Flydubai Horror At 17,000 Feet: ମଝି ଆକାଶରେ ପାଇଲଟ୍-କୋପାଇଲଟ୍ ମାରପିଟ୍, ୧୭ ହଜାର ଫୁଟ୍ ତଳକୁ ଖସିଲା ବିମାନ
ଇସ୍ରାଏଲ୍ ଆକାଶରେ ଉଡୁଥିଲା ବିମାନ...ସବୁ କିଛି ଥିଲା ସ୍ୱାଭାବିକ। ହଠାତ୍ ବଦଳିଗଲା ପରିସ୍ଥିତି, କକପିଟରୁ ଆସିଲା ହାଇଜାକ୍ ସିଗନାଲ୍। ମାତ୍ର ଦୁଇ ମିନିଟରେ ବିମାନ ଖସିଗଲା ପ୍ରାୟ ୧୭ ହଜାର ୪୦୦ ଫୁଟ୍ ତଳକୁ। ଦୁବାଇରୁ ଇସ୍ରାଏଲର ତେଲ୍ ଆଭିଭ୍ ଅଭିମୁଖେ ବାହାରିଥିବା ଫ୍ଲାଇଦୁବାଇର ବିମାନରେ ଘଟିଥିବା ଏମିତି କିଛି ଘଟଣାକୁ ନେଇ ସାରା ବିଶ୍ବରେ ଆଜି ହଟଚମଟ। କାରଣ ଜାଣିଲେ ଆପଣଙ୍କର ହୋସ୍ ଉଡ଼ିଯିବ। କକପିଟରେ ପାଇଲଟ୍ ଓ କୋ-ପାଇଲଟଙ୍କ ମଧ୍ୟରେ କଥା କଟାକଟିରୁ ମାରପିଟ୍ ନେଇଥିଲା ଭୟଙ୍କର ହିଂସାତ୍ମକ ରୂପ।
କୋ ପାଇଲଟ୍ ଛୁରୀରେ ପାଇଲଟଙ୍କୁ ଆକ୍ରମଣ କରିଥିଲେ। ସ୍ଥିତି ଏତେ ଗମ୍ଭୀର ହୋଇପଡ଼ିଥିଲା ଯେ, ବିମାନଟି ହଠାତ୍ ନିଜର ନିୟନ୍ତ୍ରଣ ହରାଇ ମାତ୍ର ଦୁଇ ମିନିଟ୍ ଭିତରେ ୧୭,୦୦୦ ଫୁଟ୍ ତଳକୁ ଖସିଆସିଥିଲା। ସମୁଦ୍ର ପତ୍ତନରୁ ହଜାର ହଜାର ଫୁଟ ଉଚ୍ଚରେ ୧୭୪ ଯାତ୍ରୀ ଓ କ୍ରିଉ ମେମ୍ବରଙ୍କ ଜୀବନ ବାଜି ଲାଗିଥିଲା। ତାରି ଭିତରେ ଆକ୍ଟିଭେଟ୍ ହୋଇଗଲା ଜରୁରୀ ସିଗନାଲ୍। ପ୍ରଥମେ ଏମର୍ଜେନ୍ସୀ ସିଗନାଲ୍...ତା’ପରେ ସ୍କ୍ୱାକ୍ ୭୫୦୦ ଅର୍ଥାତ୍ ହାଇଜାକ୍ ଆଲର୍ଟ। ଯାହାକୁ ନେଇ ଖେଳିଯାଇଥିଲା ଆତଙ୍କ।
ଫ୍ଲାଇଦୁବାଇର ବିମାନଟି ଦୁବାଇରୁ ତେଲ୍ ଆଭିଭ୍ ଅଭିମୁଖେ ଯାଉଥିବା ବେଳେ ଘଟିଥିଲା ଏହି ଘଟଣା। ହାଇଜାକ୍ ସିଗନାଲ୍ ମିଳିବା କ୍ଷଣି ଇସ୍ରାଏଲ ସରକାର ଓ ସେନାରେ ହଇଚଇ ସୃଷ୍ଟି ହୋଇଥିଲା। ତୁରନ୍ତ ଆକାଶକୁ ପଠାଯାଇଥିଲା ଇସ୍ରାଏଲର ଫାଇଟର ଜେଟ୍। