Mahanadi Water Sharing Dispute: ମହାନଦୀ ବିବାଦରେ ନୂଆ ମୋଡ଼, ଦିଲ୍ଲୀ ବୈଠକକୁ ନେଇ ବଢ଼ିଲା ଆଶା
ମହାନଦୀ ଜଳ ବିବାଦକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା । କହିଲେ, ଆସନ୍ତାକାଲି କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ବସିବ ମହାନଦୀ ଜଳ ବିବାଦର ସମାଧାନ ବୈଠକ । ଏଥିରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଆମେ ସକାରାତ୍ମକ ଅଛୁ, ନିଶ୍ଚୟ ଏହି ବିବାଦର ସମାଧାନ ହେବ । କାରଣ ଏବେ ଯେତିକି ବର୍ଷା ହୋଇଛି ତାହାଦ୍ବାରା ଓଡ଼ିଶାର ଯେତିକି କ୍ଷତି ହୋଇଛି, ଛତିଶଗଡ଼ ବି ଅନୁଭବ କଲାଣି ତାଙ୍କର ବି ସେତିକି କ୍ଷତି ହୋଇଛି । ଯେତେବେଳେ ଆମ ସରକାର ଦାୟିତ୍ୱ ନେଲା, ସେତେବେଳକୁ ଛତିଶଗଡ଼ ସରକାର ମହାନଦୀରେ ବ୍ୟାରେଜ ନିର୍ମାଣ କରିସାରିଥିଲା। ଏବେ ତାହାର ସମାଧାନ ବାହାରିବ ।
ମହାନଦୀ ଜଳ ବିବାଦକୁ ନେଇ ଆସନ୍ତାକାଲି ଦ୍ଲିଲୀରେ ହେବ ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ବୈଠକ ସକରାତ୍ମକ ହେବାନେଇ ରାଜସ୍ବ ମନ୍ତ୍ରୀ କହିଥିବା ବେଳେ ଏହା ଫଳପ୍ରଦ ହେବନି ବୋଲି କହିଛନ୍ତି ପିସିସ ସଭାପତି ଭକ୍ତ ଚରଣ ଦାସ। କାରଣ ଏମାନଙ୍କର ଇଚ୍ଛା ଶକ୍ତି ନାହିଁ । ଛତିଶଗଡ ସରକାର ମହନଦୀର ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ କରିସାରିବାପରେ ଏଯାଏ କିଛି ହୋଇପାରିଲାନି। ଆସନ୍ତାକାଲି ଯେଉଁ ବୈଠକ ହେବ ତାର ଆଧାର କଣ ବୋଲି କହିଛନ୍ତି ଭକ୍ତ ଚରଣ ଦାସ।
ମହାନଦୀ ଜଳ ବିବାଦକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ପ୍ରତିକ୍ରିୟା
ମହାନଦୀ ଜଳ ବିବାଦର ସମାଧାନ ବାହାରିବ : ସୁରେଶ ପୂଜାରୀ
ଆସନ୍ତାକାଲି ମହାନଦୀ ଜଳ ବିବାଦର ସମାଧାନ ବୈଠକ
କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ବସିବ ବୈଠକ
ଯୋଗ ଦେବେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ
ବର୍ଷା ପାଇଁ ଉଭୟ ରାଜ୍ୟର ହୋଇଛି କ୍ଷତି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।