Major Changes in Odisha IPS Cadre: ବଦଳିଲେ ଜେଲ ଡିଜି, ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

Nov 01, 2026 - 12:12
Major Changes in Odisha IPS Cadre: ବଦଳିଲେ ଜେଲ ଡିଜି, ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର।

ଜେଲ ବିଭାଗ ଡିଜି ସୁଶାନ୍ତ ନାଥଙ୍କ ବଦଳି କରିଛନ୍ତି ସରକାର।

ଜେଲ ବିଭାଗ ଡିଜି ସୁଶାନ୍ତ ନାଥଙ୍କୁ ଗୃହ ବିଭାଗ ଓଏସଡି ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି।

Advertisment ସେହିପରି ଏସଏଫଏସଏଲ ନିର୍ଦ୍ଦେଶକ ସନ୍ତୋଷ ବାଲାଙ୍କୁ ଜେଲ ବିଭାଗ ଡିଜି ଅତିରିକ୍ତ ଦାୟିତ୍ବ ମିଳିଛି।

ଅମିତାଭ ଠାକୁରଙ୍କୁ କଟକ ପରିବହନ କମିଶନର ଭାବେ ଦାୟିତ୍ବ ମିଳିଛି।

କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସାରା ଶର୍ମା ହେଲେ ଭିଜିଲାନ୍ସ ଡିଆଇଜି।

ଗୁଣ୍ଡଲା ରେଡ୍ଡୀ ରାଘବେନ୍ଦ୍ର ହେଲେ ପୋଲିସ ମୁଖ୍ୟାଳୟ ଏଆଇଜି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।