Major storm: ମହାବାତ୍ୟା ପରେ ଘାଇ ବାନ୍ଧିବା, ଗମାଙ୍ଗଙ୍କୁ ସାଟେଲାଇଟ୍‌ ଫୋନ୍ ଦେବାର ସ୍ମୃତି ଅଭୁଲା: ଶୋକିନ୍ ଚୌହାନ୍

Aug 23, 2026 - 06:41
Major storm: ମହାବାତ୍ୟା ପରେ ଘାଇ ବାନ୍ଧିବା, ଗମାଙ୍ଗଙ୍କୁ ସାଟେଲାଇଟ୍‌ ଫୋନ୍ ଦେବାର ସ୍ମୃତି ଅଭୁଲା: ଶୋକିନ୍ ଚୌହାନ୍

"ଲେଫ୍ଟ୍‌ନାଣ୍ଟ୍‌ ଜେନେରାଲ୍ ଶୋକିନ୍ ଚୌହାନ୍ (ଅବସରପ୍ରାପ୍ତ) ଭାରତୀୟ ସ୍ଥଳସେନାର ଜଣେ ଦକ୍ଷ ରଣନୀତି ବିଶେଷଜ୍ଞ।

ଜଣେ ଅଭିଜ୍ଞ ଜାତୀୟ ସୁରକ୍ଷା ବ୍ୟାପାର ବିଶେଷଜ୍ଞ ତଥା ପ୍ରତିରକ୍ଷା କୌଶଳ ବିଶେଷଜ୍ଞ ଭାବେ ସେ ବେଶ୍‌ ଜଣାଶୁଣା।

ଉତ୍ତର-ପୂର୍ବ ରାଜ୍ୟସମୂହ ତଥା ଜମ୍ମୁ ଓ କାଶ୍ମୀରରେ ଅନେକ ଆତଙ୍କବାଦ ନିରୋଧୀ ଅଭିଯାନର ନେତୃତ୍ୱ, ସୀମାରେ ସୈନ୍ୟ ପରିଚାଳନା ଏବଂ ଭାରତ-ନେପାଳ ସମ୍ପର୍କ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ସୁପରିଚିତ।

ଲେଫ୍ଟ୍‌ନାଣ୍ଟ୍‌ ଜେନେରାଲ୍ ଚୌହାନ୍‌ଙ୍କର ଆସାମ ରାଇଫଲ୍‌ସ୍‌ର ମହାନିର୍ଦ୍ଦେଶକ ଭାବେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି।

ସିଆଚେନ୍‌ରେ "ଅପରେସନ୍‌ ‌େମଘଦୂତ"ର ସଫଳ ନେତୃତ୍ୱ ତାଙ୍କୁ ବିଶେଷ ସୁଖ୍ୟାତି ଆଣିଦେଇଥିଲା।

ସେହିପରି ୧୯୯୯ ମହାବାତ୍ୟାରେ ଭାରତୀୟ ସେନା ପକ୍ଷରୁ ଓଡ଼ିଶାରେ କରାଯାଇଥିବା ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟର ନେତୃତ୍ବ ସେ ନେଇଥିଲେ।

ଲେଫ୍ଟ୍‌ନାଣ୍ଟ୍‌ ଜେନେରାଲ୍ ଚୌହାନ୍ ପ୍ରତିରକ୍ଷା ଓ କୌଶଳଗତ ଅଧ୍ୟୟନ ଏବଂ ଆନ୍ତର୍ଜାତିକ ସମ୍ପର୍କ ଉପରେ ଗବେଷଣା କରି ଡକ୍ଟରେଟ୍‌ ଉପାଧି ଅର୍ଜନ କରିଛନ୍ତି। "ଦ ଜିହାଦ୍‌-ଟେକ୍ କମ୍ପ୍ଲେକ୍ସ" ଓ "ବ୍ରିଜିଂ ବର୍ଡର୍ସ" ଭଳି ବହୁଚର୍ଚ୍ଚିତ ପୁସ୍ତକ ମଧ୍ୟ ସେ ରଚନା କରିଛନ୍ତି।

