Mamata Banarjee: ସୋନିଆଙ୍କୁ ‘ମୋ ନେତ୍ରୀ’ କହିଲେ ମମତା, କଂଗ୍ରେସ ପ୍ରତି ବଦଳିଲା ତୃଣମୂଳର ଆଭିମୁଖ୍ୟ!

Nov 01, 2026 - 23:03
Mamata Banarjee: ସୋନିଆଙ୍କୁ ‘ମୋ ନେତ୍ରୀ’ କହିଲେ ମମତା, କଂଗ୍ରେସ ପ୍ରତି ବଦଳିଲା ତୃଣମୂଳର ଆଭିମୁଖ୍ୟ!

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ 'ମୋ ନେତ୍ରୀ' ବୋଲି ସମ୍ବୋଧନ କରି ନିଜ ଭାଷଣ ଆରମ୍ଭ କରିଛନ୍ତି ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ।

ରବିବାର ଦିଲ୍ଲୀର ରାମଲୀଳା ମୈଦାନରେ ଇଣ୍ଡିମେଣ୍ଟର 'ଭୋଟ୍‌ ଚୋରି ବିରୋଧୀ' ସମାବେଶ ରେ ତାଙ୍କର ଏହି ସମ୍ବୋଧନ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି।

ଦୀର୍ଘ ଦିନ ଧରି କଂଗ୍ରେସ ସହ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ରଖିଥିବା ମମତାଙ୍କ ଏହି ଆଭିମୁଖ୍ୟକୁ ବିରୋଧୀ ମେଣ୍ଟ ଭିତରେ ବଦଳୁଥିବା ସମ୍ପର୍କର ସଙ୍କେତ ଭାବେ ଦେଖାଯାଉଛି।

Advertisment ଆହୁରି ପଢନ୍ତୁ : War: ଋଷ୍‌-ୟୁକ୍ରେନ୍ ଯୁଦ୍ଧ ରୋକିବାକୁ ଭାରତର ତିନିସୂତ୍ରୀ ଉଦ୍ୟମ!

ମଞ୍ଚରେ ମମତା ସୋନିଆ ଗାନ୍ଧୀଙ୍କ ପାଖରେ ବସିଥିଲେ ଏବଂ ତାଙ୍କ ସହ ଏକାଧିକ ଥର କଥା ହେଉଥିବା ଦେଖାଯାଇଥିଲା।

ଭାଷଣ ରେ ସେ ରାହୁଲ ଗାନ୍ଧୀଙ୍କୁ ସଂଘର୍ଷ କରୁଥିବା ଜଣେ ଯୁବ ନେତା ବୋଲି କହିଥିଲେ।

ଏଥିସହ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ଏବଂ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି ମହାସଚିବ ଏମ୍‌ଏ ବେବିଙ୍କ ନାମ ମଧ୍ୟ ନେଇଥିଲେ।

ଆହୁରି ପଢନ୍ତୁ : Lakhpati Didi: ପିଲାଙ୍କ ପାଠପଢ଼ା ପାଇଁ ଆରମ୍ଭ କରିଥିଲେ ଛୋଟ ବ୍ୟବସାୟ, ଏବେ ମାସକୁ ରୋଜଗାର ୪୦ ହଜାର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ପରାଜୟ ପରେ ମମତାଙ୍କ ଏହି ଆଭିମୁଖ୍ୟକୁ ଗୁରୁତ୍ୱ ଦିଆଯାଉଛି।

ନିର୍ବାଚନ ଫଳାଫଳକୁ ନେଇ ମମତା ପ୍ରଶ୍ନ ଉଠାଇବା ପରେ ରାହୁଲ ଗାନ୍ଧୀ ତାଙ୍କୁ ସମର୍ଥନ କରିଥିଲେ।

ପରେ ମମତା ସୋନିଆ ଓ ରାହୁଲଙ୍କୁ ମଧ୍ୟ ଭେଟିଥିଲେ।

ରାଜ୍ୟରେ ଦୁଇ ଦଳ ମଧ୍ୟରେ ଦୀର୍ଘଦିନ ଧରି ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ରହିଥିବାରୁ ଏହି ପରିବର୍ତ୍ତନ ଆଲୋଚନାର ବିଷୟ ହୋଇଛି।

ସମାବେଶରେ ମମତା ଅଭିଯୋଗ କରିଥିଲେ ଯେ ପଶ୍ଚିମବଙ୍ଗରେ ଏସ୍‌ଆଇଆର୍‌ ପ୍ରକ୍ରିୟା ପୂର୍ବରୁ ପ୍ରାୟ ୧ କୋଟି ଭୋଟରଙ୍କ ନାମ ତାଲିକାରୁ କାଟି ଦିଆଯାଇଛି।

ତୃଣମୂଳ କଂଗ୍ରେସ ନିର୍ବାଚନ ରେ ହାରିନାହିଁ, ବରଂ ତାକୁ ହରାଇ ଦିଆଯାଇଛି ବୋଲି ସେ କହିଥିଲେ।

ଏସ୍‌ଆଇଆର୍‌କୁ ସେ ବିଜେପି ପାଇଁ 'ସ୍ପେଶାଲ୍ ଇଣ୍ଟେନ୍‌ସିଭ୍ ରିଲିଫ୍‌' ବୋଲି କଟାକ୍ଷ କରିଥିଲେ।

ଦେଶର ଗଣତନ୍ତ୍ର ଓ ଭୋଟ ଅଧିକାରର ସୁରକ୍ଷା ପାଇଁ ସମସ୍ତ ବିରୋଧୀ ଦଳ ଏକାଠି ହେବାକୁ ସେ ଆହ୍ୱାନ ଦେଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।