Maharashtra Drought Crisis: ମହାରାଷ୍ଟ୍ରରେ ମରୁଡ଼ି ମାଡ଼! ଚାଷୀଙ୍କ ପାଇଁ ଦିନକର ଦରମା ଦେବେ IAS-IPS ଅଧିକାରୀ
"ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମରୁଡ଼ିର ମହାସଙ୍କଟ ।
ବର୍ଷା ଅଭାବ ଚାଷୀଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ସେମାନଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି IAS ଓ IPS ଅଧିକାରୀ ।
ଚାଷୀଙ୍କ ଦୁଃଖରେ ସାମିଲ ହୋଇ ନିଜ ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ପ୍ରଦାନ କରିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି ।
ରାଜ୍ୟର ୩୦୫ଟି ତାଲୁକାକୁ ମରୁଡ଼ିଗ୍ରସ୍ତ ଘୋଷଣା କରାଯାଇଥିବା ବେଳେ ଏହି ପଦକ୍ଷେପ ଚାଷୀଙ୍କୁ ଆଶ୍ୱସ୍ତି ଦେବା ଆଶା କରାଯାଉଛି ।
ଅକ୍ଟୋବର ୨୦୨୬ର ଗୋଟିଏ ଦିନର ଦରମା ସହାୟତା ପାଣ୍ଠିରେ ଜମା କରିବାକୁ ବରିଷ୍ଠ ଅଧିକାରୀମାନେ ସାମୂହିକ ନିଷ୍ପତ୍ତି ନେଇଛନ୍ତି ।
ଏନେଇ ଅଧିକାରୀଙ୍କ ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ମଧ୍ୟ ଦିଆଯାଇଥିବା ସୂଚନା ମିଳିଛି ।
ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ଚାଷୀଙ୍କୁ ସହାୟତା କରିବା ସମସ୍ତଙ୍କ ସାମାଜିକ ଦାୟିତ୍ୱ ବୋଲି ଅଧିକାରୀମାନେ ମତ ଦେଇଛନ୍ତି ।Advertisment Super El Nino: ଭାରତକୁ "ସୁପର୍ ଏଲ୍ ନିନୋ" ଭୟ: ସ୍ୱାଭାବିକଠାରୁ କମ୍ ବର୍ଷା, ମରୁଡ଼ି ଆଶଙ୍କା ସେପଟେ ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ମହାରାଷ୍ଟ୍ର ସରକାର ମଧ୍ୟ ବିଭିନ୍ନ ରିହାତି ଘୋଷଣା କରିଛନ୍ତି ।
ଚାଷୀଙ୍କୁ ଭୂରାଜସ୍ୱ ଛାଡ଼ ସହ ଫସଲ ଋଣର ପୁନର୍ଗଠନ କରାଯିବ ।
କୃଷି ଋଣ ଆଦାୟ ଉପରେ ରୋକ୍ ଲଗାଇବା ସହ କୃଷି ପମ୍ପର ବିଦ୍ୟୁତ୍ ବିଲ୍ରେ ମଧ୍ୟ ରିହାତି ଦିଆଯିବ ।
ଏହାସହ ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି" ଛାଡ଼ କରିବାକୁ ନିଷ୍ପତ୍ତି ହୋଇଛି ।ଅନ୍ୟପଟେ ଜନପ୍ରତିନିଧିମାନେ ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି ।
ବିଧାୟକ ଶେଖର ନିକମ୍ ନିଜର ଏକ ମାସର ମୂଳ ଦରମା ପ୍ରଦାନ କରିଥିବା ବେଳେ ଚାଷୀଙ୍କୁ ହେକ୍ଟର ପିଛା ୫୦ ହଜାର ଟଙ୍କା ଏବଂ କୃଷି ଶ୍ରମିକଙ୍କୁ ୨୫ ହଜାର ଟଙ୍କାର ସିଧାସଳଖ ସହାୟତା ଦେବାକୁ ଦାବି ହୋଇଛି ।
ମରୁଡ଼ିର ଏହି ସଙ୍କଟ ସମୟରେ ସରକାରୀ ରିହାତି ସହ ଅଧିକାରୀଙ୍କ ଏହି ପଦକ୍ଷେପ ଚାଷୀଙ୍କୁ କେତେ ଆଶ୍ୱସ୍ତି ଦେଉଛି, ତାହା ଉପରେ ଏବେ ନଜର ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।