Emraan Hashmi Reportedly Tests Positive: ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ଇମ୍ରାନ ହାଶମୀ; ଡାକ୍ତର କହିଲେ…

Aug 29, 2026 - 16:22
Emraan Hashmi Reportedly Tests Positive: ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ଇମ୍ରାନ ହାଶମୀ; ଡାକ୍ତର କହିଲେ…

ଅଭିନେତା ଇମ୍ରାନ ହାଶମୀଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ଅନୁସାରେ, ଇମ୍ରାନ ହାଶମୀ ସ୍ୱାଇନ୍ ଫ୍ଲୁ (H1N1)ରେ ସଂକ୍ରମିତ ହୋଇଛନ୍ତି। ତାଙ୍କ H1N1 ଟେଷ୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ଏହି ଖବର ତାଙ୍କ ନୂଆ ଫିଲ୍ମ ‘ଆୱାରାପନ୍ ୨’ର ସଫଳତା ମଧ୍ୟରେ ଆସିଛି।

କାହିଁକି ହେଲା ସ୍ୱାସ୍ଥ୍ୟ ଖରାପ

ରିପୋର୍ଟ ଅନୁସାରେ, ଇମ୍ରାନ ହାଶମୀ ନିକଟରେ ଶୁଟିଂ କାମରେ ଲଗାତାର ଯାତାୟାତ କରୁଥିଲେ। ଏହି ଯାତ୍ରା ମଧ୍ୟରେ ତାଙ୍କର ରାଞ୍ଚି ଗସ୍ତ ମଧ୍ୟ ସାମିଲ ଥିଲା। ରାଞ୍ଚିରୁ ଫେରିବା ପରେ ସେ କିଛି ଦିନ ଧରି ଅସୁସ୍ଥ ଅନୁଭବ କରୁଥିଲେ। ଏହାପରେ ଡାକ୍ତରଙ୍କ ପରାମର୍ଶରେ ତାଙ୍କର H1N1 ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜିଟିଭ୍ ଆସିବା ପରେ ଇମ୍ରାନଙ୍କୁ ବିଶ୍ରାମ ନେବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।

ଡାକ୍ତରଙ୍କ ପରାମର୍ଶରେ ନେଉଛନ୍ତି ବିଶ୍ରାମ

H1N1 ରିପୋର୍ଟ ପଜିଟିଭ୍ ଆସିବା ପରେ ଇମ୍ରାନ ହାଶମୀ ବର୍ତ୍ତମାନ ଡାକ୍ତରଙ୍କ ପରାମର୍ଶ ଅନୁସାରେ ବିଶ୍ରାମ ନେଉଛନ୍ତି। ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ତାଙ୍କୁ କୁହାଯାଇଛି। ଏହି ମାମଲାରେ ଇମ୍ରାନ ହାଶମୀଙ୍କ ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଖବର ଲେଖାଯିବା ପର୍ଯ୍ୟନ୍ତ ତାଙ୍କ ପକ୍ଷରୁ କୌଣସି ବୟାନ ମିଳିନଥିଲା।

‘ଆୱାରାପନ୍ ୨’ର ସଫଳତା ମଧ୍ୟରେ ଆସିଲା ଖବର
ଇମ୍ରାନ ହାଶମୀ ଏବେ ତାଙ୍କ ଫିଲ୍ମ ‘ଆୱାରାପନ୍ ୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ୨୦୦୭ରେ ରିଲିଜ୍ ହୋଇଥିବା ‘ଆୱାରାପନ୍’ର ଏହି ସିକ୍ୱେଲ୍କୁ ଦର୍ଶକଙ୍କଠାରୁ ଭଲ ପ୍ରତିକ୍ରିୟା ମିଳୁଛି। ରିପୋର୍ଟ ଅନୁସାରେ, ଫିଲ୍ମଟି ବକ୍ସ ଅଫିସ୍ରେ ଭଲ ପ୍ରଦର୍ଶନ କରି ୧୪୫.୭୩ କୋଟି ଟଙ୍କାର କଲେକ୍ସନ କରିସାରିଛି। ଏପରି ସମୟରେ ଇମ୍ରାନଙ୍କ H1N1 ସଂକ୍ରମଣ ଖବର ତାଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।