ଅଧ୍ୟକ୍ଷତାରେ ବସିବ ବଡ଼ ବୈଠକମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମେ ଧିରେ ଧିରେ ସମାଧାନର ନିକଟତର ହେଉଛୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନରେ, ଡବଲ ଇଞ୍ଜିନ ସରକାରରେ ଦେଶ ଓ ରାଜ୍ୟର ବିକାଶ ଯେପରି ତ୍ୱରାନ୍ୱିତ ହେଉଛି, ରାଜ୍ୟ ମାନଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ମଧ୍ୟ ପଥ ଉନ୍ମୁକ୍ତ ହେଉଛି ।

ଏହି ସମାଧାନ ବାକି ସବୁ ରାଜ୍ୟମାନଙ୍କ ପାଇଁ ଏକ ମଡେଲ ଡିସ୍‌ପୁଟ ରିଜୋଲ୍ୟୁସନ୍ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ  ।

Mahanadi: ମହାନଦୀ ଜଳ ବିବାଦ ପ୍ରସଙ୍ଗ: ତଥ୍ୟର ଅସଙ୍ଗତି ନେଇ ପ୍ରଶ୍ନ ଉଠିଲାମୁଖ୍ୟମନ୍ତ୍ରୀ ଶ୍ରୀମାଝି କହିଛନ୍ତି, ଏଥିପାଇଁ ହୋଇଥିବା ଉଦ୍ୟମ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ୨୦୨୫ ଜୁଲାଇ-ଅଗଷ୍ଟରେ ଆମ ଦୁଇଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ଏହା ମଧ୍ୟରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଜଳ ସମ୍ପଦ ସଚିବ ସ୍ତରରେ ଅନେକ ବୈଠକ ହୋଇଯାଇଛି।

ଗତ ଜୁଲାଇ ମାସରେ ଜଳ ଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମଧ୍ୟ ବୈଠକ ଅନୁଷ୍ଠିତ ହୋଇଥିଲା ।

ଜୁଲାଇ ମାସର ବୈଠକର ନିଷ୍ପତ୍ତି ଅନୁଯାୟୀ ଉଭୟ ରାଜ୍ୟର ଆବଶ୍ୟକତା ସମ୍ପର୍କରେ ସେଣ୍ଟ୍ରାଲ୍‌ ୱାଟର୍ କମିଶନ୍‌ଙ୍କୁ ବିଭିନ୍ନ ପ୍ରସଙ୍ଗ, ତଥ୍ୟ ଓ ସୂଚନା ପ୍ରଦାନ କରାଯାଉଛି ।

ତିନି ମାସ ମଧ୍ୟରେ ସମାଧାନର ପନ୍ଥା ବାହାର କରିବା ପାଇଁ ସେହି ବୈଠକରେ ଆପାତତଃ ସ୍ଥିର ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟରେ ଦୁଇ ମାସ ବିତିଗଲାଣି ଏବଂ ଆଶାନୁରୂପ ଅଗ୍ରଗତି ହୋଇଛି ।

Mahanadi water dispute: ମହାନଦୀ ଜଳ ବିବାଦ: ପୁରୀରେ ଓଡ଼ିଶା-ଛତିଶଗଡ଼ ବୈଠକବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ, ଜଳ ଶକ୍ତି ମନ୍ତ୍ରୀ ଓ ଦୁଇ ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ର ଗୃହ ମନ୍ତ୍ରାଳୟ, ଜଳଶକ୍ତି ମନ୍ତ୍ରାଳୟ, କେନ୍ଦ୍ରୀୟ ଜଳ ଆୟୋଗ ଏବଂ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟ ଶାସନ ସଚିବ ଓ ଉଚ୍ଚ ପଦାଧିକାରୀ ଗଣ ଉପସ୍ଥିତ ଥିଲେ ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।