Marriage: ବର ସାଜିଲେ ଲୋକପ୍ରିୟ ଅଭିନେତା

Jul 04, 2026 - 22:25
Marriage: ବର ସାଜିଲେ ଲୋକପ୍ରିୟ ଅଭିନେତା

ପ୍ରେମ ଆଗରେ ହାର ମାନେ ବୟସ। ସମୟ ସହିତ ପ୍ରେମ କମିନଥାଏ ବରଂ ଏହା ଆହୁରି ମଜବୁତ ହୋଇଯାଏ। ଏହାର ସୁନ୍ଦର ଉଦାହରଣ ଦେଇଛନ୍ତି ମରାଠୀ ସିନେମାର ଲୋକପ୍ରିୟ ଅଭିନେତା ଅଶୋକ ସରାଫ। ୭୮ ବର୍ଷ ବୟସରେ ସେ ପୁଣିଥରେ ବର ସାଜିଛନ୍ତି। ତେବେ ସେ ଆଉ କାହାକୁ ବିବାହ କରିନାହାନ୍ତି। ବରଂ ନିଜ ଜୀବନସଙ୍ଗିନୀ ନିବେଦିତା ସରାଫଙ୍କୁ ପୁଣିଥରେ ବିବାହ କରିଛନ୍ତି। ଏହି ବିବାହର ଫଟୋ ସୋସିଆଲ ମିଡିଆରେ ଅଫଲୋଡ ହେବା ପରେ ଖୁବ୍ ଭାଇରାଲ ହୋଇଛି। ଫଟୋ ଦେଖି ଫ୍ୟାନ୍ସମାନେ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇବା ସହ ଢେରସାରା ଭଲପାଇବା ମଧ୍ୟ ଦେଇଛନ୍ତି।  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।