Mahindra SUV: ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟ୍‌କା: ମହଙ୍ଗା ହୋଇପାରେ ମହିନ୍ଦ୍ରା ଏସୟୁଭି

Sep 28, 2026 - 16:35
Mahindra SUV: ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟ୍‌କା: ମହଙ୍ଗା ହୋଇପାରେ ମହିନ୍ଦ୍ରା ଏସୟୁଭି

"ନୂଆଦିଲ୍ଲୀ: ପାର୍ବଣ ଋତୁ ପୂର୍ବରୁ ଗାଡ଼ି କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ଆସିଛି।

ପ୍ରସିଦ୍ଧ ଅଟୋମୋବାଇଲ୍ କମ୍ପାନୀ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ନିଜ ଏସୟୁଭି ଗାଡ଼ିଗୁଡ଼ିକର ଦାମ୍ ବୃଦ୍ଧି କରିବାକୁ ବିଚାର କରୁଛି।

କ୍ରମାଗତ ଭାବେ କଞ୍ଚାମାଲର ଦାମ୍ ବୃଦ୍ଧି ପାଉଥିବାରୁ କମ୍ପାନୀ ଏହି ନିଷ୍ପତ୍ତି ନେବାକୁ ଯାଉଛି।Advertisment ଆହୁରି ପଢନ୍ତୁ :Asian Games: କୁରାଶରେ ପିଙ୍କି ବଲହାରାଙ୍କୁ କାଂସ୍ୟ ଆଗାମୀ ସପ୍ତାହରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତିମହିନ୍ଦ୍ରା ଅଟୋମୋଟିଭ୍‌ର ସିଇଓଙ୍କ ସୂଚନା ଅନୁଯାୟୀ, କମ୍ପାନୀ ବର୍ତ୍ତମାନ ବଜାରରେ ବୃଦ୍ଧି ପାଉଥିବା କଞ୍ଚାମାଲର ମୂଲ୍ୟ ଉପରେ କ୍ରମାଗତ ନଜର ରଖିଛି।

ଉତ୍ପାଦନ ଖର୍ଚ୍ଚ ବଢ଼ୁଥିବାରୁ ଆଗାମୀ କିଛି ସପ୍ତାହ ମଧ୍ୟରେ ଗାଡ଼ିର ମୂଲ୍ୟ ବୃଦ୍ଧି ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ଉଲ୍ଲେଖ ଥାଉ କି, ଚଳିତ ବର୍ଷ (୨୦୨୬) ମହିନ୍ଦ୍ରା ପୂର୍ବରୁ ତିନି ଥର ଜାନୁଆରୀ, ଏପ୍ରିଲ୍ ଏବଂ ଜୁଲାଇ ମାସରେ ଗାଡ଼ିର ଦାମ୍ ବଢ଼ାଇସାରିଛି।

ଜୁଲାଇ ୧୦ରୁ ପ୍ରଭାବୀ ହୋଇଥିବା ମୂଲ୍ୟ ବୃଦ୍ଧିରେ ଏସୟୁଭିଗୁଡ଼ିକର ଦାମ୍ ହାରାହାରି ୨.୭ ପ୍ରତିଶତ ଏବଂ କମର୍ସିଆଲ ଗାଡ଼ିର ଦାମ୍ ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

ଯଦି ଆଗାମୀ ସପ୍ତାହରେ ନୂଆ ଦାମ୍ ଲାଗୁ ହୁଏ, ତେବେ ଏହା ଚଳିତ ବର୍ଷର ଚତୁର୍ଥ ମୂଲ୍ୟ ବୃଦ୍ଧି ହେବ।

ଆହୁରି ପଢନ୍ତୁ :Puja Preparations: ମାଟିରେ ରୂପ ପାଇଲେଣି ମା' କେଉଁ ଗାଡ଼ିଗୁଡ଼ିକ ଉପରେ ପଡ଼ିବ ପ୍ରଭାବ?ଯଦି କମ୍ପାନୀ ମୂଲ୍ୟ ବୃଦ୍ଧି କରେ, ତେବେ ମହିନ୍ଦ୍ରାର ଲୋକପ୍ରିୟ ଏସୟୁଭି ମଡେଲ୍‌ଗୁଡ଼ିକ ଯେପରିକି ଥର୍ (Thar) ଏବଂ ଥର୍ ରକ୍ସ (Thar ROXX), ସ୍କୋର୍ପିଓ-ଏନ୍ ଏବଂ ସ୍କୋର୍ପିଓ କ୍ଲାସିକ୍ (Scorpio Classic), ବୋଲେରୋ ଆଦି ଗାଡ଼ିଗୁଡ଼ିକର ଦାମ୍ ବଢ଼ିବାର ସମ୍ଭାବନା ରହିଛି।

ଆହୁରି ପଢନ୍ତୁ :Manmohan Samal: ବିଜେଡିର ଆନ୍ଦୋଳନ ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖିଲେ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ଚାହିଦା ଉପରେ ପଡ଼ିବନି ପ୍ରଭାବପାର୍ବଣ ଋତୁ ଅଟୋମୋବାଇଲ୍ କ୍ଷେତ୍ର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ କମ୍ପାନୀ ଆଶା ପ୍ରକାଶ କରିଛି ଯେ ଏହି ମୂଲ୍ୟ ବୃଦ୍ଧି ଦ୍ୱାରା ଗ୍ରାହକଙ୍କ ଚାହିଦା କିମ୍ବା ବୁକିଂ ଉପରେ କୌଣସି ବିଶେଷ ପ୍ରଭାବ ପଡ଼ିବ ନାହିଁ।

ଜିଏସଟି (GST) ହ୍ରାସ ପରଠାରୁ ଗାଡ଼ିଗୁଡ଼ିକର ମୂଲ୍ୟ ପୂର୍ବ ଅପେକ୍ଷା କମ୍ ରହିଛି ଏବଂ ନୂଆ ମଡେଲ୍‌ଗୁଡ଼ିକର ଆଗମନ ହେତୁ ଚଳିତ ପାର୍ବଣ ଋତୁରେ ଭଲ ବିକ୍ରି ହେବ ବୋଲି କମ୍ପାନୀ ଆଶାବାଦୀ ଅଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।