Malaria Cases Raise Concern: ମାଲକାନଗିରିରେ ମ୍ୟାଲେରିଆ ଆତଙ୍କ ! ଜିଲ୍ଲାରେ ପହଞ୍ଚିଲେ ଦୁଇଜଣିଆ ବିଶେଷଜ୍ଞ ଟିମ୍

Sep 09, 2026 - 10:37
Malaria Cases Raise Concern: ମାଲକାନଗିରିରେ ମ୍ୟାଲେରିଆ ଆତଙ୍କ ! ଜିଲ୍ଲାରେ ପହଞ୍ଚିଲେ ଦୁଇଜଣିଆ ବିଶେଷଜ୍ଞ ଟିମ୍

ମାଲକାନଗିରିରେ ମ୍ୟାଲେରିଆ ସଂକ୍ରମଣ ଚିନ୍ତା ବଢ଼ାଇଥିବା ବେଳେ, ସ୍ଥିତି ଅନୁଧ୍ୟାନ ପାଇଁ ଜିଲ୍ଲାରେ ପହଞ୍ଚିଛନ୍ତି ଦୁଇଜଣିଆ ବିଶେଷଜ୍ଞ ଟିମ୍ । କାହିଁକି ବଢ଼ୁଛି ସଂକ୍ରମଣ, ଏହାକୁ କିଭଳି ନିୟନ୍ତ୍ରଣ କରାଯିବ । ସେନେଇ ଡାକ୍ତରଙ୍କ ସହ ଆଲୋଚନା କରିଛି ଟିମ୍ । ପ୍ରଥମେ ମାଥିଲି ଚିକିତ୍ସାଳୟରେ ପହଞ୍ଚି ରକ୍ତ ନମୁନା ସଂଗ୍ରହ, ପଜିଟିଭ୍ ହାର ଓ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ନେଇଛନ୍ତି । ଏହାପରେ ମ୍ୟାଲେରିଆ ପ୍ରବଣ ଉପାନ୍ତ ଅଞ୍ଚଳକୁ ଯାଇ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିବେ ।

ତେବେ ଆଶ୍ୱସ୍ତିର କଥା ହେଉଛି, ଜୁଲାଇ ତୁଳନାରେ ଅଗଷ୍ଟ ମାସରେ ମାଲକାନଗିରିରେ ମ୍ୟାଲେରିଆ ସଂକ୍ରମଣ ପ୍ରାୟ ୫୦ ପ୍ରତିଶତ କମିଛି । ତଥାପି କିଛି ଉପାନ୍ତ ଅଞ୍ଚଳରେ ସଂକ୍ରମଣ ଅଧିକ ରହିଥିବାରୁ, ବିଶେଷଜ୍ଞ ଟିମର ଅନୁଧ୍ୟାନ ଗୁରୁତ୍ୱ ବହନ କରୁଛି ।ଆସନ୍ତା ୪ରୁ ୫ ଦିନ ଧରି ଜିଲ୍ଲାରେ ରହି ବିଭିନ୍ନ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ବୁଲି ସ୍ଥିତି ପରଖିବେ ବିଶେଷଜ୍ଞ । ଏଥିସହ ଆଜି ଆଉ ଜଣେ ବିଶେଷଜ୍ଞ ମାଲକାନଗିରିରେ ପହଞ୍ଚିବେ । ବିଶେଷକରି ଗୁମ୍ମା ଅଞ୍ଚଳରେ ମ୍ୟାଲେରିଆ ଅଧିକ ବ୍ୟାପିଥିବାରୁ, ସେଠାକୁ ଯାଇ ସ୍ଥିତିର ଅନୁଧ୍ୟାନ କରିବେ ।.... 

ଗୁମ୍ମା ଅଞ୍ଚଳରେ ଅଧିକ ବ୍ୟାପୁଛି ମ୍ୟାଲେରିଆ 
ସଂଗ୍ରହ କଲେ ରକ୍ତ ନମୁନା   
ଚିକିତ୍ସା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା    
ଆଜି ପହଞ୍ଚିବେ ଆଉ ଜଣେ ବିଶେଷଜ୍ଞ     

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।