Malini Sharma: ରାଜ୍' ହିରୋଇନ୍ ଗ୍ଲାମର ଦୁନିଆ ଛାଡ଼ି ଧରିଲେ ଦା’

Sep 13, 2026 - 22:22
Malini Sharma: ରାଜ୍' ହିରୋଇନ୍ ଗ୍ଲାମର ଦୁନିଆ ଛାଡ଼ି ଧରିଲେ ଦା’

" ଦିନେ ଯେଉଁ ଚେହେରାକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ପାଗଳ ହେଉଥିଲେ, ଆଜି ସେହି ଚେହେରା ଗ୍ଲାମର ଦୁନିଆଠାରୁ ବହୁ ଦୂରରେ! "ରାଜ୍"ର ଭୂତ କାହାଣୀରେ ଲୋକଙ୍କ ମନ ଜିତିଥିବା ମାଲିନୀ ଶର୍ମା ଏବେ ବାଛିଛନ୍ତି ଏକ ସମ୍ପୂର୍ଣ୍ଣ ଭିନ୍ନ ଜୀବନ।

ତେବେ କାହିଁକି ହଠାତ୍ ବଲିଉଡ୍‌ଠାରୁ ଦୂରେଇଗଲେ ମାଲିନୀ?

ଏହା ପଛର କାହାଣୀ ଯେତିକି ସରଳ, ସେତିକି ଭାବପ୍ରବଣ...

୨୦୦୨ରେ ବିକ୍ରମ ଭଟ୍ଟଙ୍କ ଫିଲ୍ମ "ରାଜ୍" ମାଲିନୀ ଶର୍ମାଙ୍କୁ ରାତାରାତି ଏକ ପରିଚିତ ଚେହେରା କରିଦେଇଥିଲା।

ତାଙ୍କ ଅଭିନୟ ଓ ଲୁକ୍‌କୁ ନେଇ ସେତେବେଳେ ଖୁବ୍ ଚର୍ଚ୍ଚା ହୋଇଥିଲା।

ଦର୍ଶକଙ୍କ ମନରେ ନିଜର ଏକ ଛାପ ଛାଡ଼ିଥିଲେ ମାଲିନୀ।

କିନ୍ତୁ ଏହି ଲୋକପ୍ରିୟତା ପଛରେ ଦୌଡ଼ିବାକୁ ତାଙ୍କର କେବେ ବି ଇଚ୍ଛା ନଥିଲା।

ଅଭିନୟ ତାଙ୍କ ପାଇଁ କ୍ୟାରିୟରର ଯୋଜନା ନୁହେଁ, ବରଂ ଏକ ଅପ୍ରତ୍ୟାଶିତ ସୁଯୋଗ ଥିଲା। "ରାଜ୍ ଫିଲ୍ମ ରିଲିଜ୍ ପରେ ଯେତେବେଳେ ମାଲିନୀଙ୍କ ଉପରେ ସମସ୍ତଙ୍କ ନଜର ଥିଲା, ସେତେବେଳେ ସେ ନିଜ ଭବିଷ୍ୟତକୁ ନେଇ ନିଜେ ଦ୍ୱନ୍ଦ୍ୱରେ ଥିଲେ।

ଏହାରି ମଧ୍ୟରେ  ୧୯୯୭ ରେ ସେ ଅଭିନେତା ପ୍ରିୟାନ୍ସ  ଚାଟାର୍ଜୀଙ୍କୁ  ବିବାହ କରିଥିଲେ ।

କିନ୍ତୁ ଏହି ବିବାହ ୨୦୦୧ରେ ବିଚ୍ଛେଦ ହୋଇଥିଲା।

କୁହାଯାଏ  ବିବାହ ବିଚ୍ଛେଦ ପରେ ସେ ପୁରା  ଭାଙ୍ଗିପଡ଼ିଥିଲେ କୁହାଯାଏ ।

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।