Marathi Film: ମରାଠୀ ଫିଲ୍ମ ‘ଗୋନ୍ଧଲ’ ଅସ୍କାର ୨୦୨୭ରେ ଭାରତର ଅଫିସିଆଲ ଏଣ୍ଟ୍ରି ‌

Sep 18, 2026 - 19:20
Marathi Film: ମରାଠୀ ଫିଲ୍ମ ‘ଗୋନ୍ଧଲ’ ଅସ୍କାର ୨୦୨୭ରେ ଭାରତର ଅଫିସିଆଲ ଏଣ୍ଟ୍ରି ‌

"ନୂଆଦିଲ୍ଲୀ: ମରାଠୀ ସିନେମା "ଗୋନ୍ଧଲ"କୁ ୯୯ ତମ ଏକାଡେମୀ ପୁରସ୍କାର (ଅସ୍କାର ୨୦୨୭) ପାଇଁ ଭାରତର ଅଫିସିଆଲ ଏଣ୍ଟ୍ରି ଭାବେ ବଛା ଯାଇଛି।

ଫିଲ୍ମ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ ଶୁକ୍ରବାର ଆଧିକାରିକ ଭାବେ ଘୋଷଣା କରିଛି। "ଗୋନ୍ଧଲ" ଏକ ଥ୍ରିଲର ହୋଇଥିବାବେଳେ ଅସ୍କାର ସମାରୋହରେ "ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର୍‌ ଫିଲ୍ମ" ଶ୍ରେଣୀରେ ଦେଶର ପ୍ରତିନିଧିତ୍ବ କରିବ।

ଚଳିତ ବର୍ଷ ଅସ୍କାର ଦୌଡ଼ରେ ଦେଶର ମୋଟ ୩୩ ଫିଲ୍ମ ସାମିଲ ହୋଇଥିଲା।

ଯେଉଁଥିରୁ ଚୟନ କମିଟି "ଗୋନ୍ଧଲ"ର ନାଁରେ ମୋହର ମାରିଛି।

ଚଳିତ ବର୍ଷ ଫିଲ୍ମ ଫେଡେରେସନ୍‌ ଅଫ୍‌ ଇଣ୍ଡିଆକୁ ଆସିଥିବା ୩୩ ଫିଲ୍ମ ମଧ୍ୟରେ ହିନ୍ଦୀ ଭାଷାରେ ୧୪ ଫିଲ୍ମ ରହିଥିଲା।

ମରାଠୀ, ତେଲୁଗୁ ଓ ଗୁଜରାଟୀ ଭାଷାରେ ୪ଟି ଲେଖାଏଁ ଓ ତାମିଲ ଭାଷାରେ ୩ଟି ଫିଲ୍ମ ରହିଥିଲା।Advertisment ୩୩ ଭାରତୀୟ ଫିଲ୍ମକୁ ପଛରେ ପକାଇଲା ମରାଠୀ ଥ୍ରିଲର "ଗୋନ୍ଧଲ" ଗ୍ରାମୀଣ ମହାରାଷ୍ଟ୍ରର ଲୋକ ପରମ୍ପରା ଓ ଧାର୍ମିକ ଅନୁଷ୍ଠାନ ଉପରେ ଆଧାରିତ ଏକ ସାଇକୋଲଜିକାଲ ଥ୍ରିଲର୍‌।

ସନ୍ତୋଷ ଦାଭଖର ଚଳଚ୍ଚିତ୍ରର କାହାଣୀ ଲେଖିବା ସହିତ ଏହାର ନିର୍ଦ୍ଦେଶନା ଦେଇଥିଲେ, ମୁଖ୍ୟ ଭୂମିକାରେ ଈଶିତା ଦେଶମୁଖ, କିଶୋର କଦମ, ଯୋଗେଶ ସୋହୋନି ଓ ନିଶାଦ ଭୋଏର୍‌ ପ୍ରମୁଖ ଅଭିନୟ କରିଛନ୍ତି।

ଚଳଚ୍ଚିତ୍ରର ସଙ୍ଗୀତ ରଚନା ପ୍ରସିଦ୍ଧ ସଂଗୀତଜ୍ଞ ଇଲାଇୟାରାଜା କରିଛନ୍ତି। "ଗୋନ୍ଧଲ" ପାଇଁ ନିର୍ଦ୍ଦେଶକ ସନ୍ତୋଷ ଦାଭଖରଙ୍କୁ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ରୌପ୍ୟ ମୟୂର ପୁରସ୍କାର (ଶ୍ରେଷ୍ଠ ନିର୍ଦ୍ଦେଶକ) ମିଳିଥିଲା।

Rashmika Mandanna : ରଶ୍ମିକା ମନ୍ଦାନା: ମୁଁ କୌଣସି ଭାଷାରେ ବିଶେଷ ଭଲ ନୁହେଁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।