Massive Drone Attack Hits Moscow: ମସ୍କୋରେ ୟୁକ୍ରେନର ରାତିଅଧିଆ ଡ୍ରୋନ୍ ଆକ୍ରମଣ, ଧୂଆଁରେ ଛାଇଗଲା ଆକାଶ
ରୁଷିଆର ମସ୍କୋ ଅଞ୍ଚଳରେ ରାତିଅଧିଆ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ। ଆକ୍ରମଣ ପରେ ଦେଶର ସବୁଠୁ ବଡ଼ ଅନଲାଇନ୍ ରିଟେଲର୍ ୱାଇଲ୍ଡବେରିଜ୍ର ଏକ ବିଶାଳ ଲଜିଷ୍ଟିକ୍ସ ଗୋଦାମରେ ଭୟଙ୍କର ନିଆଁ ଲାଗିଛି। ଘଟଣାସ୍ଥଳରୁ ଉଠୁଥିବା କଳା ଧୂଆଁ ଏବଂ ଜଳନ୍ତା ଗୋଦାମର ଦୃଶ୍ୟ ଏବେ ସାମ୍ନାକୁ ଆସିଛି।
ମସ୍କୋଠାରୁ ପ୍ରାୟ ୪୫ କିଲୋମିଟର ଦକ୍ଷିଣରେ ରହିଛି ଏହି ଗୋଦାମ। ଆକ୍ରମଣ ପରେ ନିଆଁ ଲାଗିଥିବା ୱାଇଲ୍ଡବେରିଜ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ନିଆଁ ଲାଗିବା ପୂର୍ବରୁ ସୁରକ୍ଷା ପ୍ରୋଟୋକଲ୍ ଅନୁସାରେ କର୍ମଚାରୀମାନଙ୍କୁ ଖାଲି କରାଯାଇଥିବା କମ୍ପାନୀ କହିଛି। ଅନ୍ୟପଟେ ଡୋମୋଡେଡୋଭୋ ଅଞ୍ଚଳର ଆଉ ଏକ ଲଜିଷ୍ଟିକ୍ସ କେନ୍ଦ୍ର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।
ଏହା କେବଳ ଗୋଟିଏ ଗୋଦାମ ଉପରେ ଆକ୍ରମଣ ନୁହେଁ। ରୁଷର ବିଭିନ୍ନ ଅଞ୍ଚଳକୁ ଟାର୍ଗେଟ୍ କରି ଏକ ବ୍ୟାପକ ଡ୍ରୋନ୍ ଆକ୍ରମଣ ହୋଇଥିବା ଦାବି କରିଛି ରୁଷ। ଆକ୍ରମଣରେ ଅତି କମରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଆମେରିକୀୟ ଗଣମାଧ୍ୟମ ଏପି ରିପୋର୍ଟ କରିଛି।
ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ଦେଶବ୍ୟାପୀ ଆକ୍ରମଣରେ ୮୨୨ଟି ୟୁକ୍ରେନୀୟ ଡ୍ରୋନ୍କୁ ଧ୍ୱଂସ କିମ୍ବା ନିଷ୍କ୍ରିୟ କରାଯାଇଛି। ମସ୍କୋ ମେୟର ସର୍ଗେଇ ସୋବ୍ୟାନିନ୍ଙ୍କ ଦାବି ଅନୁସାରେ, ୬୦୦ରୁ ଅଧିକ ଡ୍ରୋନ୍ ରାଜଧାନୀ ଆଡ଼କୁ ଆସୁଥିଲା।
ମସ୍କୋ ଅଞ୍ଚଳର ଗଭର୍ଣ୍ଣର ଆନ୍ଦ୍ରେଇ ଭୋରୋବ୍ୟୋଭ୍ କହିଛନ୍ତି, ବିଭିନ୍ନ ଜିଲ୍ଲାରେ ୧୮୭ଟି ଡ୍ରୋନ୍କୁ ବାୟୁ ପ୍ରତିରକ୍ଷା ଓ ଇଲେକ୍ଟ୍ରୋନିକ୍ ଯୁଦ୍ଧ ପ୍ରଣାଳୀ ଦ୍ୱାରା ଧ୍ୱଂସ କିମ୍ବା ନିଷ୍କ୍ରିୟ କରାଯାଇଛି।
ତେବେ ୱାଇଲ୍ଡବେରିଜ୍ର ଗୋଦାମକୁ ବାରମ୍ବାର କାହିଁକି ଟାର୍ଗେଟ୍ କରାଯାଉଛି?
ୟୁକ୍ରେନୀୟ କର୍ତ୍ତୃପକ୍ଷଙ୍କ ଅଭିଯୋଗ, ୱାଇଲ୍ଡବେରିଜ୍ର କିଛି ଲଜିଷ୍ଟିକ୍ସ କେନ୍ଦ୍ରରୁ ସାମରିକ ଉପକରଣ, ଡ୍ରୋନ୍ର ଅଂଶ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରାଯାଉଛି। ତେବେ ଏହି ଅଭିଯୋଗକୁ ରୁଷିଆ ଖଣ୍ଡନ କରିଛି।
ରୁଷର ସବୁଠୁ ବଡ଼ ଅନଲାଇନ୍ ରିଟେଲର୍ ୱାଇଲ୍ଡବେରିଜ୍ ୨୦୦୪ରେ ପ୍ରତିଷ୍ଠିତ ହୋଇଥିଲା। ଗୋଦାମ, ପେମେଣ୍ଟ୍ ଓ ଡେଲିଭରି ସେବା ସହ ଏହା ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଯୋଡ଼ିଥାଏ। ଗତ କିଛି ସପ୍ତାହ ମଧ୍ୟରେ କମ୍ପାନୀର ଏକାଧିକ ଲଜିଷ୍ଟିକ୍ସ କେନ୍ଦ୍ର ଟାର୍ଗେଟ୍ ହୋଇଥିବାରୁ ରୁଷର ଇ-କମର୍ସ ନେଟୱର୍କ ଉପରେ ଏହାର ପ୍ରଭାବ ବଢ଼ିବାରେ ଲାଗିଛି।
🔥 The largest Wildberries logistics hub in all of Russia has been finally destroyed.
— Igor Sushko (@igorsushko) August 16, 2026
Koledino, Moscow.
Wildberries appears to have made a conscious choice not to empty this warehouse despite knowing Ukraine will destroy it like all others.
Expect $1.5+ billion in damages. pic.twitter.com/SISsou9uU2
🔥❗️BREAKING: A massive fire has engulfed the entire Wildberries logistics hub in Koledino, Moscow Oblast, following tonight’s drone attack.
— Special Kherson Cat 🐈🇺🇦 (@bayraktar_1love) August 16, 2026
The 250,000 m² complex was one
of Wildberries’ two largest warehouses. The other, in Elektrostal, was destroyed in a strike in July,… pic.twitter.com/Tt5So1seLa
More footage of one of Wildberries' largest warehouses burning in Koledino, Moscow region - 250,000 square meters. https://t.co/OSyAw4Z3eYpic.twitter.com/4WVEhPkwQc
— WarTranslated (@wartranslated) August 16, 2026
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।