Major Update on Missing Couple: ନିଖୋଜ ଦମ୍ପତିଙ୍କୁ ନେଇ ବଡ଼ ଅପଡେଟ୍, ଜଳ ପ୍ରଳୟ ପୂର୍ବରୁ ଛାଡି ସାରିଥିଲେ ଇମିଗ୍ରେସନ୍ ସେଣ୍ଟର

Aug 29, 2026 - 16:22
Major Update on Missing Couple: ନିଖୋଜ ଦମ୍ପତିଙ୍କୁ ନେଇ ବଡ଼ ଅପଡେଟ୍, ଜଳ ପ୍ରଳୟ ପୂର୍ବରୁ ଛାଡି ସାରିଥିଲେ ଇମିଗ୍ରେସନ୍ ସେଣ୍ଟର

ଖୋର୍ଦ୍ଧାର ନିଖୋଜ ଦମ୍ପତିଙ୍କୁ ନେଇ ବଡ଼ ଅପଡେଟ୍। ନେପାଳରେ ଜଳ ପ୍ରଳୟ ପୂର୍ବରୁ ଇମିଗ୍ରେସନ୍ ସେଣ୍ଟର ଛାଡ଼ି ସାରିଥିଲେ ଖୋର୍ଦ୍ଧାର ନିଖୋଜ ଦମ୍ପତି। ପଶୁପତିନାଥ ମନ୍ଦିର ଦର୍ଶନ ସାରି ପୁଅ ଏବଂ ଶାଳୀଙ୍କୁ ଓଡ଼ିଶା ପଠାଇ ଦେଇଥିଲେ। ଏହାପରେ ଚୀନ୍ ବର୍ଡର ଅଭିମୁଖେ କୈଳାଶ ମାନସରୋବର ଯାଇଥିଲେ ଦମ୍ପତି । ସେବେଠୁ ତାଙ୍କ ପତ୍ତା ମିଳୁନାହିଁ ।

ନିଖୋଜ ପୂର୍ବରୁ ଆସିଛି ଶେଷ ଭିଜୁଆଲ । ପୁଅ ସହ ପୂଜାର୍ଚ୍ଚନା କରୁଥିବାର ଭିଡିଓ ସାମ୍ନାକୁ ଆସିଛି। ଅଷ୍ଟ୍ରେଲିଆରେ ରହୁଥିବା ଖୋର୍ଦ୍ଧାର ଦମ୍ପତି ସନ୍ଦୀପ ମହାପାତ୍ର ଓ ସିଦ୍ଧାର୍ଥୀ କୁମାରୀ ସାହୁ ଗତ ୨୨ ତାରିଖରେ ନେପାଳ ଯାଇଥିଲେ। ସେଦିନ ହିଁ ପରିବାର ଲୋକଙ୍କ ସହ ଯାହା ଶେଷଥର ପାଇଁ କଥା ହୋଇଥିଲେ। 

ଖୋର୍ଦ୍ଧାର ନିଖୋଜ ଦମ୍ପତିଙ୍କୁ ନେଇ ବଡ଼ ଅପଡେଟ୍
ଜଳ ପ୍ରଳୟ ପୂର୍ବରୁ ଇମିଗ୍ରେସନ୍ ସେଣ୍ଟର ଛାଡି ସାରିଥିଲେ ଦମ୍ପତି
ନିଖୋଜ ପୂର୍ବରୁ ପଶୁପତିନାଥ ମନ୍ଦିରରେ ପୂଜାର୍ଚ୍ଚନାର ଭିଡିଓ
ପୁଅ ସହ ଥିଲେ ଦମ୍ପତି ସନ୍ଦୀପ ମହାପାତ୍ର ଓ ସିଦ୍ଧାର୍ଥୀ କୁମାରୀ ସାହୁ
ପଶୁପତିନାଥ ମନ୍ଦିର ଦର୍ଶନ ପରେ ପୁଅକୁ ଓଡ଼ିଶା ପଠାଇ ଦେଇଥିଲେ 
ଖୋର୍ଦ୍ଧା ଦମ୍ପତି ସନ୍ଦୀପ ମହାପାତ୍ର ଓ ସିଦ୍ଧାର୍ଥୀ କୁମାରୀ ସାହୁଙ୍କ ମିଳୁନି ପତ୍ତା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।