Marco Rubio Calls India a Refining Superpower: ଭାରତକୁ ମହାଶକ୍ତି କହିଲେ ମାର୍କୋ ରୁବିଓ, ଆମେରିକା ଦେଲା ବଡ଼ ସଙ୍କେତ

Oct 20, 2026 - 18:47
Marco Rubio Calls India a Refining Superpower: ଭାରତକୁ ମହାଶକ୍ତି କହିଲେ ମାର୍କୋ ରୁବିଓ, ଆମେରିକା ଦେଲା ବଡ଼ ସଙ୍କେତ

ଭାରତକୁ ଆମେରିକାର ବଡ଼ ପ୍ରଶଂସା। ଭାରତ ହେଉଛି ଏକ ‘ରିଫାଇନିଂ ସୁପରପାୱାର’ ବା ତୈଳ ବିଶୋଧନରେ ମହାଶକ୍ତି। ଭାରତ ଭେନେଜୁଏଲାରୁ ଅଧିକ ଅଶୋଧିତ ତେଲ ଆଣି ଏହାକୁ ବିଶୋଧନ କରିବାର କ୍ଷମତା ରଖିଛି ବୋଲି କହିଛନ୍ତି ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ। 

ମୁମ୍ବାଇରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ରୁବିଓ କହିଛନ୍ତି, ଭାରତ ପୂର୍ବରୁ ମଧ୍ୟ ବହୁତ ଅଶୋଧିତ ତେଲ ବିଶୋଧନ କରିଛି। ଭେନେଜୁଏଲାରେ ଭାରତର ପୂର୍ବରୁ ଥିବା ତୈଳ ଉତ୍ପାଦନ ଚୁକ୍ତି ମଧ୍ୟ ଏ କ୍ଷେତ୍ରରେ ସହାୟକ ହୋଇପାରେ। ତେବେ ଆମେରିକାର କଟକଣା ସମ୍ପର୍କିତ କିଛି ପ୍ରତିବନ୍ଧକ ଦୂର କରିବାକୁ ପଡ଼ିପାରେ। ବିଶ୍ୱରେ ତେଲ ଯୋଗାଣରେ ଅଭାବ ଦେଖାଦେଲେ ଭେନେଜୁଏଲାର ତେଲ କିଛି ମାତ୍ରାରେ ସହାୟତା କରିପାରିବ ବୋଲି ସେ କହିଛନ୍ତି।

ଅନ୍ୟପଟେ, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ନେଇ ମଧ୍ୟ ବଡ଼ ସଙ୍କେତ ଦେଇଛନ୍ତି ରୁବିଓ। ଚୁକ୍ତିର କିଛି ପ୍ରସଙ୍ଗ ବାକି ଥିବା ବେଳେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଖୁବ୍‌ଶୀଘ୍ର ଏ ନେଇ ଭଲ ଖବର ମିଳିପାରେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଏହା ସହ ଶକ୍ତି, ବାଣିଜ୍ୟ, ପ୍ରତିରକ୍ଷା ଓ ଅତ୍ୟାଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ଦୁଇ ଦେଶର ସହଯୋଗ ବଢ଼ାଇବା ଉପରେ ଆଲୋଚନା ହେବ। ରୁବିଓ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସହ ମଧ୍ୟ ଆଲୋଚନା କରିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।