MIB disposes: ସରକାରୀ କାର୍ଯ୍ୟାଳୟରୁ ହଟିଲା ୧.୬୩ ଲକ୍ଷ କେଜି ଅଦରକାରୀ ସାମଗ୍ରୀ
ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୬.୦ରେ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ସଫେଇ, ପୁରୁଣା ରେକର୍ଡ ପରିଚାଳନା ଓ ପଡ଼ି ରହିଥିବା କାମ ଶେଷ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ଅଭିଯାନରେ ମୋଟ ୧,୬୩,୨୧୩ କେଜି ଅଦରକାରୀ ସାମଗ୍ରୀ ହଟାଯାଇଥିଲା।
ଫଳରେ କାର୍ଯ୍ୟାଳୟଗୁଡ଼ିକରେ ୪୦,୨୭୮ ବର୍ଗଫୁଟ ସ୍ଥାନ ଖାଲି ହୋଇପାରିଛି।
ଏହାସହ ୩୫ଟି ପୁରୁଣା ଗାଡ଼ିକୁ ବ୍ୟବହାର ଅନୁପଯୋଗୀ ଘୋଷଣା କରାଯାଇଛି।
ଅଭିଯାନ ସମୟରେ ୧,୩୪୮ଟି ବାହ୍ୟ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଓ ୧,୫୧୯ଟି ସ୍ଥାନ ସଫା କରାଯାଇଥିଲା।
ସେହିପରି, କାର୍ଯ୍ୟାଳୟଗୁଡ଼ିକରେ ଥିବା ପୁରୁଣା କାଗଜପତ୍ର ଓ ଫାଇଲ୍ ହଟାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ମୋଟ ୩୯,୫୪୫ଟି କାଗଜ ଫାଇଲ୍ ଯାଞ୍ଚ କରାଯାଇଥିବାବେଳେ ସେଥିରୁ ୮,୮୨୩ଟି ଅଦରକାରୀ ଫାଇଲ୍ ହଟାଯାଇଥିଲା।
ଏହାସହ ୧୨,୬୦୯ଟି ଇ-ଫାଇଲ୍ ଯାଞ୍ଚ କରାଯାଇ ୧୧,୧୯୯ଟି ବନ୍ଦ କରାଯାଇଥିଲା।
Advertisment ଅଭିଯାନରେ ଭାଗ ନେଇଥିଲେ ଆକାଶବାଣୀର ବିଭିନ୍ନ କେନ୍ଦ୍ର କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଅଭିଯାନର ପ୍ରସ୍ତୁତି ପର୍ଯ୍ୟାୟରେ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ସବୁ କାର୍ଯ୍ୟାଳୟ, ଏପରିକି ତଳସ୍ତରରେ ଥିବା କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ଅକ୍ଟୋବର ୩୧ ପରେ ମଧ୍ୟ ସଫେଇ କାର୍ଯ୍ୟକୁ ବର୍ଷସାରା ଜାରି ରଖିବାକୁ ସେ କହିଥିଲେ।
ଏହି ଅଭିଯାନରେ ଆକାଶବାଣୀର ବିଭିନ୍ନ କେନ୍ଦ୍ର ମଧ୍ୟ ଭାଗ ନେଇଥିଲେ।
କଟକରେ ଏକ ଅବହେଳିତ ବରଗଛର ପୁନରୁଦ୍ଧାର କରାଯାଇଥିବାବେଳେ ଭୁବନେଶ୍ୱରସ୍ଥିତ ଏନ୍ଏବିଏମ୍ରେ ଶିଶୁ ଉଦ୍ୟାନ ସଫେଇ କରାଯାଇଥିଲା।
ମନ୍ତ୍ରଣାଳୟର ସଚିବ ଚଞ୍ଚଳ କୁମାର ସଫେଇକୁ କେବଳ ଅଭିଯାନ ମଧ୍ୟରେ ସୀମିତ ନ ରଖି ଏହାକୁ ନିୟମିତ ଅଭ୍ୟାସରେ ପରିଣତ କରିବାକୁ ଗୁରୁତ୍ୱ ଦେଇଥିଲେ।
ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ: ମନ୍ତ୍ରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।