Mahanadi's water: ମହାନଦୀ ଜଳ ସୁରକ୍ଷାକୁ ସୁନିଶ୍ଚିତ କରନ୍ତୁ ସରକାର: ମହାନଦୀ ବଞ୍ଚାଅ ଆନ୍ଦୋଳନ

Sep 21, 2026 - 08:46
Mahanadi's water: ମହାନଦୀ ଜଳ ସୁରକ୍ଷାକୁ ସୁନିଶ୍ଚିତ କରନ୍ତୁ ସରକାର: ମହାନଦୀ ବଞ୍ଚାଅ ଆନ୍ଦୋଳନ

"ଭୁବନେଶ୍ୱର: କଟକର ନରାଜଠାରେ ପ୍ରସ୍ତାବିତ ୮୭୦ ଏକର ବିଶିଷ୍ଟ "ଓଡ଼ିଶା ସିଲିକନ୍ ଭ୍ୟାଲି" ଓ କଟକରେ ପ୍ରସ୍ତାବିତ ୧ ଗିଗାୱାଟ୍‌ ଏଆଇ ଡାଟା ସେଣ୍ଟର ପୂର୍ବରୁ କଟକର ଜଳ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ଦାବି କରିଛି।

ସଂଗଠନର ଆବାହକ ସୁଦର୍ଶନ ଦାସ କହିଛନ୍ତି, ଶିଳ୍ପ ବିକାଶ ପାଇଁ ମହାନଦୀକୁ ଅସୀମ ଜଳଭଣ୍ଡାର ଭାବେ ବ୍ୟବହାର କରାଯାଇପାରିବ ନାହିଁ।

ସେମିକଣ୍ଡକ୍ଟର, ଆଇଟି ଓ ଇଲେକ୍ଟ୍ରୋନିକ୍ସ ପ୍ରକଳ୍ପ ସହ ଡାଟା ସେଣ୍ଟରରେ ଜଳର ଆବଶ୍ୟକତା ନେଇ ବୈଜ୍ଞାନିକ ଅଧ୍ୟୟନ ଜରୁରୀ।

ବିଶେଷକରି ଡିସେମ୍ବରରୁ ମେ ପର୍ଯ୍ୟନ୍ତ ନିଅଣ୍ଟିଆ ସମୟରେ ପାନୀୟ ଜଳ, ଜଳସେଚନ ଓ ପରିବେଶ ଆବଶ୍ୟକତା ପୂରଣ ପରେ ଶିଳ୍ପ ପାଇଁ କେତେ ଜଳ ଉପଲବ୍ଧ, ତାହା ସ୍ପଷ୍ଟ କରାଯିବା ଆବଶ୍ୟକ।

ଯୋବ୍ରା ବ୍ୟାରେଜ୍‌ରୁ ଆଇଓସିଏଲ୍‌ର ଜଳ ଉଠାଣ ମାମଲାରେ ହାଇକୋର୍ଟ ଚିନ୍ତା ପ୍ରକାଶ କରି ଜରିମାନା କରିଛନ୍ତି।

Advertisment Appreciation letter: ମୋଦୀଙ୍କ ପ୍ରଶଂସା ପତ୍ର ପାଇଲେ ମୂର୍ତ୍ତୀ ଶିଳ୍ପୀ ଅନମୋଲ ପଦାର ଏହା ସହିତ ନିକଟରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଭୂତତ୍ତ୍ୱ ବିଭାଗ ଦ୍ୱାରା ନରାଜଠାରୁ ଯୋବ୍ରା ପର୍ଯ୍ୟନ୍ତ ମହାନଦୀ ଉପରେ ଚାଲିଥିବା ଗବେଷଣାର ଯେଉଁ ତଥ୍ୟ ପ୍ରକାଶ ପାଇଛି ତାହା ଆହୁରି ଅଧିକ ଚିନ୍ତାଜନକ ରହିଛି।

ନିକଟ ଭବିଷ୍ୟତରେ କଟକବାସୀ ଭୟଙ୍କର ଜଳ ସଙ୍କଟର ସମ୍ମୁଖୀନ ହେବେ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି।

ଓଡ଼ିଶା ସିଲିକନ୍ ଭ୍ୟାଲି ଓ ଡାଟା ସେଣ୍ଟର ପାଇଁ ମହାନଦୀର ଜଳକୁ ଶିଳ୍ପ ପାଇଁ ଉତ୍ସର୍ଗ କରି ସରକାର କ"ଣ କଟକବାସୀଙ୍କୁ ଶୋଷରେ ମାରିଦେବେ କି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି।

ଏ ନେଇ କଟକରେ "କଟକର ଜଳ ସୁରକ୍ଷା ଓ ପ୍ରସ୍ତାବିତ ଓଡ଼ିଶା ସିଲିକନ୍ ଭ୍ୟାଲି" ଶୀର୍ଷକ ସେମିନାର ଆୟୋଜନ କରାଯିବ ବୋଲି ସେ କହିଛନ୍ତି।

FIR: ଥେରୁବାଲି ଫାଣ୍ଡିରେ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଏତଲା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।