Mayor and Commissioner: ଫଳକ ରାଜନୀତି: ମେୟର-କମିସନର୍‌ ମୁହାଁମୁହିଁ

Oct 14, 2026 - 08:15
Mayor and Commissioner: ଫଳକ ରାଜନୀତି: ମେୟର-କମିସନର୍‌ ମୁହାଁମୁହିଁ

"ଭୁବନେଶ୍ବର: ବହୁଦିନରୁ ଭୁବନେଶ୍ବର ମହାନଗର ନିଗମ ମେୟର ଓ କମିସନରଙ୍କ ଭିତରେ ଚାଲିଥିବା ଶୀତଳ ଯୁଦ୍ଧ ଆଜି ପଦାରେ ପଡ଼ିଛି।

ଘାଟିକିଆଠାରେ ଖେଳପଡ଼ିଆ ଲୋକାର୍ପଣ କାର୍ଯ୍ୟକ୍ରମରେ ଆଜି ଯେଉଁ ଫଳକ ଲାଗିଥିଲା, ସେଥିରେ ବିଧାୟକ, ସାଂସଦଙ୍କ ନାମ ରହିଥିଲେ ବି ମେୟରଙ୍କ ନାମ ରଖାଯାଇନି।

ଭୁବନେଶ୍ବରର ପ୍ରଥମ ନାଗରିକଙ୍କୁ ଏଭଳି ଅସମ୍ମାନକୁ ନେଇ ‌ଆଜି ପ୍ରବଳ ବିଗିଡ଼ିଛନ୍ତ ମେୟର ସୁଲୋଚନା ଦାସ।

ସର୍ବସମ୍ମୁଖରେ କମିସନର୍‌ ତଥା ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣାଙ୍କ ଉପରେ ନିଜ ଆକ୍ରୋଶ ଝାଡ଼ିଛନ୍ତି।

ମେୟରଙ୍କ ସହ ବିଏମ୍‌ସିର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଓ କର୍ପୋରେଟରମାନେ କ୍ଷୋଭ ଝାଡ଼ିଛନ୍ତି।

ଭୁବନେଶ୍ବରର ପ୍ରଥମ ନାଗରିକଙ୍କୁ ଏଭଳି ଅସମ୍ମାନ ‌ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।

କେବଳ ଆଜି ନୁହେଁ, ବାରମ୍ବାର ଏଭଳି ଅଣଦେଖା କରାଯାଉଛି ବୋଲି ଅଭିଯୋଗ କରିଛନ୍ତି।

ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ହସ୍ତକ୍ଷେପ କରିବା ସହ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।Advertisment SIR: ଭୋଟର ତାଲିକାରୁ ନାଁ କଟିଥିଲେ ଫର୍ମ-୬ ଭରିବା ବାଧ୍ୟତାକୁ ଚ୍ୟାଲେଞ୍ଜ: ମିଥ୍ୟା ଘୋଷଣା ପାଇଁ ଦଣ୍ଡର ଆଶଙ୍କା ଆଜି ବସ୍ତିବାସିନ୍ଦା ଆବାସିକ ପ୍ରକଳ୍ପ, ଘାଟିକିଆ ବଜରଙ୍ଗୀ ଖେଳ ପଡ଼ିଆ ସମେତ ୧୨ଟି ଖେଳ ପଡ଼ିଆର ଲୋକାର୍ପଣ ଉତ୍ସବ ଘାଟିକିଆଠାରେ ଆୟୋଜିତ ହୋଇଥିଲା।

ଏଥିରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଥିଲେ।

ସମ୍ମାନିତ ଅତିଥି ଭାବେ ନଗର ଉନ୍ନୟନ ମନ୍ତ୍ରୀ, ଭୁବନେଶ୍ବର ସାଂସଦ, ଭୁବନେଶ୍ବର ମଧ୍ୟ ବିଧାୟକ, ଉତ୍ତର ବିଧାୟକ ଓ ଏକାମ୍ର ବିଧାୟକ, ଖୋର୍ଦ୍ଧା ବିଧାୟକ, ବିଏମ୍‌ସି ମେୟର ସୁଲୋଚନା ଦାସଙ୍କୁ ନିମନ୍ତ୍ରଣ କରାଯାଇଥିଲା।

