Mann Ki Baat: ମନ୍ କି ବାତ୍ର ୧୨ ବର୍ଷର ଯାତ୍ରାକୁ ତୀର୍ଥଯାତ୍ରା ସହ ତୁଳନା କଲେ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ' ମନ୍ କି ବାତ୍ 'ର ୧୨ ବର୍ଷର ଯାତ୍ରାକୁ ଏକ ତୀର୍ଥଯାତ୍ରା ସହ ତୁଳନା କରିଛନ୍ତି।
ଏହି କାର୍ଯ୍ୟକ୍ରମ ଦେଶର ସାଧାରଣ ଲୋକଙ୍କ ପରିଶ୍ରମ, ସାହସ, ସମର୍ପଣ ଓ ସେବା ମନୋଭାବକୁ ନିକଟରୁ ଜାଣିବା ସହ ସେମାନଙ୍କ ଅବଦାନକୁ ସମ୍ମାନ ଜଣାଇବାର ସୁଯୋଗ ଦେଇଛି ବୋଲି ସେ କହିଛନ୍ତି।
ରବିବାର ଆକାଶବାଣୀରେ ପ୍ରସାରିତ 'ମନ୍ କି ବାତ୍'ର ୧୩୯ତମ ସଂସ୍କରଣରେ ମୋଦୀ ଏହି ମତ ଦେଇଛନ୍ତି।
୧୨ ବର୍ଷ ପୂର୍ବେ ବିଜୟାଦଶମୀ ଅବସରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ସେବେଠାରୁ ଏହା ନିରବଚ୍ଛିନ୍ନ ଭାବେ ଚାଲିଆସିଛି।
ଏହି ଯାତ୍ରାରେ ଶ୍ରୋତାମାନେ ତାଙ୍କର ସହଯାତ୍ରୀ ଓ ମାର୍ଗଦର୍ଶକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
Advertisment ମୋଦୀ କହିଛନ୍ତି, ଭାରତରେ ତୀର୍ଥଯାତ୍ରାର ଏକ ପ୍ରାଚୀନ ପରମ୍ପରା ରହିଛି।
ତାଙ୍କ ପାଇଁ 'ମନ୍ କି ବାତ୍' ମଧ୍ୟ ଏକ ତୀର୍ଥଯାତ୍ରାଠାରୁ କମ୍ ନୁହେଁ।
ଏହା ମାଧ୍ୟମରେ ଦେଶର ବିଭିନ୍ନ ଅଞ୍ଚଳର ଲୋକଙ୍କ ପ୍ରୟାସକୁ ଜାଣିବା ଏବଂ ସେମାନଙ୍କ ଅବଦାନ ପ୍ରତି ସମ୍ମାନ ଜଣାଇବାର ସୁଯୋଗ ମିଳୁଛି।
ସମାଜ ଓ ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରୁଥିବା ଲୋକମାନେ ନିଜେ ଏକ ତୀର୍ଥସ୍ଥଳୀ ସଦୃଶ ବୋଲି ସେ ମତ ଦେଇଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଅନୁଯାୟୀ, ଏହି ୧୨ ବର୍ଷ ମଧ୍ୟରେ ଦେଶର କୋଣ ଅନୁକୋଣରୁ ଅନେକ ବ୍ୟକ୍ତିଙ୍କ ପ୍ରେରଣାଦାୟୀ କାହାଣୀ ସାମ୍ନାକୁ ଆସିଛି।
ସମାଜର ଦୃଷ୍ଟି ଆଢ଼ୁଆଳରେ ରହିଯାଉଥିବା ଅନେକ ଲୋକ ନିଜର ଅସାଧାରଣ କାର୍ଯ୍ୟ ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣୁଛନ୍ତି।
