Mantra for Life: ଜୀବନ-ମନ୍ତ୍ର: ଶାରଦୀୟ ଷୋଳପୂଜା
"ଶାରଦୀୟ ଷୋଳପୂଜା କହିଲେ, ଦେବୀ ଦୁର୍ଗାଙ୍କର ଷୋହଳ ଦିନବ୍ୟାପୀ ଶରତ୍କାଳୀନ ପୂଜାକୁ ବୁଝାଏ।
ଏହାର ଆରମ୍ଭ ବା ମୂଳଦିନ ଆଶ୍ବିନ କୃଷ୍ଣଅଷ୍ଟମୀ ବା ମୂଳାଷ୍ଟମୀ ଏବଂ ଶେଷଦିନ ଆଶ୍ବିନ ଶୁକ୍ଳଅଷ୍ଟମୀ ବା ମହାଷ୍ଟମୀ।
ଆମ ଶାସ୍ତ୍ରଗ୍ରନ୍ଥମାନଙ୍କରେ ଏହି ଦୁର୍ଗାପୂଜାର ଛଅ ପ୍ରକାରର ବିଧାନ ଅଛି।
ତାହା ହେଉଛି- ମୂଳାଷ୍ଟମୀରୁ ମହାଷ୍ଟମୀ ଷୋଡ଼ଶ ଦିନବ୍ୟାପୀ ପୂଜା, ଶୁକ୍ଳ ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ନଅ ଦିନବ୍ୟାପୀ ପୂଜା, ଶୁକ୍ଳପଞ୍ଚମୀ ଠାରୁ ନବମୀ ପର୍ଯ୍ୟନ୍ତ ପାଞ୍ଚ ଦିନବ୍ୟାପୀ ପୂଜା, ଶୁକ୍ଳସପ୍ତମୀ ଠାରୁ ନବମୀ ପର୍ଯ୍ୟନ୍ତ ତିନି ଦିନବ୍ୟାପୀ ପୂଜା ଏବଂ ଶୁକ୍ଳ ଅଷ୍ଟମୀ ଓ ନବମୀ ଦ୍ବିଦିନାତ୍ମକ ପୂଜା ଓ କେବଳ ନବମୀରେ ଏକଦିନାତ୍ମକ ପୂଜା।
ଏହା ବ୍ୟତୀତ, କାର୍ତ୍ତିକ କୃଷ୍ଣପକ୍ଷ ଅଷ୍ଟମୀ ମଧ୍ୟ ଦୁର୍ଗାପୂଜା ପାଇଁ ପ୍ରଶସ୍ତ।Advertisment India Book of Records ସର୍ବବୃହତ କାବ୍ୟ-ଉପନ୍ୟାସ ଲେଖି "ଇଣ୍ଡିଆ ବୁକ ରେକର୍ଡ୍ସରେ ଶିଶୁ ସାହିତ୍ୟିକା ଆନନ୍ଦିତା ଏହି ଶରତ୍କାଳ ଦେବୀ ଦୁର୍ଗାଙ୍କର ଉପାସନା ପାଇଁ ପ୍ରକୃଷ୍ଟ ସମୟ ବୋଲି "ମହାଭାରତ"ରେ ଶରଣଯ୍ୟାଶାୟୀ ପିତାମହ ଭୀଷ୍ମ ଯୁଧିଷ୍ଠିରଙ୍କୁ କହିଛନ୍ତି।
ସେହି ଅନୁସାରେ, ପାରମ୍ପରିକ ଭାବରେ ଶାରଦୀୟ ଦୁର୍ଗାପୂଜା ପାଳିତ ହୋଇଆସୁଛି।
ପିତାମହ କହିଛନ୍ତି- ହେ ଯୁଧିଷ୍ଠିର!
ଯେ ଭକ୍ତବତ୍ସଳା ଚଣ୍ଡିକାଙ୍କୁ ଉତ୍ତମ ରୂପେ ପୂଜା ନ କରେ, ଚଣ୍ଡିକା ଅପମାନିତା ହୋଇ ତାହାର ସମସ୍ତ ପୁଣ୍ୟ ଧ୍ବଂସ କରିଦିଅନ୍ତି।
ଏଣୁ ଆଶ୍ବିନ କୃଷ୍ଣପକ୍ଷ ଅଷ୍ଟମୀ ବା କାର୍ତ୍ତିକ କୃଷ୍ଣପକ୍ଷ ଅଷ୍ଟମୀରେ ଦୁର୍ଗାପୂଜା କରିବା ବିଧେୟ।
India nuclear weapons: "ବୁଲେଟିନ୍ ଅଫ୍ ଦି ଆଟୋମିକ୍ ସାଇଣ୍ଟିଷ୍ଟ୍ସ"ର ଚାଞ୍ଚଲ୍ୟକର ରିପୋର୍ଟ ତେବେ ଦୁର୍ଗାପୂଜା ଯେ କେବଳ ଶରତ୍ଋତୁରେ କରିବା ବିଧେୟ ତାହା ନୁହେଁ।
ଶାରଦୀୟ ଦୁର୍ଗାପୂଜା ପରି ବସନ୍ତକାଳୀନ ବା ବାସନ୍ତିକ ଦୁର୍ଗାପୂଜାର ବିଧାନ ମଧ୍ୟ ଆମ ପରମ୍ପରାରେ ଅଛି।
ପୁଣି "ପଣ୍ଡିତ ସର୍ବସ୍ବ"ରେ ନିର୍ଦ୍ଦେଶ ଅଛି, ଯେ ""ପ୍ରତିଦିନ ଦୁର୍ଗାପୂଜା କରିବା ପ୍ରଶସ୍ତ""।
ଦୁର୍ଗା ଦୁର୍ଗତିନାଶିନୀ।
ଏପରିକି ଦେବତାମାନଙ୍କର ଦୁର୍ଗତିର ନାଶ ପାଇଁ ସେ ସେମାନଙ୍କର ସମ୍ମିଳିତ ତେଜପୁଞ୍ଜରୁ ଜାତ ହୋଇଥିଲେ।
ଏଣୁ ଆମର ଦୁର୍ଗତିର ବିନାଶ ନିମନ୍ତେ ଆମେ ତାଙ୍କର ପୂଜା କରିବା ଉଚିତ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।