Mahanadi Water Dispute: ମହାନଦୀକୁ ନେଇ ବଢ଼ିଲା ଆଶା; ଜଳ ବିବାଦର ସମାଧାନ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଆଲୋଚନା ଜାରି

Sep 21, 2026 - 17:05
Mahanadi Water Dispute: ମହାନଦୀକୁ ନେଇ ବଢ଼ିଲା ଆଶା; ଜଳ ବିବାଦର ସମାଧାନ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଆଲୋଚନା ଜାରି

ମହାନଦୀକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଚାଲିଥିବା ଜଳ ବିବାଦ ଭିତରେ ଏବେ ଆସିଛି ଆଲୋଚନା ଓ ସମାଧାନର ଆଶା। ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏଙ୍କ ଭେଟଘାଟରେ ଉଠିଛି ମହାନଦୀ ପ୍ରସଙ୍ଗ। ମହାନଦୀ ଜଳ ବିବାଦର ସମାଧାନ ନେଇ ହୋଇଛି ଆଲୋଚନା। 

ଦୁଇ ରାଜ୍ୟରେ ସମାନ ସରକାର। ଦୁଇ ରାଜ୍ୟ ମଧ୍ୟରେ ଭାଇ-ଭାଇର ସମ୍ପର୍କ। ତେଣୁ ଆଲୋଚନା ଓ ସହମତି ମାଧ୍ୟମରେ ମହାନଦୀ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବାକୁ ବିଶ୍ୱଭୂଷଣ ହରିଚନ୍ଦନ କହିଥିବା ସୂଚନା ଦେଇଛନ୍ତି। 

ଆଉ ଏହାରି ଭିତରେ ମିଳିଛି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଭରସା। ମହାନଦୀ ଜଳ ବିବାଦର ନିଶ୍ଚୟ ସମାଧାନ ହେବ ବୋଲି ବିଷ୍ଣୁ ଦେଓ ସାଏ ଆଶ୍ୱାସନ ଦେଇଥିବା କହିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ। ତେବେ ଏହି ଭେଟଘାଟ ପରେ ମହାନଦୀ ବିବାଦର ସମାଧାନ ନେଇ ଆଶା ବଢ଼ିଛି।

  • ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସାକ୍ଷାତ
  • ଭେଟଘାଟ ପରେ ବଢ଼ିଲା ମହାନଦୀ ବିବାଦରେ ସମାଧାନ ଆଶା
  • ଛତିଶଗଡ଼ ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପ୍ରତିକ୍ରିୟା
  • 'ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଆଶ୍ୱାସନ ଦେଇଛନ୍ତି'
  • 'ଦୁଇ ରାଜ୍ୟରେ ସମାନ ସରକାର, ବିବାଦରେ ସମାଧାନ ହେବ'
  • 'ଭାଇ-ଭାଇ ସମ୍ପର୍କରେ ମହାନଦୀ ସମାଧାନ ପାଇଁ ଆହ୍ୱାନ କରିଛି'
  • 'ଆଲୋଚନା ଓ ସହମତି ମାଧ୍ୟମରେ ସମାଧାନ ପାଇଁ କହିଛି'

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।