Kuntala Kumari Sawat: ତିରୋଧାନ ତାରିଖ: କୁନ୍ତଳା କୁମାରୀ ସାବତ

Aug 23, 2026 - 06:41
Kuntala Kumari Sawat: ତିରୋଧାନ ତାରିଖ: କୁନ୍ତଳା କୁମାରୀ ସାବତ

""ଉତ୍କଳ ଭାରତୀ" ନାମରେ ସାରା ରାଜ୍ୟରେ ପରିଚିତ କୁନ୍ତଳା କୁମାରୀ ସାବତ ଥିଲେ କବି, ଔପନ୍ୟାସିକା ଓ ସମ୍ପାଦକ।

ସେ ମଧ୍ୟ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର।

ସମାଜ ସଂସ୍କାର ଓ ସ୍ବାଧୀନତା ଆନ୍ଦୋଳନରେ ବି ତାଙ୍କର ଅନେକ ଅବଦାନ ରହିଛି।

୧୯୦୧ ମସିହା ଫେବ୍ରୁଆରି ୮ରେ ତତ୍କାଳୀନ ବସ୍ତର ରାଜ୍ୟର ଜଗଦଲପୁରଠାରେ ଜନ୍ମଗ୍ରହଣ କରିଥିବା କୁନ୍ତଳା କୁମାରୀଙ୍କ ପରିବାର ଥିଲେ ପୁରୀ ଜିଲ୍ଲା ଦାଣ୍ଡମୁକୁନ୍ଦପୁରର ମୂଳ ବାସିନ୍ଦା।

ତାଙ୍କ ବାପା ଥିଲେ ଡାକ୍ତର ଦାନିଏଲ୍‌ ସାବତ ଓ ମା" ମନିକା ସାବତ।

ପ୍ରାୟ ଏକ ବର୍ଷର ହୋଇଥିବାବେଳେ ପରିବାର ସହ କୁନ୍ତଳା କୁମାରୀ ବର୍ମା (ବର୍ତ୍ତମାନର ମ୍ୟାମାର୍‌) ଯାଇ ପ୍ରାୟ ୧୪ ବର୍ଷ ବୟସରେ ମା"ଙ୍କ ସହ ଓଡ଼ିଶା ଫେରି ଆସିଥିଲେ।

ସେତେବେଳେ ନାରୀଶିକ୍ଷାର ପ୍ରଚଳନ ନଥିଲା।Advertisment Meeting: ପଶ୍ଚିମବଙ୍ଗ ପାହାଡ଼ିଆ ଅଞ୍ଚଳର ସମସ୍ୟା, ସ୍ଥାୟୀ ରାଜନୈତିକ ସମାଧାନ ନେଇ ଆଲୋଚନା ମା"ଙ୍କ ପ୍ରେରଣାରେ କୁନ୍ତଳା କୁମାରୀ ପ୍ରଥମେ ରେଭେନ୍ସା ବାଳିକା ହାଇସ୍କୁଲ୍‌ ଓ ପରେ ଓଡ଼ିଶା ମେଡିକାଲ୍‌ ସ୍କୁଲ୍‌ (ବର୍ତ୍ତମାନର ଏସ୍‌ସିବି)ରେ ଅଧ୍ୟୟନ କରିଥିଲେ।

ଡିଗ୍ରି ହାସଲ ପରେ ସେ ଡାକ୍ତରୀ ବୃତ୍ତିକୁ ଆପଣେଇ ନେଇଥିଲେ।

ତେବେ କବି ଓ ଲେଖିକା ଭାବେ ତାଙ୍କର ବିଶେଷ ପରିଚିତି ରହିଥିଲା।

ସେ ଅଞ୍ଜଳି, ଉଚ୍ଛ୍ବାସ, ଅର୍ଚ୍ଚନା, ଆହ୍ବାନ ଓ ଓଡ଼ିଆଙ୍କ କାନ୍ଦଣା ଭଳି କବିତା ସଙ୍କଳନ ଏବଂ ନଅତୁଣ୍ଡୀ, କାଳିବୋହୂ ଓ ପରଶମଣି ଭଳି ଅନେକ ଉପନ୍ୟାସ ବ୍ୟତୀତ ଆହୁରି ଅନେକ ପୁସ୍ତକ ରଚନା କରିଥିଲେ।

୨୩ ଅଗଷ୍ଟ ୧୯୩୮ରେ ତାଙ୍କର ଦେହାନ୍ତ ହୋଇଥିଲା।

ଶ୍ରାଦ୍ଧ ଦିବସ ଅବସରରେ ଉତ୍କଳ ଭାରତୀ କୁନ୍ତଳା କୁମାରୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି!

Trump imposes: କାନାଡା ଉପରେ ୫୦% ଶୁଳ୍କ ଲଗାଇଲେ ଟ୍ରମ୍ପ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।