Foreign exchange: ବିଦେଶୀ ମୁଦ୍ରା ଭଣ୍ଡାର ୭୪୦ ବିଲିଅନ ଡଲାର ଟପିଲା

Sep 05, 2026 - 06:01
Foreign exchange: ବିଦେଶୀ ମୁଦ୍ରା ଭଣ୍ଡାର ୭୪୦ ବିଲିଅନ ଡଲାର ଟପିଲା

"ମୁମ୍ବାଇ: ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ଅଗଷ୍ଟ ୨୮ ସୁଦ୍ଧା ୭୪୦.୮୦ ବିଲିଅନ ଡଲାର ଅତିକ୍ରମ କରି ନୂଆ ରେକର୍ଡ କରିଛି।

ଅଗଷ୍ଟ ୨୧ ତାରିଖ ସୁଦ୍ଧା ଏହା ପୂର୍ବ ରେକର୍ଡ ଭାଙ୍ଗି ୭୨୯.୩୩ ବିଲିଅନ ଡଲାରରେ ପହଞ୍ଚିଥିଲା।

ଅଗଷ୍ଟ ୨୧ରୁ ୨୮ ତାରିଖ ମଧ୍ୟରେ ବୈଦେଶିକ ମୁଦ୍ରା ଭଣ୍ଡାରରେ ୧୧.୪୭ ବିଲିଅନ ଡଲାରର ବୃଦ୍ଧି ହୋଇଛି।

ଅଗଷ୍ଟ ୧୪ରୁ ୨୧ ତାରିଖ  ମଧ୍ୟରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୧୨.୪୨୨ ବିଲିଅନ ଡଲାରର ବୃଦ୍ଧି ଘଟିଥିଲା।

ମଧ୍ୟପ୍ରାଚ୍ୟ ଯୁଦ୍ଧ ପୂର୍ବରୁ ଫେବ୍ରୁଆରି ୨୭ରେ ‌ବୈଦେଶିକ ମୁଦ୍ରା ଭଣ୍ଡାର ୭୨୮ ବିଲିଅନ ଡଲାର ସ୍ତରରେ ରହିଥିଲା।

ପରେ ସେଥିରେ ହ୍ରାସ ଘଟିଥିଲା।

ଦେଶକୁ ଡଲାର ଆକର୍ଷିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଜୁନ ମାସରେ ସ୍ବତନ୍ତ୍ର ଯୋଜନା ଆଣିବା ପରେ ଏଥିରେ ସୁଧାର ଆସିଛି।Advertisment Standing committee: ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ ଲଗାତାର ୯ ସପ୍ତାହ ହେଲା ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ପାଉଛି।

ଗତ ୯ ସପ୍ତାହ ମଧ୍ୟରେ ଏଥିରେ ୭୫ ବିଲିଅନ ଡଲାରର ବୃଦ୍ଧି ହୋଇଛି।

ଜୁନ ୫ରୁ ଅଗଷ୍ଟ ୨୧ ମଧ୍ୟରେ ରିଜର୍ଭ ବ୍ୟାଙ୍କର ଯୋଜନା ଜରିଆରେ ୧୩୬ ବିଲିଅନ ଡଲାରରୁ ଅଧିକ ବିଦେଶୀ ମୁଦ୍ରା ଆସିଛି।

ସେଥିରୁ ପ୍ରାୟ ୧୨୭ ବିଲିଅନ ଡଲାର ପ୍ରବାସୀ ଭାରତୀୟମାନେ ଜମା କରିଛନ୍ତି।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଅଗଷ୍ଟ ୨୧ରୁ ୨୮ ତାରିଖ ମଧ୍ୟରେ ବୈଦେିଶକ ମୁଦ୍ରା ପରିସମ୍ପତ୍ତି ୯.୩୩୭ ବିଲିଅନ ଡଲାର ବୃଦ୍ଧି ଘଟି ୬୦୦.୬୭ ବିଲିଅନ ଡଲାରରେ ପହଞ୍ଚିଛି।

ଗଚ୍ଛିତ ସୁନା ମୂଲ୍ୟରେ ୨.୧୯୧ ବିଲିଅନ ଡଲାର ବୃଦ୍ଧି ଘଟି ୧୧୬.୪୦୯ ବିଲିଅନ ଡଲାରରେ ପହଞ୍ଚିଛି।

MoU: ଏମବିଆର୍ ଓ ଏମଏସସିବି ବିଶ୍ୱବିଦ୍ୟାଳୟ ମଧ୍ୟରେ ଐତିହାସିକ ବୁଝାମଣା ପତ୍ର ସ୍ୱାକ୍ଷରିତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।