୨୦୦୪ରୁ ୨୦୦୭ ମଧ୍ୟରେ ସେ ନେପାଳରେ ଭାରତର ପ୍ରତିରକ୍ଷା ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ।

ଏହାଛଡ଼ା, ନାଗାଲାଣ୍ଡ୍‌  ଅସ୍ତ୍ରବିରତି ନିରୀକ୍ଷଣ ଗୋଷ୍ଠୀର ଅଧ୍ୟକ୍ଷ ଭାବେ ମଧ୍ୟ ସେ ଦାୟିତ୍ୱ ନିର୍ବାହ କରିଥିଲେ।

ଓଡ଼ିଶାର ମହାବାତ୍ୟାକୁ ନେଇ ତାଙ୍କର ଅଭୁଲା ସ୍ମୃତି, ପାକିସ୍ତାନର ମହିଳା ଆତଙ୍କବାଦୀ ଗୋଷ୍ଠୀ, ମଣିପୁର ହିଂସା, ସିଆଚେନ୍ ମିସନ୍‌ର ଅନୁଭୂତି ଆଦି ଘଟଣା ସବୁକୁ ନେଇ ଲେଫ୍ଟ୍‌ନାଣ୍ଟ୍‌ ଜେନେରାଲ୍ ଶୋକିନ୍ ଚୌହାନ୍‌ଙ୍କ ସହିତ ଆଲୋଚନା କରିଛି "ରବିବାର ସମ୍ବାଦ"।Advertisment Education: "ଏନ୍‌ପିସିଆଇଏଲ୍"ରେ ଓଡ଼ିଶାର ଯୁବ ବୈଜ୍ଞାନିକ ଚର୍ଚ୍ଚିତଙ୍କ ଯୋଗଦାନ ପାକିସ୍ତାନର ନୂଆ ମହିଳା ଆତଙ୍କବାଦୀ ଗୋଷ୍ଠୀ ଏବଂ ସେମାନଙ୍କର ନୂତନ ଜିହାଦୀ ଧାର୍ମିକ ଅନ୍‌ଲାଇନ୍‌ ପାଠ୍ୟକ୍ରମ ବହୁ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି।

ଏ ନେଇ ଆପଣଙ୍କ ମତ କ"ଣ?ପାକିସ୍ତାନର ମହିଳା ଆତଙ୍କବାଦୀ ବିଗ୍ରେଡ୍ ସବୁଠାରୁ ବିପଜ୍ଜନକ।

କାରଣ ମହିଳାମାନେ ସୁରକ୍ଷାକର୍ମୀଙ୍କ ଆଖିକୁ ଚକମା ଦେଇ ଖସିଯିବାରେ ଅଧିକ ସଫଳ ହୁଅନ୍ତି।

ପାକିସ୍ତାନର ମହିଳା ଆତଙ୍କବାଦୀ ବିଗ୍ରେଡ୍ ଜାପାନ୍-ଉଲ୍-ମୋସିନାତ୍ ବର୍ତ୍ତମାନ ଏହି ଆତଙ୍କୀ ମହିଳା ବିଗ୍ରେଡ୍‌କୁ ପରିଚାଳନା କରୁଛି।

ସେମାନଙ୍କ ପରିଚାଳିତ ଅନଲାଇନ୍‌ ଜିହାଦୀ ପାଠ୍ୟକ୍ରମର ନାମ ତୁଫତ୍-ଅଲ୍-ମୋମିନାତ୍।

ଜୈଶ୍‌-ଏ-ମହମ୍ମଦ ସଂଗଠନର ମୁଖ୍ୟ ମାସୁଦ୍‌ ଆଝାର ଭଉଣୀ ପ୍ରାଦିଆ ଓ ସୁମାଲରା ଏହାର ମୁଖ୍ୟ ରହିଛନ୍ତି।

