Mandhana and Harmanpreet: ମନ୍ଧାନା-ହରମନପ୍ରୀତ୍‌ ‘ହାତ ନମିଳାଇବା’କୁ ନେଇ ଚର୍ଚ୍ଚା

Oct 30, 2026 - 17:18
Mandhana and Harmanpreet: ମନ୍ଧାନା-ହରମନପ୍ରୀତ୍‌ ‘ହାତ ନମିଳାଇବା’କୁ ନେଇ ଚର୍ଚ୍ଚା

ବ‌ଡ଼ଦୋରା: ଜିମ୍ବାୱେ ବିପକ୍ଷ ଶେଷ ଘରୋଇ ଦିନିକିଆକୁ ୮ ୱିକେଟ୍‌ରେ ଜିତି ଭାରତ ୩-୦ରେ ଶୃଙ୍ଖଳା ମୂଳପୋଛ କରିଥିଲା।

ଏହି ବିଜୟକୁ ନେଇ ସାମାଜିକ ଗଣମାଧ୍ୟମରେ ‌ଚର୍ଚ୍ଚା ହୋଇ ନଥିଲା।

ହେଲେ ଏହି ବିଜୟ ପରେ ଭାରତ ର ନୂଆ ଅଧିନାୟିକା ସ୍ମୃତି ମନ୍ଧାନା ଓ ପୁରୁଣା ଅଧିନାୟିକା ହରମନ୍‌ପ୍ରୀତ କୌର ହାତ ନ ମିଳାଇବା ଘଟଣା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ଖୋରାକ ଯୋଗାଇଥିଲା।

ମ୍ୟାଚ୍‌ ପରେ ଭାରତୀୟ ଖେଳାଳିମାନେ ହାତ ମିଳାଇ ଡଗ୍‌ଆଉଟ୍‌କୁ ଯାଉଥିବା ବେଳେ କ୍ୟାମେରା ଏହି ଦୁଇ ଖେଳାଳିଙ୍କ ଉପରେ ନଜର ପକାଇଥିଲା।

Advertisment ଚର୍ଚ୍ଚାରେ ହାତ ନ ମିଳାଇବା ଘଟଣା ମନ୍ଧାନାଙ୍କ ନିକଟକୁ ହରମନ୍‌ପ୍ରୀତ ଯାଉଥିବା ବେଳେ ସେ ଅନ୍ୟ ଦିଗକୁ ମୁହଁ କରିଥିଲେ ଏବଂ ଉଭୟ ହାତ ମିଳାଇ ନଥିଲେ।

ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ଉଭୟ ଖେଳାଳିଙ୍କ ମଧ୍ୟରେ ମତଭେଦ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।

ହେଲେ ଏହି ଭିଡିଓକୁ ନେଇ କିଛି ସ୍ପଷ୍ଟ ନଥିବାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ଥିବା ଜଣାପଡ଼ିନି।

ଅନ୍ୟପକ୍ଷରେ ଭାରତୀୟ ମହିଳା କ୍ରିକେଟ୍‌ର ଏହି ଦୁଇ ତାରକାଙ୍କ ମଧ୍ୟରେ ଏଭଳି କିଛି ନ ଘଟୁ ବୋଲି ପ୍ରଶଂସକ ଆଶା ରଖିଛନ୍ତି।

ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡ଼ିଶା ଗସ୍ତ ବାତିଲ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।