Man Kills Youth to Bring Back Wife: ପତ୍ନୀକୁ ଫେରାଇବାକୁ ନରବଳି, ବଲାଙ୍ଗିର ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା
୧୦ ବର୍ଷ ତଳୁ ଘର ଛାଡ଼ି ଚାଲିଯାଇଥିବା ପତ୍ନୀକୁ ପାଇବା ପାଇଁ ସ୍ବାମୀ ଦେଲା ନରବଳି। ଏଭଳି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି ବଲାଙ୍ଗିର ଜିଲ୍ଲାରୁ। ବଲାଙ୍ଗିର ବଗଡ଼ାରେ ଜଣେ ଯୁବକଙ୍କୁ ହତ୍ୟା କରିବା ସହ ପୂଜା ଘରେ ପୋତି ଦେବା ମାମଲାରେ ହୋଇଛି ଏଭଳି ଚାଞ୍ଚଲ୍ୟକର ଖୁଲାସା। ସ୍ତ୍ରୀକୁ ଫେରି ପାଇବାକୁ ନରବଳି ଦେଇଥିଲା ଅଭିଯୁକ୍ତ ଶତ୍ରୁଘ୍ନ ସାହୁ। ଏନେଇ ସ୍ପଷ୍ଟ କରିଛନ୍ତି ବଲାଙ୍ଗିର ଏସପି।
ସୂଚନା ଅନୁସାରେ, ଶତ୍ରୁଘ୍ନର ସ୍ତ୍ରୀ ୧୦ ବର୍ଷ ତଳୁ ଘର ଛାଡ଼ି ଚାଲିଯାଇଛନ୍ତି। ପତ୍ନୀଙ୍କୁ ପାଇବା ପାଇଁ ଅଭିଯୁକ୍ତ ଦେଇଥିଲା ନରବଳି। ପୂଜା ଘରେ କଟାମୁଣ୍ଡକୁ ପୋତି ଦେଇ ଶରୀରରୁ ପୋଖରୀରେ ଫିଙ୍ଗିଦେଇଥିଲା। ଗତକାଲି ପ୍ରଥମେ ବଗଡ଼ା ଗାଁ ପୋଖରୀରୁ ତେବେଡ଼ାମୁଣ୍ଡାର ସନ୍ତୋଷ ଖର୍ସେଲଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଥିଲା। ପରେ ପୋଲିସ ତନାଘନା କରି ମାମଲାର ପର୍ଦ୍ଦାଫାସ ସହିତ ଅଭିଯୁକ୍ତ ଶତ୍ରୁଘ୍ନକୁ ଗିରଫ କରିଥିଲା । ସନ୍ତୋଷଙ୍କୁ ବଳି ଦେଇଥିବା ଅଭିଯୁକ୍ତ ସ୍ବୀକାର କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।