ସୁମାଲରା-ଜମାଦ୍-ଉଲ୍-ମୋମିନାତ୍ ମହିଳା ଆତଙ୍କୀ ସଂଗଠନର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି।

ଏହା ନାମକୁ ମାତ୍ର ଧାର୍ମିକ ପାଠ୍ୟକ୍ରମ ଚଳାଉଛି, ବାସ୍ତବରେ ପାଠ ଆଢୁଆଳରେ ଆତଙ୍କବାଦୀଙ୍କୁ ତାଲିମ ଦିଆଯାଉଛି। "ଅପରେସନ୍‌ ସିନ୍ଦୂର୍‌" ସମୟରେ ଜୈଶ୍‌-ଏ-ମହମ୍ମଦ୍‌ ଆତଙ୍କବାଦୀ ସଂଗଠନର ବ୍ୟାପକ ଧ୍ବଂସ ସାଧନ ପରେ ସେମାନେ ବର୍ତ୍ତମାନ ଅତ୍ୟନ୍ତ କଠିନ ସମୟ ଦେଇ ଗତି କରୁଛନ୍ତି।

ଏଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆତଙ୍କୀ ସଂଗଠନ ଲାଗି ଅର୍ଥ ସଂଗ୍ରହ କରୁଛନ୍ତି।

ଏହି ଜିହାଦୀ ମହିଳା ଗୋଷ୍ଠୀ ଆମ ପାଇଁ ସବୁଠାରୁ ବଡ଼ ଆହ୍ବାନ।

ସେମାନଙ୍କ ପ୍ରତି ସତର୍କ ରହିବା ଜରୁରି।

ଆଗାମୀ ଦିନରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କୀ ଆକ୍ରମଣ ହେବାର ଆଶଙ୍କା ରହିଛି?ବର୍ତ୍ତମାନ ଯେଉଁଭଳି ଭାବରେ ଆତଙ୍କୀ ସଂଗଠନମାନେ ସାଇବର୍ ଅାକ୍ରମଣ ତାଲିମ ନେଉଛନ୍ତି ଏବଂ ପାକିସ୍ତାନୀ ସେନାବାହିନୀ ସେମାନଙ୍କୁ ସମର୍ଥନ ଯୋଗାଇ ଦେଉଛି, ଏହା ଆଗାମୀ ଦିନରେ ବଡ଼ ବିପଦ ଭାବେ ଉଭାହେବ।

ଭବିଷ୍ୟତରେ ଜିହାଦୀ ଗୋଷ୍ଠୀଗୁଡ଼ିକ ଆମର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଓ ବୈଷୟିକ ଜ୍ଞାନକୌଶଳ ଭିତ୍ତିଭୂମି ଉପରେ ଭୟଙ୍କର ଆକ୍ରମଣ କରିପାରନ୍ତି।

ଏହାର ମୁକାବିଲା କରିବାକୁ ଆମେ ଆଜିଠାରୁ ପ୍ରସ୍ତୁତ ହେବା ଦରକାର।

ଚୀନ୍ ଓ ପାକିସ୍ତାନ ମିଳିତ ଭାବେ ଯଦି ଭାରତ ଉପରେ ଆକ୍ରମଣ କରନ୍ତି, ତେବେ ଆମେ ଏହାର ମୁକାବିଲା କରିପାରିବା?ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତର ସାମରିକ ସାମର୍ଥ୍ୟ ସଂପୂର୍ଣ୍ଣ ବଦଳି ଯାଇଛି।

