Matrimonial Website Scam: ବିବାହର ପ୍ରଲୋଭନ ଦେଖାଇ ୧ କୋଟି ୧୯ ଲକ୍ଷ ଟଙ୍କା ଠକେଇ, ନକଲି ଡାକ୍ତର ଗିରଫ

Oct 20, 2026 - 09:52
Matrimonial Website Scam: ବିବାହର ପ୍ରଲୋଭନ ଦେଖାଇ ୧ କୋଟି ୧୯ ଲକ୍ଷ ଟଙ୍କା ଠକେଇ, ନକଲି ଡାକ୍ତର ଗିରଫ

ବିବାହ ପ୍ରଲୋଭନ ଦେଖାଇ କୋଟିଏ ୧୯ ଲକ୍ଷ ଟଙ୍କା ଠକେଇ। ଅଭିଯୁକ୍ତ ନକଲି ଡାକ୍ତରଙ୍କୁ ଗିରଫ କଲା ପୋଲିସ। ମାଟ୍ରିମୋନିଆଲ୍ ୱେବସାଇଟରେ ପରିଚୟ, ତାପରେ ନକଲି ଡାକ୍ତରୀ କାଗଜପତ୍ର ଦେଖାଇ ଏକାଧିକ ମହିଳାଙ୍କୁ ଠକେଇ କରିଛି ଅଭିଯୁକ୍ତ। ତା ନାଁ ଜିନୁ ସାହାଣୀ ଓରଫ ରାକେଶ ରାଜପୁତ। ୩୯ ବର୍ଷୀୟ ଜିନୁକୁ ଗୋଆରୁ ଗିରଫ କରିଛି ପୋଲିସ। ତା ଟାର୍ଗେଟରେ ରହିଥିଲେ ବିଧବା ମହିଳା। ନିଜକୁ ଡାକ୍ତର କହି ପ୍ରଲୋଭନ ଦେଖାଇ, ମିଠା କଥା କହି ଫସାଉଥିଲା। ପରେ ବିଭିନ୍ନ ଆଳରେ ଠକେଇ କରୁଥିଲା।

ପୋଲିସର ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଜଣେ ବିଧବା ମହିଳା ଦ୍ୱିତୀୟ ବିବାହ ପାଇଁ ମାଟ୍ରିମୋନିଆଲ ସାଇଟରେ ଏକ ପ୍ରୋଫାଇଲ୍ ଖୋଲିଥିଲେ। ସେହି ସାଇଟ୍ ରେ ନିଜକୁ ଭୁବନେଶ୍ୱରର ସାଇ କୃପା ଦାସ ବୋଲି ପରିଚୟ ଦେଇଥିଲେ ଜିନୁ ସାହାଣୀ। ଧୀରେ ଧୀରେ ମହିଳାଙ୍କ ବିଶ୍ୱାସ ଜିତିବା ପରେ ଅଭିଯୁକ୍ତ ନିଜର ଅସୁସ୍ଥତା ନେଇ ମିଛ କାହାଣୀ କହିଥିଲା। ନକଲି ଡାକ୍ତରୀ ରିପୋର୍ଟ ଓ ଫଟୋ ପଠାଇଥିଲା। ଏଥିରେ ବିଶ୍ୱାସ କରି ମହିଳା ଜଣଙ୍କ ତାଙ୍କୁ ଟଙ୍କା ପଠାଇଥିଲେ। ଏଭଳି ବହୁ ମହିଳାଙ୍କ ସହ ବିବାହ ସାଇଟରେ ଯୋଗାଯୋଗ କରି ହ୍ୱାଟ୍ସଆପ୍ ଭିଡିଓ କଲ୍ ମାଧ୍ୟମରେ ମହିଳାଙ୍କ ବିଶ୍ୱାସ ହାସଲ କରି ଟଙ୍କା ଆଦାୟ କରୁଥିଲା ଅଭିଯୁକ୍ତ।

ଧରାପଡ଼ିବା ପରେ ପୁଲିସ ତା’ଠାରୁ ୭ଟି ମୋବାଇଲ୍, ଏକାଧିକ ସିମ୍ କାର୍ଡ, ରବର ଷ୍ଟାମ୍ପ ଜବତ କରିଛି। ତାର ୧୨ ଲକ୍ଷ ୩୧ ହଜାର ଟଙ୍କାକୁ ଫ୍ରିଜ୍ କରିଛି ପୋଲିସ। ଅଭିଯୁକ୍ତ ବିରୋଧରେ ପୂର୍ବରୁ ପୁରୀ, କୋଣାର୍କ, ବ୍ରହ୍ମପୁର ସାଇବର କ୍ରାଇମ୍ ଏବଂ ଭୁବନେଶ୍ୱରର ବିଭିନ୍ନ ଥାନାରେ ଠକେଇ ସମ୍ପର୍କିତ ମାମଲା ରହିଥିବା ପୁଲିସ କହିଛି। ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଉତ୍ତମ କୁମାର ସାହୁ ଓରଫ ମିକିକୁ ଅଗଷ୍ଟ ୨ ତାରିଖରେ ଗିରଫ କରାଯାଇ ସାରିଛି।... 

ବିବାହ କରିବାକୁ କହି କୋଟିଏ ୧୯ ଲକ୍ଷ ଠକେଇ
ଅଭିଯୁକ୍ତ ନକଲି ଡାକ୍ତରଙ୍କୁ ଗିରଫ କଲା ପୋଲିସ
ବିବାହ ସାଇଟରେ ଡାକ୍ତର ପରିଚୟ ଦେଇ ଠକେଇ
ଏକାଧିକ ମହିଳାଙ୍କୁ ଠକିଛି ଅଭିଯୁକ୍ତ ଜିନୁ ସାହାଣୀ 
୩୯ ବର୍ଷୀୟ ଜିନୁକୁ ଗୋଆରୁ ଗିରଫ କଲା ପୋଲିସ
୧୨ ଲକ୍ଷ ଟଙ୍କା ଫ୍ରିଜ୍, ମୋବାଇଲ-ସିମ୍-ରବର ଷ୍ଟାମ୍ପ ଜବତ
ଅଭିଯୁକ୍ତ ଜିନୁ ଟାର୍ଗେଟରେ ଥିଲେ ବିଧବା
ପୁରୀ, କୋଣାର୍କ, ବ୍ରହ୍ମପୁର ଏବଂ ଭୁବନେଶ୍ୱରରେ ରହିଛି ମାମଲା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।