Manipur Violence: ମଣିପୁରରେ ନାଗା-କୁକି ସଂଘର୍ଷ: କାମଜୋଙ୍ଗରେ କୁକି ମହିଳାଙ୍କୁ ହତ୍ୟା
"ଗୁଆହାଟୀ: ମଣିପୁରର କାମଜୋଙ୍ଗ ଜିଲ୍ଲାରେ ଗୁରୁବାର ସନ୍ଦିଗ୍ଧ ନାଗା ଉଗ୍ରବାଦୀଙ୍କ ଆକ୍ରମଣରେ ଜଣେ କୁକି-ଜୋ ମହିଳାଙ୍କ ମୃତ୍ୟୁ ହୋଇଛି ଓ ତାଙ୍କ ସ୍ୱାମୀ ଆହତ ହୋଇଛନ୍ତି, ରାଜ୍ୟରେ ଜାତିଗତ ହିଂସା ଜାରି ରହିଥିବାରୁ ସମ୍ପ୍ରଦାୟର ଅନ୍ୟ ଦୁଇଜଣ ନିଖୋଜ ଥିବା ରିପୋର୍ଟ ହୋଇଛି।
ମୃତ ମହିଳା ହାଟନେକିମ୍ ହାଓକିପ୍ ମୋଲନୋଇ ଗାଁର ବାସିନ୍ଦା ଥିଲେ।Advertisment ପ୍ରାଥମିକ ସୂଚନା ଅନୁଯାୟୀ, ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ଏମାନେ ସମସ୍ତେ ଫାଇକୋହକୁ ଯାତ୍ରା କରୁଥିବା ବେଳେ ଫାଇକୋହ ଓ ଆଇଶୁ ମଧ୍ୟରେ ରାସ୍ତାରେ ସେମାନଙ୍କୁ ଆକ୍ରମଣ କରାଯାଇଥିଲା।
ହାଟନେକିମଙ୍କ ସ୍ୱାମୀ ଆହତ ହୋଇଥିଲେ ଓ ସେମାନଙ୍କ ସହିତ ଥିବା ଅନ୍ୟ ଦୁଇ ଜଣ ସାଧାରଣ ନାଗରିକ ନିଖୋଜ ଅଛନ୍ତି।
୧୦ ମହିଳାଙ୍କର ମୃତ୍ୟୁ ହେଲାଣି କୁକି-ନାଗା ସଂଘର୍ଷରେ ଏପର୍ଯ୍ୟନ୍ତ ୧୦ ଜଣ କୁକି ଜୋ ମହିଳାଙ୍କର ମୃତ୍ୟୁ ହେଲାଣି।
ମୃତକଙ୍କ ମଧ୍ୟରେ ଦୁଇଜଣ ଗର୍ଭବତୀ ମହିଳା ଥିଲେ।
୨୦୨୩ ରୁ ୨୦୨୫ ପର୍ଯ୍ୟନ୍ତ ଚାଲିଥିବା କୁକି-ମୈତେଇ ସଂଘର୍ଷ ପରେ ଏହି ସଂଘର୍ଷ ଘଟିଥିଲା।
ତିନୋଟି ଜିଲ୍ଲାରେ ନଅ ଜଣଙ୍କ ମୃତ୍ୟୁ ହେବାର ପାଞ୍ଚ ଦିନ ପରେ ଏହି ଆକ୍ରମଣ ହୋଇଛି।
ଚଳିତ ବର୍ଷ ଫେବ୍ରୁଆରିରେ କୁକି-ନାଗା ସଂଘର୍ଷ ଆରମ୍ଭ ହେବା ପରଠାରୁ, ଅତି କମରେ ୨୨ ନାଗା ଓ ୩୨ କୁକି-ଜୋ ଲୋକଙ୍କ ମୃତ୍ୟୁ ଘଟିଛି।
ବୁଧବାର ବିଳମ୍ବିତ ରାତିରେ ସୁରକ୍ଷା ବାହିନୀ କାଙ୍ଗପୋକପି ଜିଲ୍ଲାରେ ଜଣେ ନାଗା ଅଜିନବୋଉ ରିଙ୍ଗକାମାଇଙ୍କ କଟା ମୁଣ୍ଡ ପାଇଛନ୍ତି।
Rajnath Singh: ରାହୁଲ ଗାନ୍ଧୀ ଜନସାଧାରଣଙ୍କ ଜନାଦେଶକୁ ସମ୍ମାନ ଦେବା ଉଚିତ: ରାଜନାଥ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।