ଭାରତ ଏକ ମହାଶକ୍ତିରେ ପରିଣତ ହୋଇଛି, ଏହା ଚୀନ୍ ବୁଝିସାରିଛି।

ଆମେ ଉତ୍ତର-ପୂର୍ବ ହିମାଳୟ ସୀମାରେଖାକୁ ଆମ ଅକ୍ତିଆରରେ ରଖିଛୁ।

ଯେକୌଣସି ସାମରିକ ଆହ୍ବାନର ମୁକାବିଲା ପାଇଁ ଆମେ ସମର୍ଥ।

ଏପରି କୌଣସି ସ୍ଥାନ ନାହିଁ, ଯେଉଁ ବାଟେ ଚୀନ୍ ସେନାବାହିନୀ ଭାରତ ସୀମାରେଖାକୁ ପ୍ରବେଶ କରି ଆକ୍ରମଣ କରିବ।

ଅାକାଶ ମାର୍ଗରେ ଏବଂ ସମୁଦ୍ର ପଥରେ ଚୀନ୍ ଭାରତ ଉପରେ ଆକ୍ରମଣ କରିବାକୁ ସାହସ ଜୁଟାଇ ପାରିବନାହିଁ।

ଏହା ଚୀନ୍ ଭଲଭାବେ ଜାଣିଛି।

ପାକିସ୍ତାନ କଥା ନ କହିବା ଭଲ।

ତେଣୁ ଚୀନ୍ ପାକିସ୍ତାନ ସହ ମିଶି କେବେହେଲେ ଭାରତ ଉପରେ ଆକ୍ରମଣ କରିବନାହିଁ।

ମୁଁ ୨୦୦୯ରେ ଚୀନ୍ ସେନାର ଲଲ୍‌କାର୍‌ ଶୁଣିଥିଲି।

ମୁଁ ତାଙ୍କ କମାଣ୍ଡାଣ୍ଟ୍‌ଙ୍କୁ କହିଥିଲି, “ଆପଣ ଓ ମୁଁ ବହୁ ଦୂରରୁ ଆସି ପରସ୍ପର ସହିତ ଆଲୋଚନା କରିବା ପାଇଁ ଏକାଠି ହୋଇଛେ।

ଯଦି ଆପଣ ଯୁଦ୍ଧ କରିବାକୁ ଚାହୁଛନ୍ତି ମୁଁ ସଂପୂର୍ଣ୍ଣ ପ୍ରସ୍ତୁତ। "" ସେଦିନ ଚୀନ୍ ସେନା ଭାରତର ଶକ୍ତିକୁ ଆକଳନ କରିଥିଲା।

Land patta distribution: "ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ"ରେ ୬୫ଜଣଙ୍କୁ ଜମିପଟ୍ଟା ବଣ୍ଟନ ଆପଣଙ୍କ ଜୀବନର ସବୁଠାରୁ କଠିନ ନିଷ୍ପତ୍ତି କେଉଁ ପରିସ୍ଥିତିରେ ନେଇଥିଲେ?

ଆପଣ ସାମ୍ନା କରିଥିବା ସବୁଠାରୁ ବିପଜ୍ଜନକ ମିସନ୍ କ"ଣ ଥିଲା?୧୯୮୪ ଜୁନ୍‌ରେ କରାଯାଇଥିବା ସିଆଚେନ୍ ମିସନ୍ "ଅପରେସନ୍‌ ମେଘଦୂତ" ମୋ ପାଇଁ ସବୁଠାରୁ ବିପଜ୍ଜନକ ସାମରିକ ଅଭିଯାନ ଥିଲା।

କିଛି ବୁଝିବା ଏବଂ ଜାଣିବା ପାଇଁ ମୋ ପାଖରେ ସାମାନ୍ୟତମ ସୁଯୋଗ ନଥିଲା।

ସେନା ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇ ତତ୍କାଳ ସିଆଚେନ୍‌ରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଗଲା।

ସିଆଚେନ୍ ହିମବାହ ପୃଥିବୀର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ଭାବେ ପରିଚିତ।

ସେଠାରେ ଅବସ୍ଥିତ ସାମରିକ ଘାଟି ସମୁଦ୍ର ପତନଠାରୁ ପ୍ରାୟ ୧୮,୦୦୦ ଫୁଟ୍‌ରୁ ୨୧,୦୦୦ ଫୁଟ୍‌ରୁ ଅଧିକ ଉଚ୍ଚତାରେ ଅବସ୍ଥିତ।