ମେୟର ଶ୍ରୀମତୀ ଦାସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, କର୍ପୋରେଟରଙ୍କ ସହ ପହଞ୍ଚିଲା ବେଳକୁ ଖେଳ ପଡ଼ିଆ ଲୋକାର୍ପଣ ଫଳକରେ ସାଂସଦ, ବିଧାୟକଙ୍କ ନାମ ଉଲ୍ଲେଖ ଥିଲେ ବି ମେୟରଙ୍କ ନାମ ଉଲ୍ଲେଖ ନଥିଲା।

ଏହାକୁ ନେଇ ମେୟର ବିରକ୍ତ ହୋଇଥିଲେ।

ସିଧାସଳଖ ଏପରି କାହିଁକି ହେଲା ବୋଲି କମିସନର୍‌ଙ୍କୁ ସର୍ବସମ୍ମୁଖରେ ପ୍ରଶ୍ନ କରିଥିଲେ। "ଯଦି ଡାକିବାର ଥିଲା, ସସମ୍ମାନ ଡାକିଥା"ନ୍ତ, ନଚେତ୍‌ ଡାକି ନଥା"ନ୍ତ।

ଏଭଳି କାହିଁକି କରାଗଲା।

ଏହା ପ୍ରଥମ ନୁହେଁ, ବାରମ୍ବାର ଏଭଳି କାହିଁକି ହେଉଛି," ବୋଲି ପ୍ରଶ୍ନ କରିଥିଲେ।

ଯଦି ଜାଣିଶୁଣି ଏଭଳି କରାଯାଇଛି, ଆମେ ସଭା ଛାଡ଼ି ପଳାଉଛୁ ବୋଲି କହିଥିଲେ।

ଅନ୍ୟ କର୍ପୋରେଟରମାନେ ବି ଏକଥା ଦୋହରାଇଥିଲେ।

ପରେ ଖୋର୍ଦ୍ଧା ବିଧାୟକ ଶ୍ରୀ ଜଗଦ୍ଦେବ ଆସି ମେୟରଙ୍କୁ ବୁଝାଇଥିଲେ।

ଏହା ଅଜାଣତରେ ଭୁଲ୍‌ ହୋଇଯାଇଛି ବୋଲି କମିସନର କହିଥିଲେ।

ଆଜି ମେୟର ଓ କମିସନର୍‌ଙ୍କ ଏଭଳି କଥା କଟାକଟି, ଚର୍ଚ୍ଚାର ବିଷୟ ପାଲଟିଛି।

Dead: ଇଞ୍ଜିନିୟରଙ୍କ ଆତ୍ମହତ୍ୟା ଘଟଣା: ଦରମା ଓ ଘର ହସ୍ତାନ୍ତର ପାଇଁ ଚାପ ଅଭିଯୋଗ ଆସିଲେନି ସାଂସଦ, ୨ ବିଧାୟକଭୁବନେଶ୍ବର ପାଇଁ ୨୨୦ କୋଟିରୁ ଅଧିକ ବଡ଼ ବଡ଼ ପ୍ରକଳ୍ପ ଲୋକାର୍ପିତ ଓ ‌ଶିଳାନ୍ୟାସ ହୋଇଯାଇଛି।

ଯେହେତୁ ଏହି ପ୍ରକଳ୍ପ ଭୁବନେଶ୍ବରର ବସ୍ତିବାସିନ୍ଦା ଓ ଅନ୍ୟମାନଙ୍କ ପାଇଁ ଥିଲା, କାର୍ଯ୍ୟକ୍ରମକୁ ସମସ୍ତ ରାଜନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲା।

କିନ୍ତୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ବାହାରେ ଥିବାରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିଲେ।

ଅପରପକ୍ଷେ ବିଜେଡିର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ବି ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି।

ମଞ୍ଚ ଉପରେ ଏହି ତିନି ଅତିଥିଙ୍କ ପାଇଁ ଚେୟାର ପଡ଼ିଥିଲେ ବି ଏହା ଖାଲି ପଡ଼ିଥିଲା।

ତିନି ନେତାଙ୍କ ଅନୁପସ୍ଥିତି ଆଜି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।