Manipur: ସୀମାପାର ଆକ୍ରମଣ: ମଣିପୁରରେ ଚାରିଜଣ ନାଗାଙ୍କୁ ହତ୍ୟା କଲେ ମ୍ୟାମାଁର କୁକି ବିଦ୍ରୋହୀ

Sep 25, 2026 - 18:12
Manipur: ସୀମାପାର ଆକ୍ରମଣ: ମଣିପୁରରେ ଚାରିଜଣ ନାଗାଙ୍କୁ ହତ୍ୟା କଲେ ମ୍ୟାମାଁର କୁକି ବିଦ୍ରୋହୀ

"ଗୁଆହାଟି: ମଣିପୁରରେ ହିଂସା ଜାରି ରହିଥିବା ବେଳେ ମ୍ୟାମାଁର ସ୍ଥିତ କୁକି ବିଦ୍ରୋହୀମାନେ ସୀମା ପାର୍‌ ହୋଇ ଆସି ଚାରି ଜଣ ନାଗା ଲୋକଙ୍କୁ ହତ୍ୟା କରିଛନ୍ତି।

ଗୁରୁବାର ଅପରାହ୍ଣରେ ମଣିପୁରର କାମଜୋଙ୍ଗ ଜିଲ୍ଲାର ଭାରତ-ମ୍ୟାମାଁର ସୀମା ନିକଟବର୍ତ୍ତୀ ତାଙ୍ଗଖୁଲ ନାଗା ଗ୍ରାମ ପିଲୋଙ୍ଗରେ ଏହି ଆକ୍ରମଣ କରାଯାଇଥିଲା।

ତାଙ୍ଗଖୁଲ ନାଗା ଲଙ୍ଗ କାର୍ଯ୍ୟକାରୀ କମିଟି ଘଟଣାର ନିନ୍ଦା କରିଛି ଓ ସୀମାପାର ଆତଙ୍କବାଦ ଏବଂ ହତ୍ୟା ପାଇଁ ସରକାରଙ୍କୁ ଦାୟୀ କରିଛି।Advertisment ଆହୁରି ପଢନ୍ତୁ :Chirag Paswan: ଜନତାଙ୍କ ଭରସା ଗୁରୁତ୍ବପୂର୍ଣ୍ଣ; ଦୃଢ଼ ଭାବେ ପକ୍ଷ ରଖିବାକୁ ସିଇସିଙ୍କୁ ପାସୱାନଙ୍କ ପରାମର୍ଶ ଶୁକ୍ରବାର ଜାରି ଏକ ବିବୃତିରେ ନାଗା ସଂଗଠନ ଅଭିଯୋଗ କରିଛି ଯେ, ମ୍ୟାମାଁର ଭିତ୍ତିକସଶସ୍ତ୍ର ଗୋଷ୍ଠୀ ପିପୁଲ୍ସ ଡିଫେନ୍ସ ଫୋର୍ସ (ପିଡିଏଫ୍‌) ଦ୍ୱାରା ସମର୍ଥିତ କୁକି ନ୍ୟାସନାଲ ଆର୍ମି-ବର୍ମା (କେଏନଏ-ବି) ଓ କୁକି ଗୋଷ୍ଠୀର ସଦସ୍ୟମାନେ ଏହି ଆକ୍ରମଣ କରିଛନ୍ତି।

ମ୍ୟାମାଁରର ଫାଇଲେନ କୁକି ଗ୍ରାମରୁ ଏକ କୁକି ଗୋଷ୍ଠୀ ନାମ୍ୟା ନଦୀ ପାର ହୋଇ ଆସିଥିଲେ।

ସେମାନଙ୍କ ନିକଟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଥିଲା ଓ ସେମାନେ ପିଲୋଙ୍ଗ ନାଗରିକଙ୍କ ଉପରେ ହିଂସାତ୍ମକ ଆକ୍ରମଣ କରିଥିବା ତାଙ୍ଗଖୁଲ ନାଗା ଲଙ୍ଗ ପକ୍ଷରୁ କୁହାଯାଇଛି।

ଆହୁରି ପଢନ୍ତୁ :Fitness: ମାଂସ ନାହିଁ, ମାଛ ନାହିଁ: କ"ଣ ରହିଛି ୯୦ ବର୍ଷୀୟ ଜାପାନୀ ବଡିବିଲ୍ଡରଙ୍କ ଡାଏଟ୍‌ର ରହସ୍ୟ ଗାଁ ନିକଟରେ ଦୁଇଜଣ ବାସିନ୍ଦାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା, ଅନ୍ୟ ଦୁଇଜଣଙ୍କୁ ବଳପୂର୍ବକ ପାଖ ଫାଇଲେନ ଗ୍ରାମକୁ ନେଇ କୁକି ବିଦ୍ରୋହୀମାନେ ହତ୍ୟା କରିଥିଲେ।

ଜଣେ ଖସି ପଳାଇବାରେ ସଫଳ ହୋଇଥିଲେ ଓ ତାଙ୍ଗଖୁଲ ନାଗରିକ ସମାଜ ସଂଗଠନର ଏକ ଦଳ ତାଙ୍କୁ ଉଦ୍ଧାର କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।