'ମନ୍ କି ବାତ୍' ସେମାନଙ୍କ କାର୍ଯ୍ୟକୁ ଦେଶବାସୀଙ୍କ ସାମ୍ନାକୁ ଆଣିବାରେ ସହାୟକ ହୋଇଛି।
ଆହୁରି ପଢନ୍ତୁ: Odisha Congress Plans Strategy ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ରଣନୀତି: ଓବିସି, ଏମ୍ଏମ୍ଡିଆର୍, ଏସ୍ଆଇଆର୍ ଓ ସଂଗଠନର ଏକତା ପ୍ରମୁଖ ପ୍ରସଙ୍ଗ ମୋଦୀ ଏହି କାର୍ଯ୍ୟକ୍ରମକୁ ଦେଶର ସାମୂହିକ ଶକ୍ତି ବା 'ଲୋକଶକ୍ତି'କୁ ସମ୍ମାନ ଜଣାଇବାର ଏକ ମାଧ୍ୟମ ବୋଲି ଅଭିହିତ କରିଛନ୍ତି।
ଏହା ତାଙ୍କୁ ଦେଶର ପ୍ରତ୍ୟେକ ପରିବାର ସହ ଯୋଡ଼ିବାର ସୁଯୋଗ ଦେଉଛି।
କାର୍ଯ୍ୟକ୍ରମ ଶୁଣିବା ପରେ ସେମାନଙ୍କୁ ଲାଗୁଛି ଯେ ପ୍ରଧାନମନ୍ତ୍ରୀ ନିଜ ପରିବାରର ଜଣେ ସଦସ୍ୟଙ୍କ ଭଳି ସେମାନଙ୍କ ସହ କଥା ହେଉଛନ୍ତି ବୋଲି ଶ୍ରୋତାମାନେ ଶହ ଶହ ବାର୍ତ୍ତାରେ ଜଣାଉଥିବା ସେ କହିଛନ୍ତି।
ଶ୍ରୋତାଙ୍କଠାରୁ ମିଳୁଥିବା ଏହି ସ୍ନେହ ଓ ଆତ୍ମୀୟତାକୁ ସେ ନିଜର ଅମୂଲ୍ୟ ସମ୍ପଦ ବୋଲି ବର୍ଣ୍ଣନା କରିଛନ୍ତି।
ଆହୁରି ପଢନ୍ତୁ: Baby Boy Dies ବାଲଟି ପାଣିରେ ବୁଡ଼ି ଦେଢ଼ବର୍ଷର ଶିଶୁଙ୍କ ଜୀବନ ଗଲା ୧୨ ବର୍ଷର ଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ପଞ୍ଜାବରେ ପ୍ରାକୃତିକ ଉପାୟରେ କପା ଚାଷ ଓ ପାରମ୍ପରିକ ବୁଣାକାର କଳାର ପୁନରୁଦ୍ଧାର, ଉତ୍ତରାଖଣ୍ଡର ହେୱାଲ ନଦୀର ପୁନର୍ଜୀବନ, ସ୍ଥାନୀୟ ଉତ୍ପାଦର ବିଦେଶୀ ବଜାରରେ ପ୍ରବେଶ ଏବଂ ଖଦିର ବର୍ଦ୍ଧିତ ଲୋକପ୍ରିୟତା ଭଳି ଉଦାହରଣ ମଧ୍ୟ ଉପସ୍ଥାପନ କରିଛନ୍ତି।
ବିହାରର ପୂର୍ଣ୍ଣିଆର ମଖାନା ଗ୍ରୀସ୍ରେ ଏବଂ କର୍ଣ୍ଣାଟକ କଲବୁର୍ଗିର ହରଡ଼ ଡାଲି ମାଳଦ୍ୱୀପରେ ପହଞ୍ଚୁଥିବା କଥା ଉଲ୍ଲେଖ କରି ସେ 'ଭୋକାଲ୍ ଫର୍ ଲୋକାଲ୍' ଅଭିଯାନକୁ ଆହୁରି ମଜଭୁତ କରିବାକୁ ଆହ୍ୱାନ ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।