Mamata Banerjee: ନନ୍ଦିଗ୍ରାମରେ ଲଢ଼ିବନି ମମତାଙ୍କ ଗୋଷ୍ଠୀ; କଂଗ୍ରେସକୁ ସମର୍ଥନ ଘୋଷଣା

Sep 18, 2026 - 19:20
Mamata Banerjee: ନନ୍ଦିଗ୍ରାମରେ ଲଢ଼ିବନି ମମତାଙ୍କ ଗୋଷ୍ଠୀ; କଂଗ୍ରେସକୁ ସମର୍ଥନ ଘୋଷଣା

"କୋଲକାତା: ଆସନ୍ତା ଅକ୍ଟୋବର ୬ ତାରିଖରେ ନନ୍ଦିଗ୍ରାମ ହେବାକୁ ବିଧାନସଭା ଉପନିର୍ବାଚନରୁ ମମତା ବାନାର୍ଜୀଙ୍କ ଟିଏମ୍‌ସି ଗୋଷ୍ଠୀ ପଛକୁ ହଟି ଯାଇଛି।

ଏକ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ଘୋଷଣା କରିଛନ୍ତି ଯେ, ତାଙ୍କ ଗୋଷ୍ଠୀ ନିର୍ବାଚନ ଲଢ଼ିବ ନାହିଁ ଓ ଉପନିର୍ବାଚନରେ କଂଗ୍ରେସ ପାର୍ଟିକୁ ସମର୍ଥନ କରିବ।

ଉଭୟ କଂଗ୍ରେସ ଓ ଟିଏମ୍‌ସି ଇଣ୍ଡି ମେଣ୍ଟରେ ସାମିଲ ଥିଲେ ମଧ୍ୟ ପଶ୍ଚିମବଙ୍ଗରେ ଅଲଗା ଅଲଗା ନିର୍ବାଚନ ଲଢ଼ି ଆସୁଥିବାରୁ ଏହି ଘୋଷଣାକୁ ଭିନ୍ନ ଦୃଷ୍ଟିକୋଣରୁ ଦେଖାଯାଉଛି।

ଦୁଇ ଦଳ ଶେଷ ଥର ପାଇଁ ସହଯୋଗୀ ଦଳ ଭାବେ ୨୦୧୧ ବିଧାନସଭା ନିର୍ବାଚନ ଲଢ଼ିଥିଲେ।Advertisment ଉପନିର୍ବାଚନରେ କଂଗ୍ରେସ ପାର୍ଟିକୁ କରିବ ସମର୍ଥନ ତେବେ ମମତା ଆଜି ଘୋଷଣା କରିଛନ୍ତି ଯେ, ତାଙ୍କ ଦଳ ନନ୍ଦିଗ୍ରାମ ପାଇଁ ପ୍ରାର୍ଥୀ ବାଛିବ ନାହିଁ, ବରଂ ଏହି ଆସନରୁ କଂଗ୍ରେସର ପ୍ରାର୍ଥୀ ମିଲାନ ପ୍ରଧାନଙ୍କୁ ସମର୍ଥନ କରିବ।

ଏହି ପଦକ୍ଷେପ ବିଜେପି ବିରୋଧରେ ଇଣ୍ଡିମେଣ୍ଟର ଏକତା ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ମମତା କହିଛନ୍ତି।

ମମତା ଆହୁରି ମଧ୍ୟ କହିଥିଲେ ଯେ, ଗୁରୁବାର ସେ ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହିତ କଥା ହୋଇଥିଲେ ଓ ବିଜେପି ବିରୋଧରେ ଏକାଠି ଲଢ଼ିବେ ନିଷ୍ପତ୍ତି ନେଇଥିଲେ।

ଏହାପୂର୍ବରୁ ନନ୍ଦିଗ୍ରାମରୁ ମମତାଙ୍କ ଟିଏମ୍‌ସି ଗୋଷ୍ଠୀର ପ୍ରାର୍ଥୀ ହୋଇଥିବା ଶିକ୍ଷୟିତ୍ରୀ ସଞ୍ଚିତା ପ୍ରଧାନ ଦେ ପ୍ରତିଦ୍ବନ୍ଦ୍ବିତାରୁ ଓହରି ଯିବାକୁ ଘୋଷଣା କରିଥିଲେ।

ଶୁକ୍ରବାର ସକାଳେ ସଞ୍ଚିତା ଦେ ନିର୍ବାଚନରୁ ଓହରି ଯିବାକୁ ଘୋଷଣା କରିବା ପରେ ଅପରାହ୍ଣରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ରାଜ୍ୟ ସଚିବାଳୟ "ନବାନ୍ନ"ରେ ଭେଟିଥିଲେ।

Odisha Municipal Elections ପୌରପରିଷଦ ସାଧାରଣ ନିର୍ବାଚନ: ଜାରି ହେଲା ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସଂଶୋଧନ କାର୍ଯ୍ୟସୂଚୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।