Man Sells Gold To Gift Wife iPhone 18 Pro: ସ୍ତ୍ରୀ ପାଇଁ ଆଇଫୋନ୍ ୧୮ ପ୍ରୋ କିଣିବାକୁ ସୁନା ବିକିଲେ ବ୍ୟକ୍ତି
ଆଇଫୋନ୍ ୧୮ ପ୍ରୋ କିଣିବା ପାଇଁ ଜଣେ ବ୍ୟକ୍ତି ସୁନା ବିକ୍ରି କରିଥିବା ଦାବି କରିଛନ୍ତି। ଭାରତରେ ନୂଆ ଆଇଫୋନ୍ ୧୮ ପ୍ରୋ ବିକ୍ରି ଆରମ୍ଭ ହେବା ପରେ ନୋଏଡାର ଆପଲ୍ ଷ୍ଟୋର୍ ବାହାରେ ଦେଖିବାକୁ ମିଳିଥିଲା ଲମ୍ବା ଲାଇନ୍। ଷ୍ଟୋର୍ ଖୋଲିବା ପୂର୍ବରୁ ଘଣ୍ଟା ଘଣ୍ଟା ଧରି ଗ୍ରାହକମାନେ ଅପେକ୍ଷା କରିଥିଲେ।
ଦିଲ୍ଲୀର ଜଣେ ବ୍ୟକ୍ତି କହିଛନ୍ତି, ସେ ନିଜ ପତ୍ନୀଙ୍କ ପାଇଁ ବର୍ଗଣ୍ଡି ରଙ୍ଗର ଆଇଫୋନ୍ ୧୮ ପ୍ରୋ କିଣିବାକୁ ଆସିଛନ୍ତି। ଏଥିପାଇଁ ସେ ସୁନା ବିକ୍ରି କରିଥିବା ମଧ୍ୟ କହିଛନ୍ତି। ତାଙ୍କ କହିବା ଅନୁସାରେ, ଏବେ ଟଙ୍କା ଅଛି, ତେଣୁ ଏହି ସମୟରେ ନିଜ ପତ୍ନୀଙ୍କ ଇଚ୍ଛା ପୂରଣ କରିବାକୁ ଚାହୁଁଛନ୍ତି।
ସେପଟେ ପଞ୍ଜାବରୁ ଜଣେ ଯୁବକ ନିଜ ଭାବୀ ପତ୍ନୀଙ୍କୁ ଉପହାର ଦେବା ପାଇଁ ନୋଏଡା ଆସିଥିଲେ। ସେ ନିଜ ପାଇଁ ମଧ୍ୟ ଆଇଫୋନ୍ ୧୮ ପ୍ରୋ ମ୍ୟାକ୍ସ କିଣିଥିବା ବେଳେ ଦୁଇଟି ଫୋନ୍ ପାଇଁ ୩.୫ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିଥିବା କହିଛନ୍ତି। ଅନ୍ୟପଟେ, ଅନେକ ଛାତ୍ର, ବ୍ୟବସାୟୀ ଓ କର୍ମଚାରୀ ଫୋନ୍ କିଣିବା ପାଇଁ କାମରୁ ଛୁଟି ନେଇ ଲାଇନ୍ରେ ଠିଆ ହୋଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।