Odisha Governor Meets PM Modi ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ରାଜ୍ୟପାଳ

Oct 01, 2026 - 19:27
Odisha Governor  Meets PM Modi ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ରାଜ୍ୟପାଳ

"ଭୁବନେଶ୍ୱର:  ଓଡ଼ିଶାର ରାଜ୍ୟପାଳ ଡ ହରିବାବୁ କମ୍ଭମପାଟି ଆଜି (ଗୁରୁବାର) ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ରାଜ୍ୟର ବିକାଶ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି।Advertisment Governor"s Police ADC ଓଡ଼ିଶା ରାଜ୍ୟପାଳଙ୍କ ପୁଲିସ୍ ଏଡିସି ଭାବେ ଯୋଗ ଦେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ ଏହି ସାକ୍ଷାତକାର ସମୟରେ, ରାଜ୍ୟପାଳ କମ୍ଭମ୍‌ପାଟି ଓଡ଼ିଶାରେ ଚାଲିଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ଓ ସେଗୁଡ଼ିକର ଅଗ୍ରଗତି ବିଷୟରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ତଥ୍ୟ ରଖିଥିଲେ।

ଏହି ଆଲୋଚନାରେ ରାଜ୍ୟର ବିକାଶ ଏବଂ ଓଡ଼ିଶାରେ ପ୍ରମୁଖ କେନ୍ଦ୍ରୀୟ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କିତ ବିଷୟବସ୍ତୁ ସାମିଲ ଥିଲା।

Odisha Governor: ପୁରୀ ରେଳ ଷ୍ଟେସନ ବିକାଶ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ରାଜ୍ୟପାଳ ଏହା ସହିତ ନିକଟରେ ଓଡ଼ିଶା ଲୋକ ଭବନକୁ ମିଳିଥିବା ଇଣ୍ଡିଆନ୍‌ ଗ୍ରିନ୍‌ ବିଲିଡିଂ କାଉନ୍‌ସିଲ୍‌ର ପ୍ଲାଟିନମ୍ ସାର୍ଟିଫିକେସନ୍ (ସନନ୍ଦ) ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ଆଲୋଚନା ‌ଶେଷରେ କମ୍ଭମ୍ପାଟି ଏବଂ ପ୍ରଧାନମନ୍ତ୍ରୀ ପରସ୍ପରକୁ ସ୍ମାରକୀ ପ୍ରଦାନ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।