Durga Puja: ମା’ଙ୍କ ଭକ୍ତିରେ ଲୀନ ହେଲେ କାଜୋଲ, ମା’ ତନୁଜା ଓ ଭଉଣୀ ତନିଷାଙ୍କ ସହ ସେୟାର କଲେ ଫଟୋ

Oct 16, 2026 - 12:13
Durga Puja: ମା’ଙ୍କ ଭକ୍ତିରେ ଲୀନ ହେଲେ କାଜୋଲ, ମା’ ତନୁଜା ଓ ଭଉଣୀ ତନିଷାଙ୍କ ସହ ସେୟାର କଲେ ଫଟୋ

"ମୁମ୍ବାଇ: ଶାରଦୀୟ ନବରାତ୍ରି ଚାଲିଛି।

ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ପାଇଁ ଆକର୍ଷଣୀୟ ପୂଜା ମଣ୍ଡପ ସଜାଯାଇଛି।

ଏହି ପାର୍ବଣର ଉତ୍ସାହ ଫିଲ୍ମ ଜଗତରେ ମଧ୍ୟ ଦେଖିବାକୁ ମିଳୁଛି।

ଅଭିନେତ୍ରୀ କାଜୋଲ ଦୁର୍ଗାପୂଜା ମଣ୍ଡପରୁ କିଛି ଫଟୋ ସେୟାର କରିଛନ୍ତି।Advertisment ମୁଖାର୍ଜୀ ପରିବାର ପ୍ରତିବର୍ଷ ଧୁମ୍‌ଧାମରେ ଦୁର୍ଗାପୂଜା ପାଳନ କରିଥାନ୍ତି।

ଅୟନ ମୁଖାର୍ଜୀଙ୍କଠାରୁ ଆରମ୍ଭ କରି ରାଣୀ ମୁଖାର୍ଜୀ, କାଜୋଲ ଓ ତନୁଜାଙ୍କ ପର୍ଯ୍ୟନ୍ତ ପରିବାରର ଅନେକ ସଦସ୍ୟ ପୂଜା ମଣ୍ଡପରେ ପହଞ୍ଚି ମା" ଦୁର୍ଗାଙ୍କ ଆରାଧନାରେ ଲୀନ ହୋଇଥାନ୍ତି।

ଚଳିତ ବର୍ଷ ମଧ୍ୟ ଭବ୍ୟ ଆୟୋଜନ କରାଯାଇଛି।

ଗତକାଲି କାଜୋଲ ପୂଜା ମଣ୍ଡପରେ ପହଞ୍ଚିଥିବା ବେଳେ ସେଠାକାର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ମା"ଙ୍କ ଭକ୍ତିରେ ଲୀନ ହେଲେ କାଜୋଲ କାଜୋଲ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋଗୁଡ଼ିକ ପୋଷ୍ଟ କରିଛନ୍ତି।

ଏହା ସହ ସେ ଲେଖିଛନ୍ତି, “ଆଜିର ଦିନଟି ସମ୍ପୂର୍ଣ୍ଣ ଭାବେ ମା"ଙ୍କ ବିଭିନ୍ନ ରୂପକୁ ସମର୍ପିତ ଥିଲା।

ଜଣେ ମା" ଭାବରେ, ଜଣେ ଝିଅ ଭାବରେ, ଜଣେ ରକ୍ଷକ ଭାବରେ ଏବଂ ଜଣେ ଦେବୀ ଭାବରେ।” ସେ ଆହୁରି ଲେଖିଛନ୍ତି, “ଜୟ ମା" ଦୁର୍ଗା।

ଉତ୍ସାହ ଓ ଉଲ୍ଲାସର ସହ ପୂଜା ଉତ୍ସବ ଆରମ୍ଭ ହୋଇଯାଇଛି।” ଫଟୋଗୁଡ଼ିକରେ କାଜୋଲ ନାଲି ରଙ୍ଗର ଶାଢ଼ି ପିନ୍ଧିଥିବା ନଜର ଆସିଛନ୍ତି।

ତାଙ୍କ ସହ ମା" ତଥା ବରିଷ୍ଠ ଅଭିନେତ୍ରୀ ତନୁଜା ମଧ୍ୟ ଅଛନ୍ତି।

୮୩ ବର୍ଷୀୟା ତନୁଜା ନିଜର ଦୁଇ ଝିଅ କାଜୋଲ ଓ ତନିଷାଙ୍କ ସହ ଫଟୋ ପୋଜ୍‌ ଦେଉଥିବା ଦେଖିବାକୁ ମିଳିଛି। "ବର୍ଷର ସବୁଠାରୁ ପ୍ରିୟ ସମୟ ଆସିଗଲା" ଅଭିନେତ୍ରୀ ତନିଷା ମୁଖାର୍ଜୀ ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଦୁର୍ଗାପୂଜାର କିଛି ଫଟୋ ସେୟାର କରିଛନ୍ତି।

ଏହା ସହ ସେ ଲେଖିଛନ୍ତି, “ବର୍ଷର ସବୁଠାରୁ ପ୍ରିୟ ସମୟ ଆରମ୍ଭ ହୋଇଯାଇଛି।

ମା" ଆସିଯାଇଛନ୍ତି।

ଜୟ ମା" ଦୁର୍ଗା।” ମୁଖାର୍ଜୀ ପରିବାରର ଏହି ଫଟୋଗୁଡ଼ିକ ଦୁର୍ଗାପୂଜାର ଆନନ୍ଦ ଓ ଭକ୍ତିଭାବକୁ ପ୍ରତିଫଳିତ କରୁଛି।

Youth Rescued: ମହାନଦୀକୁ ଡେଇଁଥିବା ଯୁବକ ଉଦ୍ଧାର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।