Major Relief for Families: ଛାତ୍ରଛାତ୍ରୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁରେ ୨ ଲକ୍ଷ ଟଙ୍କା ସହାୟତା, ଆସିଲା ନୂଆ ନିର୍ଦ୍ଦେଶାବଳୀ
ଛାତ୍ରଛାତ୍ରୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ଅକ୍ଷମତା କ୍ଷେତ୍ରରେ ମିଳିବ ସହାୟତା ରାଶି। ଏନେଇ ନୂଆ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ।
ନୂଆ ନିର୍ଦ୍ଦେଶାବଳୀ ଅନୁସାରେ, ଦୁର୍ଘଟଣାରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ କିମ୍ବା ଅକ୍ଷମତା ହେଲେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯିବ। ଏହାସହ ଉଚ୍ଚତର ଚିକିତ୍ସା ପାଇଁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା ଆବଶ୍ୟକ ହେଲେ ୩୦ ହଜାର ଟଙ୍କା ସହାୟତା ମିଳିବ।
ସେହିପରି ଛାତ୍ରଛାତ୍ରୀଙ୍କ ଯାତାୟାତ ଖର୍ଚ୍ଚ ପାଇଁ ୧୦ ହଜାର ଟଙ୍କା ଯୋଗାଇ ଦିଆଯିବ। ଦୁର୍ଘଟଣାରେ ଆହତ ଛାତ୍ରଛାତ୍ରୀଙ୍କୁ ସରକାରୀ ମେଡିକାଲରେ ନିଶୁଳ୍କ ଚିକିତ୍ସା ମଧ୍ୟ ପ୍ରଦାନ କରାଯିବ।
କାହାକୁ ମିଳିବ ସହାୟତା ରାଶି?
ଅନୁକମ୍ପା ସହାୟତା ରାଶି ଛାତ୍ରଛାତ୍ରୀଙ୍କ ମା’ କିମ୍ବା ବାପାଙ୍କୁ ପ୍ରଦାନ କରାଯିବ। ଯଦି ଉଭୟ ମା’ ଓ ବାପା ନଥାନ୍ତି, ତେବେ ଜିଲ୍ଲାପାଳଙ୍କ ଦ୍ୱାରା ଚିହ୍ନଟ ଅଭିଭାବକଙ୍କୁ ସହାୟତା ରାଶି ପ୍ରଦାନ କରାଯିବ।
ସହାୟତା ରାଶି ପାଇବା ପାଇଁ ଆବଶ୍ୟକ ଅନୁମୋଦନ ପ୍ରକ୍ରିୟା ମଧ୍ୟ ନିର୍ଦ୍ଦିଷ୍ଟ କରାଯାଇଛି। ପ୍ରଧାନଶିକ୍ଷକ, ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଏବଂ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ଅନୁମୋଦନ ଜରୁରୀ ହେବ।
୨୪ ଘଣ୍ଟାରେ ମିଳିବ ସହାୟତା
ନୂଆ ବ୍ୟବସ୍ଥାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ସହାୟତା ରାଶି ପାଇଁ ଅନୁମୋଦନ ମିଳିବା ପରେ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଅନୁମୋଦନ ହେବାର ୨୪ ଘଣ୍ଟା ମଧ୍ୟରେ ଅଭିଭାବକଙ୍କୁ ସହାୟତା ରାଶି ପ୍ରଦାନ କରାଯିବ। ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ସମୟରେ ତୁରନ୍ତ ଚିକିତ୍ସା, ସ୍ଥାନାନ୍ତର ଏବଂ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ଲକ୍ଷ୍ୟରେ ଏହି ନୂଆ ନିର୍ଦ୍ଦେଶାବଳୀ ଗୁରୁତ୍ୱପୂର୍ଣ୍ଣ ହେବ।
ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ
ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ସହୟତା ରାଶିକୁ ନେଇ ନୂଆ ନିର୍ଦ୍ଦେଶାବଳୀ
ଶିଶୁ ବାଟିକାରୁ ଦ୍ୱାଦଶ ପଢୁଥିବା ଛାତ୍ରଙ୍କ ପାଇଁ ଲାଗୁ ହେବ ବ୍ୟବସ୍ଥା
ମୃତ୍ୟୁ କିମ୍ବା ଅକ୍ଷମତା କ୍ଷେତ୍ରରେ ସହାୟତା ରାଶି ମିଳିବ ୨ ଲକ୍ଷ ଟଙ୍କା
ଉଚ୍ଚତର ଚିକିତ୍ସା ଲାଗି ସ୍ଥାନାନ୍ତର ପାଇଁ ମିଳିବ ୩୦ ହଜାର ଟଙ୍କା
ଯାତାୟାତ ଖର୍ଚ୍ଚ ବାବଦକୁ ମିଳିବ ୧୦ ହଜାର ଟଙ୍କା
ସରକାରୀ ମେଡିକାଲରେ ନିଶୁଳ୍କ ଚିକିତ୍ସା ପ୍ରଦାନ କରାଯିବ
ଅନୁକମ୍ପା ସହାୟତା ରାଶି ମା' କିମ୍ବା ବାପାଙ୍କୁ ପ୍ରଦାନ କରାଯିବ
ଉଭୟ ନଥିଲେ ଜିଲ୍ଲାପାଳଙ୍କ ଦ୍ୱାରା ଚିହ୍ନଟ ଅଭିଭାବକଙ୍କୁ ମିଳିବ ସହାୟତା
ସହାୟତା ରାଶି ପାଇଁ ପ୍ରଧାନଶିକ୍ଷକ, ଜିଲ୍ଲାପାଳ, ଡିଇଓ, ବିଇଓଙ୍କ ଅନୁମୋଦନ ଜରୁରୀ
ଅନୁମୋଦନର ୨୪ ଘଣ୍ଟା ମଧ୍ୟରେ ଅଭିଭାବକଙ୍କୁ ମିଳିବ ସହାୟତା ରାଶି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।