Major Security Operation: ବଡ଼ ଅପରେସନ, ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ

Aug 24, 2026 - 15:10
Major Security Operation: ବଡ଼ ଅପରେସନ, ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ

ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅଞ୍ଚଳରେ ପୋଲିସର ବଡ଼ ଅପରେସନ। ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରି ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଓ ବିସ୍ଫୋରକ ଜବତ କରାଯାଇଛି।

ସୂଚନା ଅନୁସାରେ, ଝାଡ଼ଖଣ୍ଡ ଓ ରାଉରକେଲା ପୋଲିସର ମିଳିତ ଟିମ୍ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଜଙ୍ଗଲ ଅଞ୍ଚଳରେ ତଲାସୀ ଅଭିଯାନ ସମୟରେ ଏକ AK-47, IED ସମେତ ବିଭିନ୍ନ ମାଓ ସାମଗ୍ରୀ ଠାବ କରାଯାଇ ଜବତ ହୋଇଛି।

ଘଟଣା ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ଜଙ୍ଗଲରେ ଆହୁରି କୌଣସି ବିସ୍ଫୋରକ କିମ୍ବା ମାଓ ସାମଗ୍ରୀ ଲୁଚାଇ ରଖାଯାଇଛି କି ନାହିଁ, ସେନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ତଲାସୀ ଜାରି ରହିଛି। ଜବତ ସାମଗ୍ରୀକୁ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ କରାଯାଉଛି।

ବିପୁଳ ମାଓ ବିସ୍ଫୋରକ ଜବତ
ଜଙ୍ଗଲରୁ ବିପୁଳ ମାଓ ବିସ୍ଫୋରକ ଜବତ
କେ ବଲାଙ୍ଗ ଥାନା ନିକଟ ଜଙ୍ଗଲରୁ ଜବତ କଲା ପୋଲିସ
ଝାଡ଼ଖଣ୍ଡ ଓ ରାଉରକେଲା ପୋଲିସର ମିଳିତ ରେଡ୍
AK-47, ଆଇଇଡି ସହ ବିପୁଳ ମାଓ ସାମଗ୍ରୀ ଜବତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।