Massive Factory Fire: କାରଖାନାରେ ଲାଗିଛି ନିଆଁ; ଭୟଙ୍କର ଅଗ୍ନିକାଣ୍ଡ ପରେ ଚାଲିଛି ନିଆଁ ଲିଭା ଉଦ୍ୟମ
ଉତ୍ତର ପ୍ରଦେଶ ମୁରାଦାବାଦରେ ବଡ଼ ଧରଣର ଅଗ୍ନିକାଣ୍ଡ। କଟଘର ଥାନା ଅଞ୍ଚଳର ଏକ କାରଖାନାରେ ଲାଗିଛି ନିଆଁ। ଭୟଙ୍କର ଅଗ୍ନିକାଣ୍ଡ ପରେ ଚାଲିଛି ନିଆଁ ଲିଭା ଉଦ୍ୟମ। ମୁରାଦାବାଦର ମୁଖ୍ୟ ଅଗ୍ନିଶମ ଅଧିକାରୀ ରାଜୀବ କୁମାର ପାଣ୍ଡେ କହିଛନ୍ତି ଯେ ଘଟଣାସ୍ଥଳକୁ ପ୍ରାୟ ଦଶଟି ଦମକଳ ଗାଡି ନିୟୋଜିତ କରାଯାଇଛି।
ଏହି ଘଟଣାରେ କୌଣସି ଜୀବନହାନି ହୋଇନାହିଁ। "ଆରଏଚ୍ ଇଣ୍ଟରନ୍ୟାସନାଲ୍ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। କାରଖାନାଟି ପ୍ରାୟ ଗୋଟିଏ ଘଣ୍ଟା ଧରି ଜଳିଥିଲା। ଏହି ବଡ଼ ଧରଣର ଅଗ୍ନିକାଣ୍ଡରେ କୌଣସି ଜୀବନହାନି ହୋଇନାହିଁ।
- କାରଖାନାରେ ବଡ଼ ଧରଣର ନିଆଁ
- ଉତ୍ତରପ୍ରଦେଶ ମୋରାଦାବାଦରେ ବଡ଼ ଧରଣର ଅଗ୍ନିକାଣ୍ଡ
- କଟଘର ଥାନା ଅଞ୍ଚଳର ଏକ କାରଖାନାରେ ଲାଗିଛି ନିଆଁ
- ଭୟଙ୍କର ଅଗ୍ନିକାଣ୍ଡ ପରେ ଚାଲିଛି ନିଆଁ ଲିଭା ଉଦ୍ୟମ
- କେମିତି ଲାଗିଲା ନିଆଁ କାରଣ ଅସ୍ପଷ୍ଟ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।