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସୁରକ୍ଷା ବାହିନୀ ସହ ଜରୁରୀକାଳୀନ ବୈଠକ ଡାକିଥିଲେ। ସାରା ବିଶ୍ୱ ଭାବିଥିଲା ଫ୍ଲାଇଟ୍ ଟି ହାଇଜ୍ୟାକ୍ ହୋଇସାରିଛି। ଯାତ୍ରୀଙ୍କ ଜୀବନ ଅତ୍ୟନ୍ତ ବିପଦରେ। କିନ୍ତୁ ପରେ ଜଣାପଡ଼ିଥିଲା ସତ।
ଦୁଇ ପାଇଲଟଙ୍କ ଭିତରେ ହୋଇଥିବା ଗାଳିଗୁଲଜ ଓ ରକ୍ତାକ୍ତ ସଂଘର୍ଷ ଯୋଗୁଁ ଏହି ସଙ୍କେତ ଜାରି ହୋଇଥିଲା। ଶେଷରେ ବିମାନ ସାଉଦି ଆରବର ତବୁକ୍ ଏୟାରପୋର୍ଟରେ ଜରୁରୀକାଳୀନ ଅବତରଣ କରିଥିଲା। ଚର୍ଚ୍ଚା ହେଉଛି ପାଇଲଟ ଜଣଙ୍କ ରୁଷିଆର ନାଗରିକ ଓ କୋ-ପାଇଲଟ୍ ୟୁକ୍ରେନର। ଦୁଇ ଦେଶ ଭିତରେ ଏବେ ଯୁଦ୍ଧ ଚାଲିଥିବା ବେଳେ ମଝି ଆକାଶରେ ସେମାନଙ୍କର ରକ୍ତାକ୍ତ ସଂଘର୍ଷ ଚର୍ଚ୍ଚାକୁ ଆସିଛି।
ଏଠି ପ୍ରଶ୍ନ ଉଠୁଛି କେଉଁ କଥାକୁ ନେଇ ମଝି ଆକାଶରେ ଦୁଇ ପାଇଲଟଙ୍କ ମଧ୍ୟରେ ଏଭଳି ସଂଘର୍ଷ ? କକପିଟର ସେହି ଆବଦ୍ଧ କୋଠରୀ ଭିତରେ ପ୍ରକୃତରେ କ'ଣ ଘଟିଥିଲା ? କେଉଁ କାରଣରୁ ରକ୍ତପାତ ହେଲା ? କାହିଁକି ଆକ୍ଟିଭେଟ୍ ହୋଇଥିଲା ସ୍କ୍ୱାକ୍ ୭୫୦୦ ? ଯାହା ଯାହା ବିମାନ ହାଇଜ୍ୟାକ୍ ହେବାର ସଙ୍କେତ ଦେଇଥାଏ। ଜରୁରୀ ସିଗନାଲ୍ ପଠାଇଥିଲେ କାହିଁକି ?
ବିମାନର ଉଚ୍ଚତା ଏତେ ଦ୍ରୁତ କାହିଁକି କମିଥିଲା ? ଯାତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ଯେଉଁ ଦୁଇଜଣଙ୍କ ହାତରେ ଥାଏ, ଆକାଶମାର୍ଗରେ ସେମାନଙ୍କର ଏଭଳି ଦାୟିତ୍ୱହୀନ ଓ ହିଂସାତ୍ମକ ଆଚରଣ ସାରା ବିଶ୍ୱର ବିମାନ ସେବା କ୍ଷେତ୍ରକୁ ସ୍ତବ୍ଧ କରିଦେଇଛି।...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।