Mecca Gets Second Potential Danger Alert: ମକ୍କା ଉପରେ ବିପଦ ଆଶଙ୍କା, ୬ଟି ବାଲିଷ୍ଟିକ୍ ମିସାଇଲ୍ ଅଟକାଇଲା ସାଉଦି

Sep 24, 2026 - 17:25
Mecca Gets Second Potential Danger Alert: ମକ୍କା ଉପରେ ବିପଦ ଆଶଙ୍କା, ୬ଟି ବାଲିଷ୍ଟିକ୍ ମିସାଇଲ୍ ଅଟକାଇଲା ସାଉଦି

ମକ୍କାକୁ ପୁଣି ‘ସମ୍ଭାବ୍ୟ ବିପଦ’ ଚେତାବନୀ । ପବିତ୍ର ସହର ମକ୍କା ସମେତ ସାଉଦି ଆରବର ଅନ୍ୟ କିଛି ଅଞ୍ଚଳ ପାଇଁ ସାଉଦି ସିଭିଲ୍ ଡିଫେନ୍ସ ପକ୍ଷରୁ ସତର୍କତା ଜାରି ହୋଇଛି । ଏଭଳି ଚେତାବନୀ ସାଧାରଣତଃ କ୍ଷେପଣାସ୍ତ୍ର ଭଳି ସମ୍ଭାବ୍ୟ ବିପଦ ସୂଚାଇଥାଏ ।

ଗତ ୧୦ ଦିନରୁ କମ୍ ସମୟ ମଧ୍ୟରେ ମକ୍କା ପାଇଁ ଏହା ଦ୍ୱିତୀୟ ଚେତାବନୀ । ଜେଦ୍ଦା, ତାଏଫ୍, ତାବୁକ୍ ଓ ୟାନବୁ ଅଞ୍ଚଳ ପାଇଁ ମଧ୍ୟ ସତର୍କତା ଜାରି ହୋଇଥିଲା ।

ଏହାର କିଛି ସମୟ ପରେ ସାଉଦି ନେତୃତ୍ୱାଧୀନ ମିଳିତ ବାହିନୀ ୬ଟି ବାଲିଷ୍ଟିକ୍ ମିସାଇଲ୍ ଅଟକାଇଥିବା ଦାବି କରିଛି । କିଛି ମିନିଟ୍ ପରେ ଆଲର୍ଟ ହଟାଇ ଦିଆଯାଇଥିଲା । ସେପ୍ଟେମ୍ବର ୧୫ରେ ମଧ୍ୟ ମକ୍କା ନିକଟରେ ହୁତି ବାହିନୀର ଡ୍ରୋନ୍ ଅଟକାଯାଇଥିବା ପରେ ସମାନ ଚେତାବନୀ ଜାରି ହୋଇଥିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।