ଅପରେସନ୍‌ ମେଘଦୂତ ସାମରିକ ଅଭିଯାନ ପରିଚାଳନା କରିବା ପାଇଁ ମୁଁ ସର୍ବପ୍ରଥମେ ଦାୟିତ୍ୱ ନେଇଥିଲି।

ସେହି ସମୟରେ ପାକିସ୍ତାନ ଆକ୍ରମଣ ଷଡ୍‌ଯନ୍ତ୍ର ରଚିଥିଲା।

ଗୋଙ୍ଗଲା, ବେଲଖଣ୍ଡାଲା, ସିୟାହା ଓ ଇନ୍ଦରାକଲ୍ ହିମବାହର ସର୍ବାଧିକ ଉଚ୍ଚତାରେ ଥିବା ଶେଷ ଘାଟିରେ ମୋର ସାମରିକ ଅଭିଯାନ ଆରମ୍ଭ ହେଲା।

ଭାରତୀୟ ଘାଟିକୁ ସୁରକ୍ଷିତ ରଖିବା ପାଇଁ ମୁଁ ସେଠାରେ ପହଞ୍ଚିବା ପରେ ଜୀବନମରଣର ଦୋ"ଛକିରେ ଛିଡ଼ା ହୋଇ ସେଠାରୁ ତଳକୁ ନ ଫେରିବାର ଦୃଢ଼ ନିଷ୍ପତ୍ତି ନେଇଥିଲି।

ପାକିସ୍ତାନର ଷଡ୍‌ଯନ୍ତ୍ରକୁ ବିଫଳ କରି ଆମେ ସମ୍ପୂର୍ଣ୍ଣ ବିଜୟ ହାସଲ କରିଥିଲୁ।

ଦିନେ ହଠାତ୍ ମୁଁ ଦେଖିଲି, ମୋର ଜଣେ ସୁବେଦାର କାନ୍ଦୁଛନ୍ତି।

ତାଙ୍କର ଦୁଃଖ ଓ ଆବେଗକୁ ମୁଁ ଅନୁଭବ କରିଥିଲି।

ମୁଁ ତତ୍‌କ୍ଷଣାତ ତାଙ୍କୁ ଛୁଟିଦେଇ ଘରକୁ ଯିବାକୁ କଠୋର ନିର୍ଦ୍ଦେଶ ଦେଇଥିଲି।

ଏହା ମୋ ଜୀବନର ସବୁଠାରୁ କଠୋର ନିଷ୍ପତ୍ତିର ସମୟ ଥିଲା।

ଉତ୍ତର-ପୂର୍ବ ରାଜ୍ୟସମୂହରେ ହିଂସା ଓ ଗୋଷ୍ଠୀ ସଂଘର୍ଷ ଦମନ କରି ଶାନ୍ତି ସ୍ଥାପନ କ୍ଷେତ୍ରରେ ଆପଣଙ୍କର ଦଶନ୍ଧି ଦଶନ୍ଧିର ଅଭିଜ୍ଞତା ରହିଛି।

ଏସବୁ ସତ୍ତ୍ବେ ଆଜି ବି ମଣିପୁରରେ ହିଂସା ବଳବତ୍ତର ରହିଛି।

ହଜାର ହଜାର ଲୋକଙ୍କ ଜୀବନ ନେଇଥିବା ଏହି ହିଂସାର ଅନ୍ତ କାହିଁକି ହେଉନାହିଁ?ଦେଖନ୍ତୁ, ମଣିପୁର ହିଂସାର ଏକ ଦୀର୍ଘ ଇତିହାସ ରହିଛି।

ବ୍ରିଟିସ୍ ଶାସନ ସମୟରୁ ଏହା ଜାରି ରହିଛି।

ମଣିପୁର ହିଂସା ମୂଳରେ ଜନଜାତିମାନଙ୍କ ମଧ୍ୟରେ ଦୀର୍ଘଦିନର ଐତିହାସିକ ବିବାଦ ଓ ଅବିଶ୍ୱାସ ରହିଛି।

