Man Jumps From 43rd Floor: ୪୩ ମହଲାରୁ ଡେଇଁଲେ ଯୁବକ, ଏସି ମେକାନିକ୍କୁ କହିଥିଲେ ଡିପ୍ରେସନରେ ଅଛି
୪୩ତମ ମହଲାରୁ ଡେଇଁ ଜୀବନ ହାରିଲେ ଜଣେ ଯୁବକ। ନୋଏଡାର ସେକ୍ଟର ୯୪ରେ ଘଟିଛି ଏଭଳି ଅଘଟଣ। ସମ୍ଭବ ଜୈନ ନାମକ ଜଣେ ଯୁବକ ୪୩ତମ ମହଲାରୁ ଡେଇଁବା ଫଳରେ ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।
ପୋଲିସର ସୂଚନା ଅନୁଯାୟୀ, ସମ୍ଭବ ଗୁରୁଗ୍ରାମର ମାନେସରର ବାସିନ୍ଦା ଥିଲେ। ସେ ବିନୟ କୁମାର ଜୈନଙ୍କ ପୁଅ। ମାତ୍ର ଗୋଟିଏ ଦିନ ପୂର୍ବରୁ ସେ ଏକା ଏହି ବିଲ୍ଡିଂରେ ରହିବାକୁ ଆସିଥିଲେ। ସମ୍ଭବ ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଏକ ଅନଲାଇନ୍ ମାଧ୍ୟମରେ ଏକ ରୁମ ବୁକିଂ କରି ଘର ବଦଳାଇଥିଲେ। କିନ୍ତୁ ଅକ୍ଟୋବର ୩ ତାରିଖରେ ଜଣେ ଯୁବକ ବାଲକୋନିରୁ ଡେଇଁ ପଡ଼ିଥିବାର ସୂଚନା ପାଇଥିଲା ପୋଲିସ।
ଘଟଣା ସମୟରେ ଜଣେ ଏସି ମେକାନିକ୍ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କୁ ଅଟକାଇ ପାରିନଥିଲେ। ଘଟଣା ପୂର୍ବରୁ ଯୁବକ ଜଣକ ଏସି ମେକାନିକଙ୍କୁ କହିଥିଲେ ଯେ ସେ ମାନସିକ ଅବସାଦରେ ଅଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ, ସେ ବିଲ୍ଡିଂରୁ ଡେଇଁ ପଡ଼ିଥିଲେ।
ରିପୋର୍ଟ ଅନୁଯାୟୀ, ସମ୍ଭବ ଋଣକୁ ନେଇ ଚିନ୍ତିତ ଥିଲେ ଏବଂ ଗତ ଚାରି ଦିନ ଧରି ଘରୁ ନିଖୋଜ ଥିଲେ। ତେଣୁ ଆର୍ଥିକ ସମସ୍ୟାକୁ ନେଇ ମାନସିକ ଅବସାଦରେ ଥିବା ସନ୍ଦେହ କରାଯାଉଛି। ପୋଲିସ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।