MGNREGA: ‘ଭିବିଜି ରାମଜି’ ଅଭିଯୋଗର ୧୫ ଦିନ ମଧ୍ୟରେ ସମାଧାନ, ସରକାର ଆଣିଲେ ନୂଆ ନିୟମ

Nov 02, 2026 - 21:15
MGNREGA: ‘ଭିବିଜି ରାମଜି’ ଅଭିଯୋଗର ୧୫ ଦିନ ମଧ୍ୟରେ ସମାଧାନ, ସରକାର ଆଣିଲେ ନୂଆ ନିୟମ

ନୂଆଦିଲ୍ଲୀ: ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର କାର୍ଯ୍ୟକାରିତା ସମ୍ପର୍କିତ ଅଭିଯୋଗର ଶୀଘ୍ର ସମାଧାନ ପାଇଁ କେନ୍ଦ୍ର ସରକାର ନୂଆ ନିୟମ ଜାରି କରିଛନ୍ତି।

ଏହା ଅନୁସାରେ ଅଭିଯୋଗର ତଦନ୍ତ ୭ କାର୍ଯ୍ୟଦିବସ ମଧ୍ୟରେ ଶେଷ କରିବାକୁ ପଡ଼ିବ।

ସେହିପରି ଅଭିଯୋଗ ଗ୍ରହଣ ହେବାର ୧୫ ଦିନ ମଧ୍ୟରେ ତାହାର ସମାଧାନ କରିବାକୁ ହେବ।

କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଭିବିଜି ରାମଜି ଅନ୍ତର୍ଗତ ଅଭିଯୋଗ ସମାଧାନ ନିୟମ ଜାରି କରାଯାଇଛି।

Advertisment ନୂଆ ନିୟମ ଅନୁଯାୟୀ, ଗ୍ରାମ ପଞ୍ଚାୟତ, ବ୍ଲକ୍‌ ଓ ଜିଲ୍ଲାସ୍ତରରେ ଅଭିଯୋଗ ସମାଧାନ ବ୍ୟବସ୍ଥା ରହିବ।

ଏଥିପାଇଁ ନିଯୁକ୍ତ ଅଧିକାରୀମାନେ ଅଭିଯୋଗ ଗ୍ରହଣ କରିବା ସହ ଏହାର ପଞ୍ଜୀକରଣ, ତଦନ୍ତ ଓ ସମାଧାନ ଦାୟିତ୍ୱ ତୁଲାଇବେ।

ଜିଲ୍ଲାସ୍ତରରେ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଏହି ବ୍ୟବସ୍ଥାର ତଦାରଖ କରିବେ।

ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଯେକୌଣସି ବ୍ୟକ୍ତି ଅଭିଯୋଗ କରିପାରିବେ।

ସିଧାସଳଖ କରିପାରିବେ ଅଭିଯୋଗ ଦାଖଲ ଅଭିଯୋଗକାରୀ ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ସିଧାସଳଖ ଅଭିଯୋଗ ଦାଖଲ କରିବା ସହ ସ୍ପିଡ୍‌ ପୋଷ୍ଟ, ଅନଲାଇନ୍‌ କିମ୍ବା ଫୋନ୍‌ ଓ ହେଲ୍‌ପଲାଇନ୍‌ ମାଧ୍ୟମରେ ମଧ୍ୟ ଜଣାଇପାରିବେ।

ଅଭିଯୋଗ ପଞ୍ଜୀକରଣ ପରେ ଅଭିଯୋଗକାରୀଙ୍କୁ ପଞ୍ଜୀକରଣ ନମ୍ବର, ଅଭିଯୋଗ ଗ୍ରହଣ ତାରିଖ ଓ ଦାୟିତ୍ୱରେ ଥିବା ଅଧିକାରୀଙ୍କ ପଦବି ସମ୍ପର୍କରେ ସୂଚନା ଦିଆଯିବ।

ଅଭିଯୋଗର ଭାଷା କିମ୍ବା ଢାଞ୍ଚା ଆଧାରରେ ତାହାର ପଞ୍ଜୀକରଣକୁ ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ।

ଆବଶ୍ୟକ ପଡ଼ିଲେ ତଦନ୍ତ ସମୟରେ ଅଭିଯୋଗକାରୀଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ମଧ୍ୟ ଦିଆଯିବ।

South London: ମାତ୍ର ୧୨ ବର୍ଷ ବୟସରେ ବନ୍ୟଜନ୍ତୁ ସୁରକ୍ଷା ଅଭିଯାନ ଆରମ୍ଭ କଲେ ବିଦେଶୀ ବାଳକ: ବିକ୍ରି କଲେ ନିଜର ପୋଷାକ ଓ ଖେଳଣା ଅଭିଯୋଗର ତଦନ୍ତ ଓ ଏହା ଉପରେ ନିଆଯାଇଥିବା ପଦକ୍ଷେପର ବିବରଣୀ ଡିଜିଟାଲ୍‌ ବ୍ୟବସ୍ଥାରେ ରେକର୍ଡ କରାଯିବ।

ନିର୍ଦ୍ଧାରିତ ୧୫ ଦିନ ମଧ୍ୟରେ ଅଭିଯୋଗର ସମାଧାନ ନ ହେଲେ ଏହାକୁ ଉଚ୍ଚସ୍ତରୀୟ ଅଧିକାରୀଙ୍କ ନିକଟକୁ ପଠାଯିବ।

ସମାଧାନ ନ ହେବା ପର୍ଯ୍ୟନ୍ତ ଅଭିଯୋଗର ଡିଜିଟାଲ୍‌ ମାଧ୍ୟମରେ ତଦାରଖ କରାଯିବ।

ଏଥିସହ ଅଭିଯୋଗ ସମାଧାନ ବ୍ୟବସ୍ଥା ଅନ୍ତର୍ଗତ ଜାରି ହୋଇଥିବା ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବାର ବ୍ୟବସ୍ଥା ମଧ୍ୟ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।