Mettle Meet 2026: ସିନିୟର୍ ଫାଇନାଲ୍‌ରେ ୮ ଟିମ୍‌, ଆସନ୍ତାକାଲି ବଡ଼ ଟକ୍କର

Aug 08, 2026 - 20:00
Mettle Meet 2026: ସିନିୟର୍ ଫାଇନାଲ୍‌ରେ ୮ ଟିମ୍‌, ଆସନ୍ତାକାଲି ବଡ଼ ଟକ୍କର

ଭୁବନେଶ୍ୱର,୮ା୮: ତୀବ୍ର ଓ ରୋମାଞ୍ଚକର ପ୍ରିଲିମ୍ସ ପ୍ରତିଯୋଗିତା ପରେ ‘ମେଟଲ ମିଟ୍‌-୨୦୨୬’ ଦଶମ ସଂସ୍କରଣର  ସିନିୟର ଫାଇନାଲ୍‌ ପାଇଁ ଦୌଡ଼ ସଙ୍କୁଚିତ ହୋଇଛି। କଡ଼ା ଟକ୍କର ଦେଇ ଶେଷରେ ୮ଟି ଦଳ ଫାଇନାଲ୍‌ରେ ନିଜର ସ୍ଥାନ ପକ୍କା କରିଛନ୍ତି। ଶନିବାର ଚୂଡ଼ାନ୍ତ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିବା ଦଳଗୁଡ଼ିକ ମଧ୍ୟରେ ଏକ୍ସଆଇଏମ୍ (XIM) ଭୁବନେଶ୍ୱର, ଆଇଆଇଟି (IIT) ଗୁଆହାଟୀ, ଓୟୁଟିଆର୍ (OUTR), ଏନ୍ଏଲ୍‌ୟୁଓ (NLUO) କଟକ, ଏମ୍ସ (AIIMS) ଭୁବନେଶ୍ୱର, ଇଣ୍ଡିଆନ୍ ଇନଷ୍ଟିଚିଉଟ୍ ଅଫ୍ ସାଇନ୍ସ ଏଜୁକେଶନ୍ ଆଣ୍ଡ୍ ରିସର୍ଚ୍ଚ (IISER)ବ୍ରହ୍ମପୁର,  ଆଇଆଇଟି (IIT) ଖଡ଼ଗପୁର, ହାଇଟେକ୍ ମେଡିକାଲ୍ କଲେଜ୍ ଭୁବନେଶ୍ୱର ରହିଛନ୍ତି। ଆସନ୍ତାକାଲି ହେବାକୁ ଥିବା  ଗ୍ରାଣ୍ଡ୍ ଫାଇନାଲ୍‌ରେ ଏହି ଦଳଗୁଡ଼ିକ ମଧ୍ୟରେ ବିଜେତା ପଦବୀ ହାତେଇବା ପାଇଁ ଏକ ବଡ଼ ଧରଣର ମୁକାବିଲା ଦେଖିବାକୁ ମିଳିବ।

ପ୍ରକାଶଯୋଗ୍ୟ, ଓଡ଼ିଶାର ଛାତ୍ରୀଛାତ୍ରଙ୍କୁ ବୌଦ୍ଧିକ ପ୍ରତିଯୋଗିତା ପାଇଁ ଏକ ଉତ୍କୃଷ୍ଟ ପ୍ଲାଟ୍‌ଫର୍ମ ଯୋଗାଇଦେବା ଲକ୍ଷ୍ୟରେ ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ମେଗା କୁଇଜ ଇଭେଣ୍ଟ ‘ମେଟଲ ମିଟ୍‌-୨୦୨୬’ ଲାଗି ଶନିବାର ସକାଳ ୮.୩୦ରୁ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜୁନିଅର ବର୍ଗଙ୍କ ପରେ ସିନିୟର ବର୍ଗଙ୍କ ମଧ୍ୟରେ ପ୍ରିଲିମ ରାଉଣ୍ଡ ଅନୁଷ୍ଠିତ ହେବ। ଏଥର ବି ‘ମେଟଲ ମିଟ୍‌’ରେ କୁଇଜ ମାଷ୍ଟର ଅଜୟ ପୁନିଆ ରହିଛନ୍ତି।

Image

କାର୍ଯ୍ୟକ୍ରମ ଆରମ୍ଭରେ ‘ଓଡ଼ିଶାପୋଷ୍ଟ’ ଏବଂ ‘ଧରିତ୍ରୀ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଛାତ୍ରୀଛାତ୍ରଙ୍କୁ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ସମସ୍ତ ପ୍ରତିଯୋଗୀ ଜଣେ ଜଣେ ବିଜୟୀ ବୋଲି କହିଥିଲେ।

Image

ସେହିପରି ‘ଓଡ଼ିଶାପୋଷ୍ଟ’ ଏବଂ ‘ଧରିତ୍ରୀ’ର ସମ୍ପାଦକ ତଥାଗତ ସତପଥୀ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରି କୁଇଜିଂରେ ପୁରସ୍କାର ଅପେକ୍ଷା ଜ୍ଞାନ ଆହରଣ ସହ ନିଜକୁ ଚିହ୍ନିବା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।

Image

ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଭାବେ ବେଦାନ୍ତ ଆଲୁମିନିୟମ, ଦ ଓ୍ବାଲର୍‌ଡ, ନାଲ୍‌କୋ, ରାଇକେଲା ଆଇରନ ଓର୍‌ ମାଇନ୍ସ, ଜିନ୍ଦଲ୍‌, ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ, ଭାରତ ମସଲା, ଏମ୍‌ସିଏଲ୍‌, ଏମ୍‌ଜିମ୍‌ ମିନେରାଲ୍ସ ଲିମିଟେଡ୍‌, ଓଡ଼ିଶା ପର୍ଯ୍ୟଟନ, ପାରାଦୀପ ଫସ୍‌ଫେଟ୍‌ ଲିମିଟେଡ୍‌ ଆଦି ରହିଥିବା ବେଳେ ପାର୍ଟନରଶିପ୍‌ ଭାବେ ଅଜନ୍ତା ଆଡଭୋଟାଇଜର୍ସ, ସମାଜବାଦୀ ସୋସାଇଟି, ଧରିତ୍ରୀ, ଏବଂ ଡବ୍ଲ୍ୟୁଇଏଫ୍‌ଇ ଇଣ୍ଟରନେଟ ରହିଛନ୍ତି।

Image

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।