Man Arrested for Attacking Elephant Squad Staff: ହାତୀ ସ୍କ୍ବାଡ କର୍ମଚାରୀଙ୍କୁ ପଥର ମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

Aug 10, 2026 - 18:20
Man Arrested for Attacking Elephant Squad Staff: ହାତୀ ସ୍କ୍ବାଡ କର୍ମଚାରୀଙ୍କୁ ପଥର ମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

ହାତୀ ସ୍କ୍ବାଡ କର୍ମଚାରୀଙ୍କୁ ପଥର ମାଡ଼, ଅଭିଯୁକ୍ତ ଗିରଫ। ଅନୁଗୋଳ ଛେଣ୍ଡିପଦା ବନାଞ୍ଚଳରେ ହାତୀ ସ୍କ୍ବାଡ କର୍ମଚାରୀଙ୍କୁ ପଥର ମାଡ଼। ଗୁରୁତର ଭାବେ ଆହତ ହୋଇଛନ୍ତି ସ୍କ୍ବାଡ କର୍ମଚାରୀ ସୁଦର୍ଶନ ସାହୁ। ଘଟଣାରେ କର୍ଣ୍ଣପାଳ ଗାଁର ଥଡ ମାଝୀଙ୍କୁ ଗିରଫ କରିଛି ବାଗଡିଆ ପୋଲିସ।

ଗତ ୬ ତାରିଖରେ ହାତୀ ସ୍କ୍ବାଡ କର୍ମଚାରୀମାନେ ‘ରାଜୁ ହାତୀ’କୁ ଗଡ଼ମଣ୍ଡଳରୁ କଣଲୋଇ ଜଙ୍ଗଲକୁ ନେଉଥିଲେ। ଏହି ସମୟରେ ଥଡ ମାଝୀ ହାତୀକୁ ବିରକ୍ତ କରିବାରୁ କର୍ମଚାରୀମାନେ ତାଙ୍କୁ ବାରଣ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଥଡ ରାସ୍ତାକଡ଼ରୁ ପଥର ଉଠାଇ ମାଡ଼ କରିଥିଲା।

ପଥର ବାଜି ସୁଦର୍ଶନଙ୍କ ମୁଣ୍ଡ ଫାଟିବା ସହ ସେ ଘଟଣାସ୍ଥଳରେ ବେହୋସ ହୋଇପଡ଼ିଥିଲେ। ଚିକିତ୍ସା ପରେ ସୁସ୍ଥ ହୋଇ ସେ ବାଗଡିଆ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଥଡଙ୍କୁ ଜଙ୍ଗଲରୁ ଗିରଫ କରିଛି।

ରାଜୁ ହାତୀକୁ ବିରକ୍ତ କରିବାରୁ ବାରଣ ପରେ ଆକ୍ରମଣ
ଛେଣ୍ଡିପଦାରେ ହାତୀ ସ୍କ୍ବାଡ ଉପରେ ପଥର ମାଡ଼

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।