Black Rose Tragedy Marks 17 Years: ବ୍ଲାକରୋଜ୍ ବୁଡ଼ି ଘଟଣାକୁ ପୂରିଲା ୧୭ ବର୍ଷ, ଏପର୍ଯ୍ୟନ୍ତ ରହସ୍ୟ ଉପରୁ ଉଠିନି ପରଦା
ପାରାଦୀପ ସମୁଦ୍ରରେ ବ୍ଲାକରୋଜ୍ ଜାହାଜ ବୁଡ଼ି ଘଟଣାକୁ ପୂରିଛି ୧୭ ବର୍ଷ। ୨୦୦୯ ସେପ୍ଟେମ୍ବର ଆଜିର ଦିନରେ ପାରାଦୀପ ବନ୍ଦର ଆଙ୍କରେଜ୍ ଅଞ୍ଚଳରେ ଲୁହାପଥର ବୋଝେଇ ମଙ୍ଗୋଲୀୟ ଜାହାଜଟି ବୁଡ଼ିଯାଇଥିଲା। ଘଟଣାରେ ଚିଫ୍ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିଲା। ଜାହାଜର ଦଲିଲପତ୍ର ଓ ଲୁହାପଥର ଚାଲାଣକୁ ନେଇ ଉଠିଥିବା ଅଭିଯୋଗ ପରେ ଘଟଣାଟି ରାଜ୍ୟ ରାଜନୀତିରେ ବଡ଼ ପ୍ରସଙ୍ଗ ପାଲଟିଥିଲା।
ବିଧାନସଭାରେ ମଧ୍ୟ ଏହାକୁ ନେଇ ଝଡ଼ ଉଠିଥିଲା। ସିବିଆଇ ତଦନ୍ତ ଦାବି ହୋଇଥିଲେ ମଧ୍ୟ ମାମଲାର ରହସ୍ୟ ଏଯାଏ ସମ୍ପୂର୍ଣ୍ଣ ଉନ୍ମୋଚିତ ହୋଇନଥିବା ଅଭିଯୋଗ ରହିଛି। ନିକଟରେ MV Ocean Winner ବୁଡ଼ିବା ପରେ ପୁଣିଥରେ ବ୍ଲାକରୋଜ୍ ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି। ୧୭ ବର୍ଷ ପରେ ମଧ୍ୟ ତଦନ୍ତର ଅଗ୍ରଗତି ଓ ଦାୟୀ ବ୍ୟକ୍ତିଙ୍କ ଚିହ୍ନଟକୁ ନେଇ ପ୍ରଶ୍ନ ଉଠୁଛି।
ପାରାଦୀପରେ ବ୍ଲାକରୋଜ୍ ବୁଡ଼ି ଘଟଣାକୁ ପୂରିଲା ୧୭ ବର୍ଷ
ଏପର୍ଯ୍ୟନ୍ତ ରହସ୍ୟ ଉପରୁ ଉଠିନି ପରଦା
ସବିଆଇର ତଦନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି
MV ଓସନ୍ ୱିନର ବୁଡିଯିବା ପରେ ତାଜା ହେଲା ପ୍ରସଙ୍ଗ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।