ସେଠାକାର ବିଭିନ୍ନ ଜନଜାତି ଓ ସମ୍ପ୍ରଦାୟ ପରସ୍ପରକୁ ବିଶ୍ୱାସ କରନ୍ତି ନାହିଁ।

ପିଢ଼ି ପରେ ପିଢ଼ି ଏହି ଅବିଶ୍ୱାସ ଗଡ଼ିଚାଲିଛି, ଯାହା ପରସ୍ପର ମଧ୍ୟରେ ଥିବା ବିଭାଜନକୁ ଆହୁରି ଗଭୀର କରିଛି।

ସେମାନେ ପରସ୍ପରକୁ ଖୁବ୍‌ ସନ୍ଦେହ କରନ୍ତି।

ଉଭୟ ସମ୍ପ୍ରଦାୟ ପୃଥକ୍‌ ପୃଥକ୍‌ ଅଞ୍ଚଳରେ ବସବାସ କରୁଛନ୍ତି।

ମେଇତେଇମାନେ ପ୍ରଭାବଶାଳୀ ସମ୍ପ୍ରଦାୟ ହୋଇଥିବାରୁ କୁକି ସମ୍ପ୍ରଦାୟଙ୍କ ମନରେ ଧାରଣା ସୃଷ୍ଟି ହୋଇଛି କି ସେମାନଙ୍କୁ ଧୀରେ ଧୀରେ ନିଜ ଅଞ୍ଚଳରୁ ବିସ୍ଥାପିତ କରାଯାଉଛି।

ଉଭୟ ସମ୍ପ୍ରଦାୟର ଲୋକମାନେ ଏକାଠି ବସି ଏହି ହିଂସାର ଅବସାନ ଘଟାଇବାକୁ ସଂକଳ୍ପ ନନେବା ପର୍ଯ୍ୟନ୍ତ ଏହି ସଂଘର୍ଷ ଶେଷ ହେବା କଷ୍ଟକର।

ସାଧାରଣତଃ ରାଜନୈତିକ ପରିବର୍ତ୍ତନର ନେତୃତ୍ୱ ଯୁବପିଢ଼ି ନେଇଥାଏ।

କିନ୍ତୁ ମଣିପୁରରେ ମେଇତେଇ ଓ କୁକି ଯୁବକମାନେ ପରସ୍ପର ବିରୋଧରେ ସଂଘର୍ଷରେ ଲିପ୍ତ ଥିବାରୁ ଶାନ୍ତି ପ୍ରତିଷ୍ଠାର ସମ୍ଭାବନା କ୍ଷୀଣ ଦେଖାଯାଉଛି।

ଓଡ଼ିଶାରେ ୧୯୯୯ ମସିହାରେ ହୋଇଥିବା ମହାବାତ୍ୟାରେ ଆପଣ ସେନାର ଯବାନମାନଙ୍କୁ ନେଇ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ପରିଚାଳନା କରିଥିଲେ।

କିପରି ରହିଥିଲା ଆପଣଙ୍କ ମିସନ୍‌ ମହାବାତ୍ୟାର ଅଭିଜ୍ଞତା?ତାହା ହେଉଛି ମୋ ଜୀବନର ସବୁଠାରୁ ଦୁଃଖଦ ତଥା ଅଭୁଲା ସ୍ମୃତି।

ମୁଁ ସେତେବେଳେ ପଶ୍ଚିମବଙ୍ଗସ୍ଥିତ ବାରାକପୁରଠାରେ କମାଣ୍ଡିଙ୍ଗ ଅଫିସର୍‌ ଭାବରେ ଅବସ୍ଥାପିତ ଥିଲି।

