08 OCTOBER 2026

Welcome!

Unlock your personalized experience.
Sign Up

Mayor and the Commissioner: ମେୟର ଓ କମିସନରଙ୍କ ଆଶ୍ୱାସନ ପରେ: ‘ଆମେ ଭୁବନେଶ୍ୱରିଆ’ଙ୍କ ସତ୍ୟାଗ୍ରହ ପ୍ରତ୍ୟାହାର

Oct 08, 2026 - 10:07
Mayor and the Commissioner: ମେୟର ଓ କମିସନରଙ୍କ ଆଶ୍ୱାସନ ପରେ: ‘ଆମେ ଭୁବନେଶ୍ୱରିଆ’ଙ୍କ ସତ୍ୟାଗ୍ରହ ପ୍ରତ୍ୟାହାର

ଭୁବନେଶ୍ୱର: ୮୭୭ଟି ସିଲିଂ ନୋଟିସ୍ ପ୍ରତ୍ୟାହାର ଓ ନୂଆ ନୋଟିସ୍ ଜାରି ବନ୍ଦ ଦାବିରେ ‘ଆମେ ଭୁବନେଶ୍ୱରିଆ’ ପକ୍ଷରୁ ବୁଧବାର ବିଏମ୍‌ସି କାର୍ଯ୍ୟାଳୟ ଗେଟ୍‌ ନମ୍ବର-୪ ସମ୍ମୁଖରେ କରାଯାଇଥିବା ସତ୍ୟାଗ୍ରହ ପ୍ରତ୍ୟାହାର କରାଯାଇଛି। ସଂଗଠନର ଆବାହକ ବାସୁଦେବ ଭଟ୍ଟ ଓ ସମ୍ପାଦକ ପ୍ରଣବ ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜିତ ଏହି ସତ୍ୟାଗ୍ରହ ଆନ୍ଦୋଳନରେ ସଂଗଠନ ପକ୍ଷରୁ କୁହାଯାଇଛି ଯେ ଗତ ୫ ତାରିଖରେ ବିଏମ୍‌ସି କମିସନର୍‌ଙ୍କୁ ଦିଆଯାଇଥିବା ଡିମାଣ୍ଡ ନୋଟିସ୍‌ରେ ଅକ୍ଟୋବର ୬ ସୁଦ୍ଧା ସିଲିଂ ନୋଟିସ୍ ପ୍ରତ୍ୟାହାର ଓ ନୂଆ ନୋଟିସ୍ ଜାରି ବନ୍ଦ କରିବାକୁ ଦାବି କରାଯାଇଥିଲା। କିନ୍ତୁ ଏହାକୁ ନେଇ ସଂଗଠନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିଲା। ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ‌ଯେ ସମାନ ପରିସ୍ଥିତି ଥିବା ସ‌ତ୍ତ୍ବେ ଭେଦଭାବ କରି ଚୟନଭିତ୍ତିକ ଭାବେ ନୋଟିସ୍ ଜାରି କରାଯାଇଛି। ୨୦୨୫ ନଭେମ୍ବର ୧୫ର ଗେଜେଟ୍ ବିଜ୍ଞପ୍ତିରେ ଅନ୍ତର୍ଭୁକ୍ତ ଲୋକଙ୍କ ବିରୋଧରେ ବାଧ୍ୟତାମୂଳକ ପଦକ୍ଷେପ ନିଆଯିବ ନାହିଁ ବୋଲି ଅଧିକାରୀସ୍ତରରେ ଆଶ୍ୱାସନ ମିଳିଥିବା ସତ୍ତ୍ୱେ ଅକ୍ଟୋବର ୨ରେ ସିଲିଂ ନୋଟିସ୍ ଜାରି ହୋଇଥିବା ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି। 

Protest: ସିଇସି ବିରୋଧରେ ଆନ୍ଦୋଳନ ଜାରି ରଖିବେ ଛାତ୍ର ସଂଗଠନ, ସିଜେପି

ସତ୍ୟାଗ୍ରହ ଆରମ୍ଭ ହେବା ପରେ ବିଏମ୍‌ସି ମେୟର ସୁଲୋଚନା ଦାସ ଓ କମିସନର ଚଞ୍ଚଳ ରାଣାଙ୍କ ସହ ଆନ୍ଦୋଳନକାରୀଙ୍କ ଏକ ପ୍ରତିନିଧିମଣ୍ଡଳୀର ଆଲୋଚନା ହୋଇଥିଲା। ଆଲୋଚନାରେ ୮୭୭ଟି ସିଲିଂ ନୋଟିସ୍, ନୂଆ ନୋଟିସ୍ ଜାରି, ନୋଟିସ୍‌ର ବ୍ୟକ୍ତିଗତ ସମୀକ୍ଷା ଏବଂ ପ୍ରଭାବିତ ଲୋକଙ୍କ ପାଇଁ ଦଲିଲ ଦାଖଲର ସୁଯୋଗ ଦେବା ଭଳି ଦାବି ଉପରେ ଆଲୋଚନା ହୋଇଥିଲା। ଆଲୋଚନା ପରେ ପ୍ରତି ସୋମବାର ଦିନ ସାଢ଼େ ୧୨ଟାରେ ନୋଟିସ୍ ଓ ସିଲିଂ ସମ୍ପର୍କିତ ମାମଲା ଶୁଣାଣି କରାଯିବ ବୋଲି ଆଶ୍ୱାସନ ଦିଆଯାଇଥିବା ସଂଗଠନ ପକ୍ଷରୁ କୁହାଯାଇଛି।

Rice crop disease: ଧାନ ଫସଲରେ ପତ୍ରପଡା ରୋଗ, ଚିନ୍ତାରେ ଚାଷୀ

ଶୁଣାଣି ସମୟରେ ମାମଲାଗୁଡ଼ିକର ତର୍ଜମା କରାଯିବ ଏବଂ ଶତପ୍ରତିଶତ ନିୟମ ଉଲ୍ଲଂଘନ ଥିବା ମାମଲା ବ୍ୟତୀତ ଘର ସିଲ୍ କରାଯିବ ନାହିଁ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଥିବା ସଂଗଠନ ପକ୍ଷରୁ କୁହାଯାଇଛି। ୮୭୭ଟି ନୋଟିସ୍ ପ୍ରତ୍ୟାହାର ନହେଲେ ଏବଂ ନୂଆ ନୋଟିସ୍ ଜାରି ବନ୍ଦ ନହେଲେ ପୁଣିଥରେ ସତ୍ୟାଗ୍ରହ ଆରମ୍ଭ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ସତ୍ୟାଗ୍ରହରେ ଯୋଗ ଦେଇଥିଲେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଜଟଣୀର ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, କର୍ପୋରେଟର ରାଜକିଶୋର ଦାସ, ଆମ୍‌ ଆଦମୀ ପାର୍ଟି ପ୍ରତିନିଧି ସନ୍ଦୀପ୍ତ ଦାସ, ସିପିଆଇ ନେତା ଶଙ୍କର୍ଷଣ ବାରିକ, ଅସିସ ପଟ୍ଟନାୟକ, ବିଶ୍ୱଜିତ ମିଶ୍ର, ମହମ୍ମଦ ସୌଦ, ଅଶୋକ ପାଇକରାୟ ଓ ମନୋରଞ୍ଜନ ବିଶ୍ୱାଳଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।