6 Indians Stranded In Nepal's Deepest Lake: ତୁଷାରପାତରେ ଫସିଲେ ୬ ଭାରତୀୟ ପର୍ଯ୍ୟଟକ, ଉଦ୍ଧାର ପାଇଁ ପହଞ୍ଚିବ ସେନା ହେଲିକପ୍ଟର

Nov 01, 2026 - 14:34
6 Indians Stranded In Nepal's Deepest Lake: ତୁଷାରପାତରେ ଫସିଲେ ୬ ଭାରତୀୟ ପର୍ଯ୍ୟଟକ, ଉଦ୍ଧାର ପାଇଁ ପହଞ୍ଚିବ ସେନା ହେଲିକପ୍ଟର

ନେପାଳରେ ପ୍ରବଳ ତୁଷାରପାତ ଯୋଗୁଁ ଫସି ରହିଛନ୍ତି ୬ ଜଣ ଭାରତୀୟ ପର୍ଯ୍ୟଟକ।

ଏହି ୬ ଜଣଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି।

ଶେ-ଫୋକ୍ସୁଣ୍ଡୋ ଜାତୀୟ ଉଦ୍ୟାନ ଅଞ୍ଚଳରେ ଶନିବାର ଅପରାହ୍ଣରୁ ସେମାନେ ତୁଷାରପାତ ଯୋଗୁଁ ଫସି ରହିଥିବା ଜଣାପଡ଼ିଛି।

ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ନେପାଳର ସୁରକ୍ଷାକର୍ମୀ ଉଦ୍ୟମ ଚଳାଇଛନ୍ତି।

ଏଥିପାଇଁ ସେନାର ଏକ ହେଲିକପ୍ଟର ପଠାଯିବାର ବ୍ୟବସ୍ଥା କରାଯାଉଛି।

Advertisment ଡୋଲ୍ପା ଜିଲ୍ଲାର ମୁଖ୍ୟ ଜିଲ୍ଲା ଅଧିକାରୀ ଜୁନୁ ଢକାଲଙ୍କ ସୂଚନା ଅନୁସାରେ, ଭାରତୀୟ ପର୍ଯ୍ୟଟକମାନେ ଶେ-ଫୋକ୍ସୁଣ୍ଡୋ ଗ୍ରାମୀଣ ପୌରପାଳିକାର ଅଷ୍ଟମ ୱାର୍ଡ ଅନ୍ତର୍ଗତ ଧୋ ଅଞ୍ଚଳକୁ ଯାଇଥିଲେ।

ସେଠାରେ ପ୍ରବଳ ତୁଷାରପାତ ହେବାରୁ ସେମାନେ ଫସି ଯାଇଛନ୍ତି।

ଉଦ୍ଧାରକାରୀ ଦଳ ଫସିଥିବା ପର୍ଯ୍ୟଟକଙ୍କୁ ଚିହ୍ନଟ କରିସାରିଛନ୍ତି।

ଖୁବ୍‌ଶୀଘ୍ର ସେନା ହେଲିକପ୍ଟର ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯିବ ବୋଲି ଅଧିକାରୀ ଆଶା ପ୍ରକାଶ କରିଛନ୍ତି।

ଫସିଥିବା ପର୍ଯ୍ୟଟକମାନେ ହେଲେ ମୌମିତା ହାଲଦାର, ପିୟାଲି କୋଲେ, ଜାଜଲା ତ୍ରିବେଦୀ କୁମାର, ଆଦିତ୍ୟ ସିଂହ, ଦିପ୍ଲିନା ବିଶ୍ୱାସ ଓ ରାଜେଶ ଦେ।

ସେମାନେ ଶନିବାର ଯାଇଥିବା ବେଳେ ପାଗ ଖରାପ ହେବା ଏବଂ ତୁଷାରପାତ ବଢ଼ିବା ଯୋଗୁଁ ଅସୁବିଧାରେ ପଡ଼ିଥିଲେ।

Advertisment ସୂଚନା ଅନୁଯାୟୀ, ସୁରକ୍ଷାକର୍ମୀ ଏବଂ ସେମାନଙ୍କ ସହ ଥିବା ନେପାଳୀ ଗାଇଡ୍‌ ପ୍ରବଳ ତୁଷାରପାତକୁ ଦୃଷ୍ଟିରେ ରଖି ସେହି ଅଞ୍ଚଳକୁ ନଯିବାକୁ ପର୍ଯ୍ୟଟକମାନଙ୍କୁ ସତର୍କ କରିଥିଲେ।

ହେଲେ ସେମାନେ ଗାଇଡ୍‌ଙ୍କୁ ଛାଡ଼ି ହ୍ରଦ ଆଡ଼କୁ ଆଗକୁ ବଢ଼ିଥିଲେ।

ଶନିବାର ସନ୍ଧ୍ୟାରେ ଗାଇଡ୍‌ ଡୋଲ୍ପା ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟକୁ ଯୋଗାଯୋଗ କରି ପର୍ଯ୍ୟଟକମାନେ ତୁଷାରପାତରେ ଫସି ଯାଇଥାଇପାରନ୍ତି ବୋଲି ଜଣାଇଥିଲେ।

ଶନିବାର ରାତିରୁ ସେମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

ଶେ-ଫୋକ୍ସୁଣ୍ଡୋ ହ୍ରଦ ସମୁଦ୍ର ପତ୍ତନଠାରୁ ପ୍ରାୟ ୩,୬୦୦ ମିଟର ଉଚ୍ଚତାରେ ଅବସ୍ଥିତ।

ଏହା ନେପାଳର ସବୁଠାରୁ ଗଭୀର ହ୍ରଦ ହୋଇଥିବା ବେଳେ ଏହାର ଗଭୀରତା ପ୍ରାୟ ୧୪୫ ମିଟର।

ଏଭଳି ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ପ୍ରବଳ ତୁଷାରପାତ ଉଦ୍ଧାର କାର୍ଯ୍ୟକୁ ଚ୍ୟାଲେଞ୍ଜପୂର୍ଣ୍ଣ କରିଛି।

ସେନା ହେଲିକପ୍ଟର ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ଆଗକୁ ବଢ଼ିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।