ମୋତେ ଗୋଟିଏ ସାଟେଲାଇଟ୍‌ ଫୋନ୍‌ ଧରାଇ କୁହାଗଲା, ବିପର୍ଯ୍ୟୟ ପରିଚାଳନା ଓ ଯୋଗାଯୋଗ ପାଇଁ ଏହାକୁ ତୁରନ୍ତ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗଙ୍କୁ ହସ୍ତାନ୍ତର କର।

ପାଖାପାଖି ୪୦୦ ଯବାନଙ୍କୁ ନେଇ ମୁଁ ଓଡ଼ିଶା ଆସିଲି।

ବହୁ କଷ୍ଟରେ ବାଲେଶ୍ୱର ପହଞ୍ଚିଲି ଏବଂ ସେତେବେଳେ ଅଶ୍ବିନୀ ବୈଷ୍ଣବ ଜିଲ୍ଲାପାଳ ଥିଲେ।

ଗୋଟିଏ ବଡ଼ ଘାଇ ହୋଇ ବାଲେଶ୍ୱର ସହରକୁ ପାଣି ପଶିବା ଆରମ୍ଭ ହୋଇଯାଇଥିଲା।

ଯବାନଙ୍କ ସହିତ ମୁଁ ପିଠିରେ ବାଲି ବସ୍ତା ବୋହି ଘାଇ ବନ୍ଦ କରିବାକୁ ଚେଷ୍ଟା କରି ସଫଳ ହୋଇଥିଲି।

ଏହାପରେ ଭଦ୍ରକ ଅଭିମୁଖେ ଯାତ୍ରା ଆରମ୍ଭ କରିବା ବେଳେ ରାସ୍ତାରେ ମଧ୍ୟ ଗୋଟିଏ ଘାଇ ହୋଇଥିଲା ସେ ଘାଇକୁ ବନ୍ଦ କରି ସେଠାରେ ଉଦ୍ଧାର କାର୍ଯ୍ୟ କରି ବହୁ କଷ୍ଟରେ ରାସ୍ତା ସଫା କରି କରି ଭୁବନେଶ୍ୱରରେ ପହଞ୍ଚି ସେହି ଫୋନ୍‌ଟିକୁ ଗମାଙ୍ଗଙ୍କୁ ଦେଇଥିଲୁ।

ସେ ବାଲେଶ୍ୱର କଥା ଶୁଣି ଆମକୁ ବହୁତ ସାଧୁବାଦ ଜଣାଇଥିଲେ।

ଏହାପରେ ଆମେ ଏରସମା ଓ ଚାନ୍ଦବାଲି ଭଳି ବିଭିନ୍ନ ସ୍ଥାନରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ପରିଚାଳନା କରିଥିଲୁ।

ସେସବୁର ଅନେକ ସ୍ମୃତି ଓ ଅନୁଭୂତିକୁ ନେଇ ମୁଁ ଅନେକ ଲେଖା ଲେଖିଛି।

Land patta distribution: "ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ"ରେ ୬୫ଜଣଙ୍କୁ ଜମିପଟ୍ଟା ବଣ୍ଟନ ମୁଁ ୨୦୦୯ରେ ଚୀନ୍ ସେନାର ଲଲ୍‌କାର୍‌ ଶୁଣିଥିଲି।

ମୁଁ ତାଙ୍କ କମାଣ୍ଡାଣ୍ଟ୍‌ଙ୍କୁ କହିଥିଲି, “ଆପଣ ଓ ମୁଁ ବହୁ ଦୂରରୁ ଆସି ପରସ୍ପର ସହିତ ଆଲୋଚନା କରିବା ପାଇଁ ଏକାଠି ହୋଇଛେ।

ଯଦି ଆପଣ ଯୁଦ୍ଧ କରିବାକୁ ଚାହୁଛନ୍ତି ମୁଁ ସଂପୂର୍ଣ୍ଣ ପ୍ରସ୍ତୁତ।"" ସେଦିନ ଚୀନ୍ ସେନା ଭାରତର ଶକ୍ତିକୁ ଆକଳନ କରିଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।